-+91-9937148622 |

prerana_bgr@rediffmail.com |

  Friday 30th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    (29-Oct-2026)       ||      କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   (29-Oct-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   (29-Oct-2026)       ||      ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   (29-Oct-2026)       ||      ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   (29-Oct-2026)       ||      କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   (29-Oct-2026)       ||      ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   (29-Oct-2026)       ||      ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   (29-Oct-2026)       ||      ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   (29-Oct-2026)       ||      ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ    (29-Oct-2026)       ||      ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   (29-Oct-2026)       ||      ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ    (29-Oct-2026)       ||      ପିପି ଏକାଡେମୀ ରେ ସଙ୍ଗୀତ ଓ କଲେଜଛକ କଲ୍ୟାଣ ମଣ୍ଡପ ରେ ରଙ୍ଗୋଲି ଲି ପ୍ରତିଯୋଗିତା   (28-Oct-2026)       ||      ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା କ୍ଷେତ୍ରରେ ଶୂନ୍ୟ ଜୀବନହାନି ଓ ଫସଲ କ୍ଷୟକ୍ଷତି ରୋକିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (28-Oct-2026)       ||      ସାହୁ ପରିବାର"ର ପ୍ରଥମ ସାଧାରଣ ଅଧିବେଶନ : ରମେଶ ଚନ୍ଦ୍ର ସାହୁ ସଭାପତି ଏବଂ ବିଶ୍ୱନାଥ ସାହୁ ସମ୍ପାଦକ   (28-Oct-2026)       ||      ସୁରକ୍ଷିତ ବଚପନ ଅଭିଯାନ ସଫଳ ନେଇ ସଚେତନତା   (28-Oct-2026)       ||      ଶୂନ୍ୟ ମୃତ୍ୟୁହାର ଲକ୍ଷ୍ୟରେ କନ୍ଧମାଳ ପ୍ରଶାସନର ବ୍ୟାପକ ପ୍ରସ୍ତୁତି :  ବାତ୍ୟା ମୁକାବିଲା ପାଇଁ ମନ୍ତ୍ରୀଙ୍କ ସମୀକ୍ଷା, ୧୯୮ ଗର୍ଭବତୀ ମହିଳା ମା’ ଗୃହକୁ ସ୍ଥାନାନ୍ତର   (28-Oct-2026)       ||      *ନବରଙ୍ଗପୁର କୋର୍ଟ ପରିସରରେ ସ୍ଥିତ ଅଭିଯୋଜନ କାର୍ଯ୍ୟାଳୟରେ ଦୁର୍ନୀତିମୁକ୍ତ ସମାଜ ନିମନ୍ତେ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ*   (28-Oct-2026)       ||      ସୁରକ୍ଷିତ ଶୈଶବ ଅଭିଯାନ ସଚେତନତା କାର୍ଯ୍ୟକ୍ରମ   (28-Oct-2026)       ||      ଡୁଙ୍ଗୁରିପାଲିରେ ବିଜେଡିର ଜନ ସଂପର୍କ ପଦଯାତ୍ରା: ଦମ ଦେଖାଇଲା ବିଜେଡି, ହଜାର ହଜାର ସଂଖ୍ୟାରେ କର୍ମୀଙ୍କ ସମାବେଶ    (28-Oct-2026)       ||     

HOME   ଦେଶ ବିଦେଶ

ଭିସା ଆବେଦନକାରୀଙ୍କ ପାଇଁ ଭୁବନେଶ୍ବରରେ ଡାକ୍ତରୀ ପରୀକ୍ଷା ସୁବିଧା ଆରମ୍ଭକୁ ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସ୍ଵାଗତ: ଜେନେକ୍ସ ଡାଇଗ୍ନୋଷ୍ଟିକସ ପରୀକ୍ଷା କେନ୍ଦ୍ର ଭାବରେ ମନୋନୀତ

15-Jun-2025



ଭୁବନେଶ୍ବର/ବ୍ରିସବେନ(ପ୍ରେରଣା ଖବର): ଅଷ୍ଟ୍ରେଲିଆ ଭ୍ରମଣ ପାଇଁ ଭିସା ଆବେଦନକାରୀମାନଙ୍କର ଭୁବନେଶ୍ୱର ଠାରେ ଡାକ୍ତରୀ ପରୀକ୍ଷା ସୁଯୋଗ ଆରମ୍ଭ କରିବାରେ ଅଷ୍ଟ୍ରେଲିଆ ଓଡ଼ିଆ ସମାଜ (ଓରିଓଜ ଇଙ୍କ.) ନିକଟରେ ସଫଳ ହୋଇ ଥିବା ଜଣାଯାଇଛି। ବିଶେଷଜ୍ଞମାନଙ୍କ ମତରେ ଏହା ଓରିଓଜର ଏକ ବହୁତ ବଡ଼ ଉପଲବ୍ଧି । ଏହା ପୂର୍ବରୁ ବରିଷ୍ଠ ନାଗରିକଙ୍କ ସମେତ ଅଷ୍ଟ୍ରେଲିଆ ଯିବାକୁ ଥିବା ଓଡ଼ିଶାର ଭିସା ଆବେଦନକାରୀ ମାନେ ବାଧ୍ୟତାମୂଳକ ଡାକ୍ତରୀ ପରୀକ୍ଷା ପାଇଁ ଅନ୍ୟ ରାଜ୍ୟକୁ ଯାଉଥିଲେ।  ଓରିଓଜର ନେତୃବର୍ଗ ଦୀର୍ଘଦିନ ଧରି ଏଥିପାଇଁ ଭୁବନେଶ୍ବରର ଏକ କ୍ଲିନିକକୁ ଚିହ୍ନଟ କରିବାକୁ ଅଷ୍ଟ୍ରେଲିଆ ସରକାରଙ୍କୁ ନିବେଦନ କରି ଆସୁଥିଲେ। ଓରିଓଜର କ୍ରମାଗତ ଆକୁଳ ନିବେଦନକୁ ବିଚାରକୁ ନେଇ ଅଷ୍ଟ୍ରେଲିଆର ସାମ୍ପ୍ରତିକ ଇମିଗ୍ରେସନ ଓ ନାଗରିକତ୍ୱ ମନ୍ତ୍ରୀ ଟୋନି ଵର୍କ ଭୁବନେଶ୍ବରଠାରେ ଅଷ୍ଟ୍ରେଲିୟ ଡାକ୍ତରୀ ପ୍ୟାନେଲର ପୁନଃ ସ୍ଥାପନା କରିବା ସମ୍ବନ୍ଧୀୟ ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦୀର୍ଘ ଦୁଇମାସ ଧରି ନାନା ପ୍ରକାରର ନିରପେକ୍ଷ ତଦନ୍ତ ଓ ଯାଞ୍ଚ ସମ୍ପନ୍ନ କରାଯିବା ପରେ ଅଷ୍ଟ୍ରେଲିଆର ଇମିଗ୍ରେସନ ଓ ନାଗରିକତ୍ୱ ମନ୍ତ୍ରଣାଳୟର ସ୍ୱାସ୍ଥ୍ୟନୀତି ଓ ପ୍ରତିଶ୍ରୁତି ଶାଖା ଭୁବନେଶ୍ବରର ଚନ୍ଦ୍ରଶେଖରପୁର ରେ ଅବସ୍ଥିତ ଜେନେକ୍ସ ଡାଇଗ୍ନୋଷ୍ଟିକସକୁ ଅଷ୍ଟ୍ରେଲିୟ ଭିସା

ପାଇଁ ପ୍ୟାନେଲ ସେବା ପ୍ରଦାନ କରିବାକୁ ସୁପାରିଶ କରିଥିଲେ। ଏହି ସୁପାରିଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମାନ୍ୟବର ମନ୍ତ୍ରୀ ଟୋନି ଵର୍କ ଭାରତରେ ମହଯୁଦ ଥିବା ଅଷ୍ଟ୍ରେଲିଆର ପ୍ୟାନେଲ ତାଲିକାରେ ଭୁବନେଶ୍ବରର ଜେନେକ୍ସକୁ ଗ୍ରହଣ କରିବା ପାଇଁ ନିକଟରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏବେଠାରୁ ଅଷ୍ଟ୍ରେଲିଆକୁ ନିଜର ପରିବାର ସହିତ ବିତାଇବାକୁ ଯାଉଥିବା ଓଡ଼ିଶାବାସୀ ଅନ୍ୟ ରାଜ୍ୟକୁ ନଯାଇ ଭୁବନେଶ୍ବର ଜେନେକ୍ସ ଡାଇଗ୍ନୋଷ୍ଟିକସ ଠାରେ  ହିଁ ଭିସା ପାଇଁ ଅତ୍ୟାବଶ୍ୟକ ଡାକ୍ତରୀ ପରୀକ୍ଷାର ସୁବିଧା ପାଇ ପାରିବେ ବୋଲି ପ୍ରାପ୍ତ ସୂଚନାରୁ ପ୍ରକାଶ।

ଏକ ସଂଯୁକ୍ତ ବିବୃତିରେ ଓରିଓଜର ସଭାପତି ଡଃ. ମନୋଜ ନାୟକ ଏବଂ ଉପ-ସଭାପତି ହର ପାତ୍ର ଅଷ୍ଟ୍ରେଲିଆ ସରକାରଙ୍କର ଏହି ଐତିହାସିକ ନିଷ୍ପତ୍ତିକୁ ହାର୍ଦ୍ଦିକ ସ୍ଵାଗତ ଜଣାଇଛନ୍ତି। ଦୀର୍ଘ ଅଢ଼େଇ ବର୍ଷ ଧରି ଅଷ୍ଟ୍ରେଲିଆର ଦୁଇ ଇମିଗ୍ରେସନ ମନ୍ତ୍ରୀ ଆଣ୍ଡ୍ରିଉ  ଗିଲସ  ଓ ଟୋନି ଵର୍କଙ୍କ ସହିତ ଲଗାତାର ଭାବରେ ଚର୍ଚ୍ଚା ଆଲୋଚନା କରାଯିବା ଏବଂ ନିରନ୍ତର କ୍ରମେ ପ୍ରବର୍ତ୍ତା ଯିବା ଫଳରେ ଆଜିର ଅନନ୍ୟ ଓ ଅସାଧାରଣ ସଫଳତା ହାସଲ କରାଯାଇଥିବାରୁ ସେମାନେ ଖୁବ ସନ୍ତୋଷ ପ୍ରକାଶ କରିଛନ୍ତି। ଓଡ଼ିଆ ଜନସାଧାରଣଙ୍କ ପାଇଁ ଭୁବନେଶ୍ବର ସ୍ଥିତ ଜେନେକ୍ସରେ ପରୀକ୍ଷା ନିରୀକ୍ଷା କରିବା  ସୁବିଧାପ୍ରଦ ହେବା ସହ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାରଖଣ୍ଡ ଓ ପଶ୍ଚିମ ବଙ୍ଗର ଭିସା ପ୍ରାର୍ଥୀ ମାନଙ୍କ ପାଇଁ ମଧ୍ୟ ଜେନେକ୍ସ ଏକ ଫଳପ୍ରଦ କେନ୍ଦ୍ର ବନିବା ନିଶ୍ଚିତ ବୋଲି ସେମାନେ ଆସ୍ଥା ପ୍ରକଟ କରିଛନ୍ତି। 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୦ ରୁ ୨୦୧୦ ମସିହା ପର୍ଯ୍ୟନ୍ତ କଟକର ଏକ ଛୋଟ କ୍ଲିନିକରେ ଅଷ୍ଟ୍ରେଲିଆର ଭିସା ଆବେଦନକାରୀମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଉଥିଲା। କିନ୍ତୁ  ସେଠାରେ ଅତ୍ୟାଧୁନିକ ବୈଷୟିକ ବନ୍ଦୋବସ୍ତ ମହଜୁଦ ନଥିବାରୁ ୨୦୧୦ ମସିହାରେ ଏହାକୁ ବନ୍ଦ କରିଦିଆଯାଇଥିଲା। କଟକ କ୍ଲିନିକ ବନ୍ଦ ହୋଇଯିବା ପରେ ଭିସା ପାଇଁ ଇଚ୍ଛୁକ ଓଡ଼ିଶା ନିବାସୀ ଅଷ୍ଟ୍ରେଲିଆ ଇମିଗ୍ରେସନ ବିଭାଗ ଦ୍ଵାରା ମନୋନୀତ କୋଲକାତା, ହାଇଦ୍ରାବାଦ ଏବଂ ଅନ୍ୟାନ୍ୟ ନଗରୀରେ  ସ୍ଥିତ ଡାକ୍ତରୀ କେନ୍ଦ୍ରଗୁଡ଼ିକୁ ପରୀକ୍ଷା ପାଇଁ ଯାଉଥିଲେ। 

ଭୁବନେଶ୍ବରଠାରେ ଅଷ୍ଟ୍ରେଲିଆ ଭିସା ଆବେଦନକାରୀମାନଙ୍କ ପାଇଁ ଡାକ୍ତରୀ ପରୀକ୍ଷା କେନ୍ଦ୍ର ସ୍ଥାପନା କରାଯିବା ଓରିଓଜର ବର୍ତ୍ତମାନ କାର୍ଯ୍ୟକାରୀ କମିଟିର ସର୍ବାଧିକ ପ୍ରାଥମିକତା ଥିଲା ବୋଲି ଡଃ. ମନୋଜ ନାୟକ ଉଲ୍ଲେଖ କରିଛନ୍ତି। ଏହାର କାର୍ଯ୍ୟାନ୍ୱୟନ ଲୋକଲୋଚନରେ ଓରିଓଜର ଖାତିରକୁ ଯଥେଷ୍ଟ ପରିମାଣରେ ବୃଦ୍ଧି କରିବା ସାଙ୍ଗକୁ ଅଷ୍ଟ୍ରେଲିଆର ବହୁବିଧ ସାଂସ୍କୃତିକ ଢାଞ୍ଚାକୁ ମଜଭୁତ କରିବା ନେଇ ଓରିଓଜ ର ବଳିଷ୍ଠ ଯୋଗଦାନ ଯୋଗୁଁ ଏକ ସାମାଜିକ ସଙ୍ଗଠନ ଭାବରେ ଏହାର ଭାବମୂର୍ତ୍ତିର ଯଥେଷ୍ଟ ପରିବର୍ଦ୍ଧନ ଘଟିଥିବା ଡଃ. ନାୟକ ସୁଚାଇଛନ୍ତି। ଅଷ୍ଟ୍ରେଲିଆ ନିବାସୀ ଓଡ଼ିଆ ମାନଙ୍କର ବହୁ ଦିନର ସ୍ୱପ୍ନ ସାକାର ହେଲା ବୋଲି ପ୍ରକାଶ କରି ହର ପାତ୍ର, ଭୁବନେଶ୍ବରଠାରେ ଡାକ୍ତରୀ ପରୀକ୍ଷା କେନ୍ଦ୍ର କାର୍ଯ୍ୟକ୍ଷମ ହେବା ଫଳରେ ସହସ୍ରାଧିକ ଭିସା ପ୍ରାର୍ଥୀ ବିଶେଷ ଭାବରେ ଉପକୃତ ହେବେ ବୋଲି ଦମ୍ଭ ପ୍ରକାଶ କରିଛନ୍ତି। 

ଏହି ଅସାମାନ୍ୟ ସାଫଲ୍ୟ କାହାଣୀ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ବନିବା ସାଙ୍ଗକୁ ବିଶ୍ଵଭରି ଓଡ଼ିଆ ସମ୍ପ୍ରଦାୟ ପାଇଁ ପ୍ରେରଣାଦାୟୀ ସ୍ଥାପିତ ହେବ ବୋଲି ଡଃ. ନାୟକ ଓ ଶ୍ରୀ ପାତ୍ର ଦୃଢ଼ ଆଶା ପୋଷଣ କରିଛନ୍ତି।ଓରିଓଜର ଏହି ସାଧୁ ଉଦ୍ୟମକୁ ଭୂୟସୀ ପ୍ରଶଂସା କରି ଡାଇଗ୍ନୋଷ୍ଟିକସର ନିର୍ଦ୍ଦେଶକ ସୁନୀଲ କୁମାର ରାଉତ, ଅଷ୍ଟ୍ରେଲିଆ ଭିସା ଆବେଦନକାରୀମାନଙ୍କୁ ପରୀକ୍ଷା କେନ୍ଦ୍ର ତରଫରୁ ସମ୍ପୂର୍ଣ୍ଣ ଭାବେ ସହଯୋଗ ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।


News Comment




Photo in News

Advertisment
Lastest News
  ମହାନଗର  
ଏସଆରସି କଂଟ୍ରୋଲ ରୁମରେ ସ୍ଥିତି  ଗଂଜାମ ଓ ଗଜପତି ଜିଲ୍ଲାର ସ୍ଥିତି ସମୀକ୍ଷା♦️  ବାତ୍ୟା ପରବର୍ତ୍ତୀ ସ୍ଥିତିର ନିରନ୍ତର ଅନୁଧ୍ୟାନ ଓ ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ    29-Oct-2026
  ରାଜ୍ୟ  
କଲେଜଛକ କଲ୍ୟାଣମଣ୍ଡପରେ ଚିତ୍ରକଳା ଓ ମଣ୍ଡାପିଠା ତିଆରି ପ୍ରତିଯୋଗିତା ଅନୁଷ୍ଠିତ   29-Oct-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ଯାଜପୁର ସାଂସଦଙ୍କ ସରକାର - ବିରୋଧୀ ଆଭିମୁଖ୍ୟକୁ ୮୦ ଲକ୍ଷ ପ୍ରକୃତ ଅନୁସୂଚିତ ଜାତି ଆନ୍ଦୋଳନ ଧମକ ସରକାରୀ ସୁପାରିଶ ବନାମ ରାଜନୈତିକ ହସ୍ତକ୍ଷେପ - କେକେଡି ବିରୋଧୀ ଲଢେଇ ଅଲ୍ ଓଡିଶା କେଉଁତ, କୌବର୍ତ୍ତ ଓ ଧୀବର ହଟାଓ ଆକ୍ସନ କମିଟି, ବଲାଙ୍ଗିର   29-Oct-2026
  ଜିଲ୍ଲା  
ବୀରମୁଣ୍ଡାରେ ପାୱାର୍ ଗ୍ରୀଡ଼୍ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ   29-Oct-2026
  ଜିଲ୍ଲା  
ଅମଳ ବେଳେ ବାତ୍ୟା ମାଡ଼, ଉଜାଡ଼ିଲା ଚାଷୀଙ୍କ ସ୍ୱପ୍ନ : ପନିପରିବା ସହ ଧାନ ଫସଲ ନଷ୍ଟ ଆଶଙ୍କା, କ୍ଷୟକ୍ଷତି ଆକଳନ କରି ସହାୟତା ଦେବାକୁ ଦାବି   29-Oct-2026
  ଜିଲ୍ଲା  
କଳା ଜଗତର ସର୍ବଶ୍ରେଷ୍ଠ କଳା ହେଉଛି ପାଲା : ଗୁରୁ ପାର୍ବତୀ ଭୋଇ   29-Oct-2026
  ଜିଲ୍ଲା  
ମହଦାରେ ଦୁଇ ଟ୍ରକ୍ ମଧ୍ୟରେ ଭୟଙ୍କର ଧକ୍କା, ଗ୍ରାମବାସୀ ଓ ଉଦ୍ଧାରକାରିଙ୍କ ତତ୍ପରତାରେ ବଞ୍ଚିଗଲା ଜୀବନ   29-Oct-2026
  ଜିଲ୍ଲା  
ବରଗଡ଼ ନଦୀପଡ଼ା ରେ ଗଜଲକ୍ଷ୍ମୀ ପୂଜା   29-Oct-2026
  ଜିଲ୍ଲା  
ବଲାଙ୍ଗୀର ସହରର ରୁଗୁଡି ପଡା ଓ ନାଲଖଣ୍ଡି ପଡା ଠାରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମ ରେ ପାଳିତ   29-Oct-2026
  ଜିଲ୍ଲା  
ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ୍‌ରେ ଆସନ୍ତା କାଲି ଅନୁଷ୍ଠିତ ହେବ କ୍ୟାରିୟର ମେଳା - ଯୋଗଦେବେ ଦେଶର ୧୦ଟି ପ୍ରମୁଖ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ   29-Oct-2026
  ଜିଲ୍ଲା  
ବରୀ ବ୍ଲକରେ ଶିଶୁ ଶ୍ରମିକ ଚିହ୍ନଟ ଓ ଉଦ୍ଧାର ନିମନ୍ତେ ମିଳିତ ଚଢ଼ାଉ ଅଭିଯାନ   29-Oct-2026
  ଜିଲ୍ଲା  
ପୁରୁଣା ସରକାରୀ ଡାକ୍ତରଖାନା ଷ୍ଟାଫ କ୍ୱାର୍ଟର ମରାମତିରେ ଚରମ ଅବହେଳା - ଅସମ୍ପୂର୍ଣ୍ଣ କାମ ଯୋଗୁଁ ଡାକ୍ତରଙ୍କ ପରିବାର ହେଉଛନ୍ତି ଅସୁବିଧାର ସମ୍ମୁଖୀନ   29-Oct-2026

You Might Also Like