-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
18-Sep-2026
ବରଗଡ଼ (ତୁଳସୀ ରରଣ ଦାଶ )ଆଜି ବରଗଡ଼ର ଶିବାନନ୍ଦ ଆଶ୍ରମ ରାସ୍ତା ରେ ଯାଉଥିବା ସମୟରେ ସୁଶୀଲ ମିଶ୍ର ଏକ ପର୍ସ୍ ପାଇ ତୁରନ୍ତ ବରଗଡ଼ର ଜଣାଶୁଣା ସମାଜସେବୀ ତଥା ସ୍ମଶାନ ବନ୍ଧୁ ସଂଘମିତ୍ରା ପଟେଲଙ୍କୁ ଜଣାଇବା ପରେ ସେଥିରେ ମୋବାଇଲ ନମ୍ବର ନ ଥିବାରୁ ଫୋନ କରି ଡକାଇବା ପାଇଁ ବହୁତ ହଇରାଣ ହୋଇ ସୋସିଆଲ ମିଡ଼ିଆରେ ଦେବା ପରେ ତାଙ୍କ ଠିକଣା ପାଇବା ପରେ ତାଙ୍କ ପର୍ସ୍ ଓ ସେଥିରେ ଥିବା ଏଟିଏମ୍ କାର୍ଡ ତଥା ଅନ୍ୟାନ୍ୟ ସମସ୍ତ ପ୍ରକାରର ଜରୁରୀ କାର୍ଡ ସହିତ ସେଥିରେ ଥିବା ୮୦୦୦/- (ଆଠ ହଜାର) ଟଙ୍କା ଫେରାଇଥିଲେ। ଉକ୍ତ ବ୍ୟକ୍ତି ବଗେବିରାର ଅବିନାଶ ବିଶି ବୋଲି ତାଙ୍କ ପରିଚୟ ପାଇବା ପରେ ତାଙ୍କୁ ପର୍ସ୍ ଓ ଟଙ୍କା ଫେରସ୍ତ କରି ବଦାନ୍ୟତା ର ପରିଚୟ ଦେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଫେରସ୍ତ ସମୟରେ ସୁଶୀଲ ମିଶ୍ର, ବାପୁଜୀ ସ୍ବତନ୍ତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭୟ ପ୍ରଧାନ ଉପସ୍ଥିତ ଥିଲେ ।
---------×××----------