-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
30-Sep-2026
ଟିଟିଲାଗଡ(ପ୍ରେରଣା ଖବର)- ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ସରକାରୀ ଡାକ୍ତରଖାନା ଅତି ସୁନ୍ଦର ଭାବରେ ନିର୍ମାଣ ହୋଇଛି। ଯେଉଁଠାରେ ରୋଗୀଙ୍କ ପାଇଁ ବହୁ ସଂଖ୍ୟାରେ ବେଡ ରହିଥିବା ବେଳେ ଗାଡି ପାର୍କିଙ୍ଗ ସହ ସମସ୍ତ ଚିକିତ୍ସା ପାଇଁ ବ୍ୟବସ୍ଥା ରହିଛି। ଦୈନନ୍ଦିନ ଶହ ଶହ ରୋଗୀ ଏଠାକୁ ଚିକିତ୍ସା କରାଇବା ପାଇଁ ଆସୁଛନ୍ତି। ତେବେ ଏହି ଉପଖଣ୍ଡ ସ୍ତରୀୟ ସରକାରୀ ଡାକ୍ତରଖାନାକୁ ଯିବା ଆସିବା କରିବା ପାଇଁ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର ରହିଥିବା ବେଳେ ପ୍ରସ୍ଥାନ ଗେଟ ବନ୍ଦ ରହିବା ଯୋଗୁଁ ରୋଗୀ ସମ୍ପର୍କୀୟ ଗୋଟିଏ ରାସ୍ତା ଉପରେ ନିର୍ଭର କରୁଛନ୍ତି। ପ୍ରବେଶ ଗୋଟିଏ ପଟରେ ଏବଂ ପ୍ରସ୍ଥାନ ଗୋଟିଏ ପଟରେ ରହିଥିବା ବେଳେ ପ୍ରସ୍ଥାନ ଗେଟ ବନ୍ଦ ରହିବା ଯୋଗୁଁ ଗୋଟାଏ ରାସ୍ତାରେ ଯିବା ଆସିବା କରୁଛନ୍ତି। ଆମ୍ବୁଲାନ୍ସ ହେଉ କି ଜନ ସାଧାରଣ ନିଜର ଗାଡି ସେହି ଗୋଟିଏ ରାସ୍ତା ଦେଇ ଯିବା ଆସିବା କରୁଛନ୍ତି, ଯଦି ପ୍ରସ୍ଥାନ ଗେଟ ଖୋଲି ଦିଆ ଯାଆନ୍ତା ତାହେଲେ ଯିବା ଆସିବା କରିବା ପାଇଁ ସୁବିଧା ହୁଅନ୍ତା ବୋଲି ସାଧାରଣରେ ଦାବି ହେଉଛି।