-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
06-Dec-2021
ବଲାଙ୍ଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ପ୍ରତିଷ୍ଠାତା ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରା ।ସଦା ସର୍ବଦା ଜିଲ୍ଲା ତଥା ରାଜ୍ୟ ର ସାମ୍ବାଦିକ ମାନଙ୍କ ସମସ୍ୟା ନେଇ ବିଭିନ୍ନ ଫୋରମରେ ଉପସ୍ଥାପନ କରିବା ସହିତ ବ୍ୟବସ୍ଥା ବିରୋଧରେ ପ୍ରତିବାଦ ସହ ସ୍ବର ଉତ୍ତୋଳନ କରି ଆସିଥିଲେ। ତାଙ୍କର ତିରୋଧାନ ରେ ଆଜି ସାମ୍ବାଦିକ ଭବନ ଠାରେ ସଂଘର ସଭାପତି ଆନନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ବର୍ଗତ ସତ୍ୟ ନାରାୟଣ ବେହେରାଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରି ସ୍ବର୍ଗତ ଆତ୍ମା ର ସଦଗତି କାମନା ସହ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ପରେ ଉପଦେଷ୍ଟା ସନ୍ଦୀପ କୁମାର କୁଅଁର, ଉପସଭାପତି ଅଶ୍ବିନୀ କୁମାର ନାଏକ, ସଦସ୍ୟ ଶ୍ୟାମ ପ୍ରସାଦ ଗୁରୁ, ସୁବାଷ ଚନ୍ଦ୍ର ମିଶ୍ର, ଅଶୋକ କୁମାର ସାହୁ, ସାଧାରଣ ସଂପାଦକ ବିମଳେନ୍ଦୁ ସାହୁ ପ୍ରମୁଖ ସ୍ବର୍ଗତ ବେହେରାଙ୍କ ସ୍ମୃତି ଚାରଣ କରି ତାଙ୍କର ସଂଘ ପ୍ରତି କର୍ତ୍ତବ୍ୟ ବୋଧ ଓ ତ୍ୟାଗ ସଂପର୍କରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ସାହୁ ସାମ୍ବାଦିକତା ପାଇଁ ସମର୍ପିତ ସ୍ବର୍ଗତ ବେହେରାଙ୍କ ସ୍ଥାନ ଅପୂରଣୀୟ ବୋଲି କହିଥିଲେ ।ଶେଷରେ ସଂପାଦକ ଙ୍କ ଧନ୍ୟବାଦ ଅର୍ପଣ ପରେ ଶୋକସଭାଶେଷ ହୋଇଥିଲା।