-+91-9937148622 |
prerana_bgr@rediffmail.com |
Thursday 1st October 2026 |
R.N.I. Regd No. ODIODI/2010/46693
Breaking News
01-Oct-2026
ଲୋଇସିଂହା ବ୍କକ ଅନ୍ତର୍ଗତ କୁଶଙ୍ଗ ଗ୍ରାମରେ ରହିଛି ମା'କୁଶଙ୍ଗାଇ ଙ୍କ ପ୍ରାଚୀନ ଶକ୍ତିପୀଠ । ଏକାଦଶ ଶତାବ୍ଦୀର ଏହି ଶକ୍ତିପୀଠ ରେ ଶାରଦୀୟ ପୂଜାପାଇଁ ପ୍ରସ୍ତୁତି ବୈଠକ ହୋଇଯାଇଛି । ମନ୍ଦିର ପରିସରରେ ବୁଧବାର ସନ୍ଧ୍ୟାରେ ସେବାୟତ, ମନ୍ଦିର କମିଟୀ, ଗ୍ରାମ୍ୟ କମିଟୀ ତଥା ଭକ୍ତମାନଙ୍କ ଉପସ୍ଥିତିରେ ମା'କୁଶଙ୍ଗାଇ ଙ୍କ ଷୋହଳ ପୂଜା ମହାସମାରୋହରେ ଅନୁଷ୍ଠିତ ହେବାକୁ ସ୍ଥିରିକୃତ ହୋଇଛି । ବିଧି ଅନୁସାରେ ଏହି ଷୋହଳ ପୂଜା ଆସନ୍ତା ତା' ୩-୧୦-୨୦୨୬ମୂଳାଷ୍ଟମୀ(ପୁଅ ଜିଉଁତିଆ)
ଠାରୁ ଆରମ୍ଭ ହୋଇ ମହାଷ୍ଟମୀ ତିଥି(ଭାଇ ଜିଉଁତିଆ) ତା'୧୮-୧୦-୨୦୨୬ ପର୍ଯ୍ୟନ୍ତ ଚାଲିବ ।ଏହି ସମୟରେ ଭଜନ, କୀର୍ତନ୍ୟ, ଭାଗବତ ପାଠ ଏବଂ ମହାଳୟା ଦିନ ଠାରୁ ଧବଳମୁଖୀ ବେଶ ସହ ମା'ଙ୍କର ନବଦୁର୍ଗା ବେଶ ଅନୁଷ୍ଠିତ ହେବ । ମହାଷ୍ଟମୀ ତିଥି ରାତିରେ ଏବଂ ପୂର୍ଣ୍ଣମୀ ତିଥି ରାତିରେ ମା'କୁଶଙ୍ଗାଇ ଙ୍କର ବଏଲ ଯାତ୍ରା ହେବ । ଏବର୍ଷ ଦେବଦତ୍ତ ଦେହେରୀ ପୂଜା କାର୍ଯ୍ୟ ସଂପାଦନ କରିବେ ।