-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
ଏକ କମ୍ପାନୀ କୁ ଟଙ୍କା ଦେଇଦେବା ପରେ ଜାଲ ଏକାଉଣ୍ଟ ଦେଇ ଉକ୍ତ କମ୍ପାନୀର ଜିନିଷପତ୍ର କିମ୍ବା ନଗଦ ଟଙ୍କା ଫେରସ୍ତ ନ କରିବା ନେଇ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଦମ୍ଫତ୍ତି । ସୂଚନା ଅନୁଯାୟୀ, ଟିଟିଲାଗଡ଼ ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର ମନୋରଞ୍ଜନ ବେହେରା,(ବ-୩୭) ଗତ ୨୭ ତାରିଖ ତାଙ୍କ ସ୍ତ୍ରୀ ସହ ମିଶି ଗୁରୁକୃପା ନାମକ ଏକ କମ୍ପାନୀକୁ ଯାଇ ସେଠି ନଗଦ ୩୧ ହଜାର ଟଙ୍କା ଦେଇ ବିଭିନ୍ନ ଜିନିଷପତ୍ର ଟ୍ରାନ୍ସପୋର୍ଟ ଜରିଆରେ ପଠେଇ ଦେବାକୁ କହିଥିଲେ ଓ ତାର ବିଲ ମଧ୍ୟ ଆଣିଥିଲେ । ହେଲେ ଉକ୍ତ କମ୍ପାନୀରୁ ପୁନଃ ଆଉ ଏକ ଏକାଉଣ୍ଟ ଦେଇ ୧୬,୬୨o ଟଙ୍କା ଦେବାକୁ କହିଥିଲେ । ଫୋନ ରେ ସେ କହିବାରୁ ଉକ୍ତ ଟଙ୍କା ଏହେମଦାବାଦ ସ୍ଥିତ ଗୁରୁକୃପା ନାମକ କମ୍ପାନୀକୁ ଦେଇଥିବା ଏକାଉଣ୍ଟ ନମ୍ବରରେ ଗତ ତା୩୦-୧୦-୨୦୨୧ ରିଖ ଦିନ ଟଙ୍କା ଜମା କରିଥିଲେ । ଉକ୍ତ କମ୍ପାନୀ ୭ ଦିନ ଭିତରେ ଟ୍ରାନ୍ସପୋର୍ଟରେ ପଠେଇ ଦେବା ପ୍ରତିଶ୍ରୁତି ଦେଇଥିଲେ । ଏବେ ସୁଦ୍ଧା ବାରମ୍ବାର ଫୋନରେ ଉକ୍ତ କମ୍ପାନୀର ଲୁଗା ସାମଗ୍ରୀ ମାନ ପଠେଇବାକୁ କହିବା ସତ୍ୱେ ସେ ଟଙ୍କା ପାଇ ସାରି ଆଉ ଦେବ ନାହିଁ, ତଥା ଆଉ ୫୦ ହଜାର ଟଙ୍କା ଜମା କରିବା ପରେ ଉକ୍ତ ଲୁଗା ସାମଗ୍ରୀ ପ୍ରେରଣ କରିବ ବୋଲି କହୁଥିବା ପ୍ରକାଶ କରିଛନ୍ତି ମନୋରଞ୍ଜନ ଓ ତାଙ୍କ ସ୍ତ୍ରୀ । ସେ ତାର ଏକାଉଣ୍ଟ ନମ୍ବର ନ ଦେଇ ଅନ୍ୟ ଏକ ଏକାଉଣ୍ଟ ନମ୍ବର ଦେଇ ସବୁ ଟଙ୍କା ହଡପ କରିଦେବା ଚେଷ୍ଟା କରିବା ସହ ଗତ ତା୩୦-୧୦-୨୦୨୧ ରିଖ ଦିନ ଦିଲୀପ ସୁବାସ ଗିରିସ ନାମକ ଜଣେ ବ୍ୟକ୍ତି ତାଙ୍କ ଘରକୁ ଯାଇ ବକେୟା ଟଙ୍କା ତୁରନ୍ତ ଡ଼ିପୋଜିଟ କର କହି ଚାଲିଯାଇ ଥିଲେ ଓ ଏକାଉଣ୍ଟ ନମ୍ବର ଦେଇଥିଲେ । ଏବେ ଉକ୍ତ କମ୍ପାନୀ ପୁନଃ ଫୋନ ରେ ୫୦ ହାଜର ଟଙ୍କା ଦେବାକୁ କହୁଥିବା ବେଳେ ଏ ନେଇ ଟିଟିଲାଗଡ଼ ଥାନା ରେ ଅଭିଯୋଗ କରିଛନ୍ତି । ଏ ନେଇ ଟିଟିଲାଗଡ଼ ଥାନା ର ଦ୍ୱାରସ୍ଥ ହୋଇଥିବା ଦମ୍ପତି ପରି ବଲାଙ୍ଗୀର ଜିଲ୍ଲାର ମୁରିବାହଲ ଥାନା ଅନ୍ତର୍ଗତ ଗୁଡିଘାଟ,ଉଦେପୁର, ଗୁଲମୀ ଗ୍ରାମର ଚାରି ଜଣ ୧ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ଜମା କରି ଅନୁରୂପ ଭାବେ ଠକେଇର ଶିକାର ହୋଇ ସାରିଥିବା ବେଳେ ଓଡିଶାର ରାଜ୍ୟ ବାହାର ଘଟଣା ହୋଇଥିବା ଯୋଗୁଁ ପୋଲିସ ଅସମର୍ଥତା ପ୍ରକାଶ କରିଛି । ଏପରି କି ଫୋନ ଯୋଗେ ଟିଟିଲାଗଡ଼ ପୋଲିସ ଯୋଗାଯୋଗ କରି ସୁଦ୍ଧା କିଛି ସୁଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି । ଏହି କିଛି ନିର୍ଦ୍ଦିଷ୍ଟ କମ୍ପାନୀ ଏଭଳି ନା ନା ଆଳରେ ମୋଟା ଅଙ୍କର ଟଙ୍କା ଠକେଇ କରିଆସୁଥିବା ବେଳେ ଏ ଦିଗରେ ବିଭାଗୀୟ ବରିଷ୍ଠ ଅଧିକାରୀ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି ।