-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
ନୂଆଦିଲ୍ଲୀ : ଜଣେ ୭ ବର୍ଷୀୟ ବାଳକକୁ ନାମ ଲେଖା ଅନୁମତି ପାଇଁ ଆଇଆଇଟି ବମ୍ବେକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ବେଳେବେଳେ ଆମକୁ କେବଳ ନିୟମକୁ ନ ଦେଖି ମାନବତା ଓ ପ୍ରକୃତ ନ୍ୟାୟକୁ ଗୁରୁତ୍ବ ଦେବାକୁ ପଡ଼ିବ ବୋଲି ନ୍ୟାୟାଳୟ କହିଛନ୍ତି ।
ପ୍ରିନ୍ସ ଜୟବୀର ସିଂ ନାମକ ଏହି ବାଳକ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇଆଇଟିରେ ନାମ ଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ବି ବ୍ୟାଙ୍କ ସର୍ଭର ସମସ୍ୟା ଯୋଗୁଁ ନାମଲେଖା ଫି ପୈଠ କରିପାରି ନ ଥିଲେ । ଫଳରେ ସେ ନାମ ଲେଖାଇପାରି ନଥିଲେ । ଏହା ବିରୋଧରେ ସେ ପ୍ରଥମେ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ ବି କୌଣସି ଆଶ୍ବସ୍ତି ପାଇପାରିନଥିଲେ । ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଜେଓ୍ବାଇ ଚନ୍ଦ୍ରଚୂଡ଼ ଓ ଏଏସ ବୋପାନ୍ନା କହିଥିଲେ ଯେ ବେଳେବେଳେ ଆମକୁ କେବଳ ନିୟମକୁ ନ ଦେଖି ମାନବତା ଓ ପ୍ରକୃତ ନ୍ୟାୟକୁ ଗୁରୁତ୍ବ ଦେବାକୁ ପଡ଼ିବ । ସେ ପିଲା ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ବି ଚେଷ୍ଟା କରି ଫି ପୈଠ କରିପାରିନଥିଲେ । ଏଥିରେ ତାଙ୍କର କୌଣସି ଦୋଷ ନାହିଁ । କିନ୍ତୁ ତାଙ୍କୁ ସିଟ ନ ଦେବା ଅନ୍ୟାୟ ହେବ । ଏଣୁ ଆଇଆଇଟି ବମ୍ବେ ତାଙ୍କୁ ଏକ ସିଟ ପ୍ରଦାନ କରୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।