-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
06-Dec-2021
କଣ୍ଟାବାଞ୍ଜି(ଆନନ୍ଦ ମୋଟେ):ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଭାରତର ସମ୍ବିଧାନ ପ୍ରଣେତା, ଭାରତର ପ୍ରଥମ ଆଇନମନ୍ତ୍ରୀ ଭୀମରାଓ ରାମଜୀ ଆମ୍ବେଦକରଙ୍କ ତିରୋଧାନ ଦିବସ ବିଭିନ୍ନ ସଂଗଠନ ପକ୍ଷରୁ ପାଳନ କରାଯାଇଛି । ବେହେରେସନସିଲେଟ ଗାଁରେ ଥିବା ଆମ୍ବେଦକର ଯୁବକ ସଂଘ ପକ୍ଷରୁ ଏହି ଦିବସ ପାଳନ କରାଯାଇଥିଲା । ବାବା ସାହେବଙ୍କ ଫଟୋ ଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ କରି ବାବା ସାହେବଙ୍କ ଜିବନୀ ଉପରେ ଆଲୋକପାତ କରିଥିଲେ ସଂଘ ସଭାପତି ରୋହନ ମହତ । ସେହିପରି କଂଟାବାଞ୍ଜି ବିର୍ସା ମୁଣ୍ଡା ଯୁବକ ସଂଘ ସଭାପତିି ଯୁଗଲ କିଶୋର ଶବର (କାଜୁ)ଙ୍କ ନେତୃତ୍ୟରେ ମଧ୍ୟ ଏହି ଦିବସ ପାଳନ କରାଯାଇଥିଲା । କଂଟାବାଞ୍ଜି କେ.ଭି କଲେଜରେ ଅଖିଳ ଭାରତିୟ ବିଦ୍ୟାର୍ଥୀ ପରିଷଦ କଂଟାବାଞ୍ଜି ଶାଖାରୁ ଏହି ଦିବସ କଲେଜ ପରିସରରେ ପାଳନ କରାଯାଇଥିଲା