-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
ଚେନ୍ନାଇ: ମକ୍କାଲ ନିଧି ମାୟାମ ସଭାପତି ତଥା ଅଭିନେତା କମଲ ହାସନ ସୋମବାର କହିଛନ୍ତି ଯେ ସେ କୋଭିଡ୍-୧୯ ପଜିଟିଭ୍ ରୂପେ ଚିହ୍ନଟ ହୋଇଛନ୍ତି ଏବଂ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସେ କହିଛନ୍ତି, ଆମେରିକାରୁ ଫେରିବା ପରେ ମୋର ସାମାନ୍ୟ କାଶ ହୋଇଥିଲା। ଯେତେବେଳେ ମୁଁ ପରୀକ୍ଷା କଲି, କରୋନାଭାଇରସ୍ ସଂକ୍ରମଣରେ ସଂକ୍ରମିତ ଥିବା ନିଶ୍ଚିତ ହେଲା। ଏବେ ମୁଁ ନିଜକୁ ଡାକ୍ତରଖାନାରେ ଅଲଗା କରରଖିଛି। ଏବେବି ସମସ୍ତେ ଜଗିରଖି ଚଳିବା ଉଚିତ୍। କାରଣ, କୋଭିହ୍-୧୯ ପ୍ରଭାବ ଶେଷ ହୋଇନାହିଁ ବୋଲି ହାସନ ଏକ ଟ୍ଵିିଟ୍ ରେ କହିଛନ୍ତି।
ବିଦେଶ ଗସ୍ତ ପୂର୍ବରୁ ଏମଏନଏମ ମୁଖ୍ୟ ହାସନ ମଧ୍ୟ ଏଠାରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ ଏବଂ ପ୍ରଭାବିତ ଲୋକଙ୍କୁ ତାଙ୍କ ଦଳ ତରଫରୁ ସହାୟତା ବଣ୍ଟନ କରିଥିଲେ। ନଭେମ୍ବର ୨୦ ରେ ହାସନ କୃଷି ଆଇନ ପ୍ରତ୍ୟାହାର ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘୋଷଣାକୁ ସ୍ୱାଗତ କରିିଥିଲେ। ଗତ ନଭେମ୍ବର ୭ରେ ନିଜର ଜନ୍ମଦିନ ପାଳନ କରିଥିବା ୬୭ ବର୍ଷୀୟ ଏହି ଅଭିନେତା-ରାଜନେତା ଚଳଚ୍ଚିତ୍ର ନିର୍ମାାଣ ଏବଂ ଟେଲିଭିଜନ ଶୋ’ରେ ମଧ୍ୟ ଜଡିତ ଅଛନ୍ତି। ଲୋକେଶ କାନାଗାରାଜ ନିର୍ଦ୍ଦେଶିତ, ଆଗାମୀ ଆକ୍ସନ୍ ଫିଲ୍ମ ବିକ୍ରମ ଏବଂ ବହୁ ପ୍ରତୀକ୍ଷିତ ଇଣ୍ଡିଆନ୍-୨ ଚଳଚ୍ଚିତ୍ର ସହିତ ସେ ବର୍ତ୍ତମାନ ଜଡ଼ିତ ଅଛନ୍ତି। ଏହା ବାଦ୍ ସେ ଷ୍ଟାର ବିଜୟ ଟେଲିଭିଜନ ଚ୍ୟାନେଲରେ ବିଗ୍ ବସ୍ ଶୋ (ତାମିଲ ସିଜିନ୍-୫)ର ହୋଷ୍ଟ ମଧ୍ୟ ଅଟନ୍ତି