-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||     

HOME   ଦେଶ ବିଦେଶ

କୁଳମଣି ବିଶ୍ବାଳଙ୍କ କାବ୍ୟ ପ୍ରେମାର୍ଦ୍ଧଶତକ ଉନ୍ମୋଚିତ

28-Jul-2025



ନୂଆଦିଲ୍ଲୀ(ପ୍ରେରଣା ଖବର):ଖ୍ୟାତନାମା କର୍ପୋରେଟ ବିଶାରଦ, କବି ଓ ଚିତ୍ରଶିଳ୍ପୀ ଡ଼ଃ କୁଳମଣି ବିଶ୍ବାଳଙ୍କ ଦ୍ୱାରା ରଚିତ କାବ୍ୟକୃତି "ପ୍ରେମାର୍ଦ୍ଧଶତକ"ର ହିନ୍ଦୀ ଅନୁବାଦ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆନ ଇନ୍ଷ୍ଟି ଚ୍ୟୁଟ ଅଫ ମାସ କମ୍ୟୁନିକେସନର ପ୍ରେକ୍ଷାଳୟ ଠାରେ ମହାସମାରୋହରେ ଉନ୍ମୋଚନ କରାଯାଇଛି ।ଏହି ପୁସ୍ତକରେ ଡ଼ଃ ବିଶ୍ୱାଳଙ୍କର ୫୦ଟି  ବଛାବଛା କବିତା ଏବଂ ବହୁଚର୍ଚ୍ଚିତ ଚିତ୍ରକଳା ସ୍ଥାନ ପାଇଛି । ପଲ୍ଲୀବାଣୀ ମିଶନ ତରଫରୁ ଆୟୋଜିତ ଏହି ଉତ୍ସବ ଅବସରରେ ସାହିତ୍ୟ ଚର୍ଚ୍ଚା,ସଂଗୀତ ପରିବେଷଣ, ଚିତ୍ର ଅଙ୍କନ ଏବଂ ନୃତ୍ୟ ପ୍ରସ୍ତୁତି ର ଅନନ୍ୟ ଓ ଅବିସ୍ମରଣୀୟ ସମାହାର ଦେଖିବାକୁ ମିଳିଥିଲା ।
ଉନ୍ମୋଚନ ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ସାଂସଦ ଗଣ, ସାହିତ୍ୟିକ, ବୁଦ୍ଧିଜୀବୀ, କଳାକାର ତଥା ଶତାଧିକ ସଂଖ୍ୟାରେ ଶ୍ରୀ ବିଶ୍ୱାଳଙ୍କର ବନ୍ଧୁ ଓ ପ୍ରଶଂସକ ମାନେ ଯୋଗ ଦେଇଥିଲେ।
 ବହୁମୁଖୀ ପ୍ରତିଭାର ଅଧିକାରୀ ଡ଼ଃ କୂଳମଣି ବିଶ୍ୱାଳ, ତାଙ୍କର ଜୀବନ ଯାତ୍ରାରେ ବେଶ ପ୍ରସିଦ୍ଧି ଓ ପ୍ରଶସ୍ତି ହାସଲ କରିଛନ୍ତି। ପେଷାରେ ଜଣେ କଷ୍ଟ ଏକାଉଟାଣ୍ଟ ଭାବେ କାର୍ଯ୍ୟ ଆରମ୍ଭ କରିଥିବା ଡ଼ଃ ବିଶ୍ୱାଳ ଏମ.ସି. ଏଲ ଓ ଏନ.ଟି. ପି.ସି ଭଳି ବୃହତ ସରକାରୀ ସଂସ୍ଥାନ ମାନଙ୍କର ବିତ୍ତ ନିର୍ଦେଶକ ଭଳି ଉଚ୍ଚ ପଦବୀ ରେ ଆସୀନ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ନିଜର ବୃତ୍ତିରେ ଉଲ୍ଲେଖଯୋଗ୍ୟ ସାଫଲ୍ୟ ଅର୍ଜନ କରିବା ସାଙ୍ଗକୁ ଶ୍ରୀ ବିଶ୍ୱାଳ ଜଣେ ସୃଜନଶୀଳ ସାହିତ୍ୟିକ, ସ୍ଵଭାଵ କବି, ସରସ ଚିତ୍ରକାର ଏବଂ ସୁମଧୁର କଣ୍ଠଶିଳ୍ପୀ ଭାବେ ବେଶ ପ୍ରତିଷ୍ଠା ଅର୍ଜନ କରିଛନ୍ତି।             

ପୁସ୍ତକକୁ ଉନ୍ମୋଚନ କରି ରି ଜଗତସିଂହପୁର ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ , ଓଡ଼ିଆ ସାହିତ୍ୟକୁ ବିଶ୍ୱପଟଳରେ ପ୍ରଚାର କରିବା ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଏହି ପ୍ରୟାସ ଆମ ମାଟି ଓ ମାଆ ପାଇଁ ଏକ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ବର୍ଣ୍ଣନା କରିଥିଲେ। ଓଡ଼ିଶାର ଐତିହାସିକ ପୃଷ୍ଠଭୂମି ଓ କବିତାର ବିଭିନ୍ନ ଯୁଗ- ଆଦିକବି ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଗଙ୍ଗାଧର ମେହେରଙ୍କ ପର୍ଯ୍ୟନ୍ତ ରୀତି ଯୁଗର ସମସ୍ତ କବି  ଓ ସେମାନଙ୍କର ଓଡ଼ିଆ ଭାଷା ଓ ସାହିତ୍ୟ କ୍ଷେତ୍ରରେ ଅମୂଲ୍ଯ ଅବଦାନ ବିଷୟରେ ଶ୍ରୀ ତରାଇ ଉଲ୍ଲେଖ କରିଥିଲେ।
କନ୍ଧମାଳର ସାଂସଦ ସୁକାନ୍ତ ପାଣିଗ୍ରାହୀ ତାଙ୍କ ଭାଷଣରେ, ଓଡ଼ିଆ ଭାଷା ଓ ସାହିତ୍ୟ ଆମ ଜୀବନଶୈଳୀ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ବୋଲି କହି ଓଡ଼ିଶା ବାହାରେ ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନକୁ ଖୁବ ପସନ୍ଦ  କରିଥିଲେ।

୧୦୦ ରୁ ଅଧିକ ଓଡ଼ିଆ ଓ ଇଂରାଜୀ ପୁସ୍ତକକୁ ହିନ୍ଦୀରେ ଅନୁବାଦ କରିଥିବା ଡ଼ଃ ଦିନେଶ କୁମାର ମାଳୀ ,  "ପ୍ରେମାର୍ଦ୍ଧଶତକ" କୁ ଅନୁବାଦ କରୁଥିବାବଳେ ତାଙ୍କୁ ରୀତିଯୁଗର ସାହିତ୍ୟି ଜଗତରେ ଭ୍ରମଣ କରୁଥିବା ଭଳି ଅନୁଭବ ହେଉଥିବା କହିଥିଲେ। ମୁଖ୍ୟ ବକ୍ତା ଭଞ୍ଜ ସାହିତ୍ୟ ଓ ପରମ୍ପରାର ପ୍ରଖ୍ୟାତ ପ୍ରବକ୍ତା ଏବଂ ପଣ୍ଡିତ ଡ଼ଃ କୃଷ୍ଣ କେଶବ ଷଢଙ୍ଗୀ, ଏହି କାବ୍ୟ ଗ୍ରନ୍ଥ ରୀତିଯୁଗୀୟ ଓଡ଼ିଆ ସାହିତ୍ୟ ରସରେ ପରିପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ । ଶ୍ରୀ ଷଢଙ୍ଗୀ ଅତ୍ୟନ୍ତ ସୁନ୍ଦର ଭାବରେ ରୀତିଯୁଗର କବିମାନଙ୍କର କୃତିକୁ ବର୍ଣ୍ଣନା କରିଥିଲେ। ଡ଼ଃ ଦେବେନ୍ଦ୍ର ମାଝୀ, ଡ଼ଃ ବିଶ୍ବାଳଙ୍କର ସୃଜନଶୀଳତାକୁ ଦିବ୍ୟ ଶକ୍ତିର ଅବତାରଣା ବୋଲି ଦର୍ଶାଇଥିଲେ।

ହିନ୍ଦୀ ସାହିତ୍ୟ ଜଗତର ତାରକା ବ୍ୟକ୍ତିତ୍ୱ ଡ଼ଃ ରାମକାନ୍ତ ଶର୍ମା “ଉଦ୍ଭ୍ରାନ୍ତ”, ଏହି ପୁସ୍ତକରେ ଗୁଣାତ୍ମକ ସାହିତ୍ୟର ଭରପୂର ପ୍ରତିଫଳନ ଘଟିଥିବା ସୂଚାଇଥିଲେ। କବିତା ଓ ଚିତ୍ର ଏକାସାଙ୍ଗରେ ରହିଥିବା ଦୃଷ୍ଟିରୁ ସେ ଏହି କାବ୍ୟକୃତିକୁ ବିରଳ ମାନ୍ୟତା ପ୍ରଦାନ କରିଥିଲେ । ଡ଼ଃ ଡି.ପି. ମିଶ୍ର ଏହି କାବ୍ୟ ଗ୍ରନ୍ଥର ରଚନାବଳି କୁ ଭୁୟସୀ  ପ୍ରଶଂସା କରି ଡ଼ଃ ବିଶ୍ବାଳଙ୍କୁ "ଶବ୍ଦ ର ଯାଦୁଗର" ବୋଲି  ସମ୍ବୋଧନ କରିଥିଲେ।ୱାର୍ଲଡ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ l ଉତ୍ସବର ମୁଖ୍ୟ ଆକର୍ଷଣ

ସଂଗୀତ ପରିବେଷଣ ଓ ଚିତ୍ର ଅଙ୍କନର ଯୁଗଳବନ୍ଦୀ ଥିଲା । ସୁନାମଧନ୍ୟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଡ଼ଃ କୁଳମଣି ବିଶ୍ୱାଳଙ୍କର ରଚନାବଳୀକୁ ଆଧାର କରି ଗୋଟିକ ପରେ ଗୋଟିଏ ପ୍ରେମ କବିତା ସୁମଧୁର ଢଙ୍ଗରେ ଗାନ କରିବା ସହିତ ତାଳ ମିଳାଇ ମଂଚ ଉପରେ ସ୍ୱୟଂ ଡ଼ଃ ବିଶ୍ୱାଳ କାନଭାସ ଉପରେ ତାଙ୍କର ଯାଦୁଗରୀ ତୁଳି ଚାଳନା କରି ଏକ ଅଭିସାରିକା ନାୟିକାର ନିଖୁଣ ଏବଂ ଜୀବନ୍ତ ଚିତ୍ର ଆଙ୍କିବାର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ଥିଲା ।ଏଭଳି ଅଭିନବ ପ୍ରୟାସକୁ  ବିଦଗ୍ଧ ଦର୍ଶକ ମଣ୍ଡଳୀ ଗହ ଗହ କରତାଳି ଧ୍ୱନି ସହିତ ସ୍ୱାଗତ ଜଣାଇଥିଲେ।ସୁଦକ୍ଷ ଉପସ୍ଥାପିକା ପ୍ରତିମା ଶର୍ମା ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସଂଚାଳନା କରିଥିଲେ ।
ଉପସ୍ଥିତ ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ଆୟୋଜକ ପଲ୍ଲିବାଣୀ ମିଶନ୍ ର ଅଧ୍ୟକ୍ଷ ରାମଚନ୍ଦ୍ର ନାଥ, ବରିଷ୍ଠ ପ୍ରଶାସକ ସଂଜୀବ ପାଟ୍ଟଯୋଶୀ, ଶ୍ରୀ ନୀଳାଚଳ ସେବା ସଂଘର ସମ୍ପାଦକ  ରବୀନ୍ଦ୍ର ନାଥ ପ୍ରଧାନ, ମୁମ୍ବାଇ ଓଡ଼ିଆ ସମାଜର ସଭାପତି ଡ଼ଃ ବିପିନ ମିଶ୍ର ଓ ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥ। ପ୍ରମୁଖ ଅନ୍ତର୍ଭୁକ୍ତ  ଥିଲେ l  ବରେଣ୍ୟ ଅତିଥି କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ପି.ଏମ. ପ୍ରସାଦ, ଚାଟାର୍ଡ ଏକାଉଣ୍ଟାଣ୍ଟ ରବି ପାଣି, ଡି.ସି. ଆର୍ଯ୍ୟା, ଏମ.ଏସ୍.ପି. ରାଓ ମଧ୍ୟ ଡ଼ଃ ବିଶ୍ୱାଳଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମକୁ ସଫଳ କରାଇବାରେ ସୁସଂଗଠକ ଗୋବର୍ଦ୍ଧନ ଧଳ, ରୀତା ପାତ୍ର ତଥା ବହୁ ଓଡ଼ିଆ ସଂଗଠନର କର୍ମକର୍ତ୍ତା ମାନଙ୍କର ଭୂମିକା ମହତ୍ତ୍ୱପୂର୍ଣ୍ଣ ଥିଲା।


News Comment




Photo in News

Advertisment
Lastest News
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026

You Might Also Like