-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2026
(ପ୍ରିୟଦର୍ଶିନୀ ପାତ୍ର)
ପାପଡାହାଣ୍ଡି ସ୍ଥିତି ସରକାରୀ ଲାଲବାହାଦୁର ଉଚ୍ଚ ବିଦ୍ୟାଳୟ ଠାରେ 13 ତମ ଜିଲ୍ଲା ସ୍ତରୀୟ ଦୌଡ଼ କୁଦ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି l ଦୁଇଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତା ରେ ଜିଲ୍ଲାର 10 ଗୋଟି ବ୍ଲକର ଉଚ୍ଚ ବିଦ୍ୟାଳୟ ରୁ ବଛା ବଛା ପ୍ରତିଯୋଗୀ ଏଥିରେ ଭାଗ ନେଉଛନ୍ତି ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଏଡିଇଓ ପ୍ରକାଶ ଚନ୍ଦ୍ର ମହାଲିକ ଓ ସୁପ୍ରିୟା ନାୟକ, ବିଇଓ ସୁଦୀପ୍ତ କୁମାର ଦାସ, ବିଜ୍ଞାନ ପରିଦର୍ଶକ ଚିତ୍ତରଞ୍ଜନ ପଟ୍ଟନାୟକ, ବିଦ୍ୟାଳୟ ର ପ୍ରଧାନଶିକ୍ଷୟତ୍ରୀ ଭାରତୀ ବିଶୋଇ ଏବଂ ବ୍ରଜବନ୍ଧୁ ତାଣ୍ଡି ପ୍ରମୁଖ ସଂମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ଏହି ପ୍ରତିଯୋଗିତା ରେ ଜିଲ୍ଲାର 250 ଜଣ ଖେଳାଳି ଏବଂ 70 ଜଣ କ୍ରୀଡା ଶିକ୍ଷକ ଏବଂ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ l ପ୍ରତିଯୋଗିତା ରେ ଉତୀର୍ଣ୍ଣ ହୋଇ ଥିବା ପ୍ରତିଯୋଗୀ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା କେନ୍ଦୁଝର ଠାରେ ଅଂଶଗ୍ରହଣ କରିବେ l ପ୍ରତିଯୋଗିତା ରେ 100 ମିଟର, 200 ମିଟର, 400 ମିଟର, 800 ମିଟର ଦୌଡ଼, ଶଟଫୁଟ, ଡ଼ିସକସ, ଲମ୍ବଦୌଡ, ଉଚ୍ଚ ଡିଆ ଅନୁଷ୍ଠିତ ହୋଇଥିଲା ପ୍ରତିଯୋଗିତା ର ଆୟୋଜନ ଏଡିପିଓ ପ୍ରଭାତ କୁମାର ପଟ୍ଟନାୟକ କରିଥିଲେ, ଯାଉଲ ହୁସେନ, ମନୋରଞ୍ଜନ ପ୍ରହରାଜ, ମନୋଜ ବାଗ, ସୁରେଶ ଦାସ, ମଞ୍ଜୁଶ୍ରୀ କର, ଦିଲ୍ଲୀପ ଭଞ୍ଜ, ସଞ୍ଜୟ ଚାନ୍ଦ, ପ୍ରୋମଥ ମଲ୍ଲିକ, କିଶୋରୀ ସିଲ, ସପନ ବୈରାଗୀ, ବିବାଶିଷ ଦେ ପ୍ରମୁଖ ସହଯୋଗ କରିଥିଲେ ଏହି ପ୍ରତିଯୋଗିତା 30:9:26 ରୁ 1:10:26 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।