-+91-9937148622 |
prerana_bgr@rediffmail.com |
Friday 2nd October 2026 |
R.N.I. Regd No. ODIODI/2010/46693
Breaking News
22-Nov-2021
ସାଲେପୁର: ଚଳିତ ମାସ ୯ ତାରିଖ ରେ କଟକ ଜିଲ୍ଲା ସାଲେପୁର ଥାନା ସୁନାଖଣ୍ଡି ଗାଁ ର ପ୍ରହଲ୍ଲାଦ ବେହେରା ଙ୍କ ମେଧାବୀ ଝିଅ ସ୍ବୟଂପ୍ରଭା ବେହେରା ଙ୍କ ଆତ୍ମହତ୍ୟା ଘଟଣାରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ସାଲେପୁର ଲୁଣାହାର ଗାଁ ର ସିଦ୍ଧାର୍ଥ ରାଉତ ଓରଫ୍ ସିପୁନ୍ କୁ ଆଜି କେନ୍ଦ୍ରାପଡ଼ା ଜିଲ୍ଲା
ଚାନ୍ଦୋଳ ଠାରୁ ଗିରଫ କରିଛି ସାଲେପୁର ଥାନା ପୋଲିସ। ପରିବାର ପକ୍ଷରୁ ଚଳିତ ମାସ ୧୦ ତାରିଖ ଦିନ ସ୍ବୟଂପ୍ରଭା ଙ୍କ ସୁଇସାଇଡିଲ୍ ନୋଟ୍ ସହ ଲିଖିତ ଏତଲା ସାଲେପୁର ଥାନାରେ ଦିଆଯାଇଥିଲା। ହେଲେ ସାଲେପୁର ପୋଲିସ ୧୮ ତାରିଖ ଯାଏଁ ଏ ଘଟଣା ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲା।ପରେ ସାଲେପୁର ଥାନା ପୋଲିସ ଏତଲା ତାରିଖ ନିଜେ ବଦଳାଇ ଏତଲା କୁ ୧୮ ତାରିଖ ରେ ମାମଲା ରୁଜୁ କରିଥିଲା। ଏହି ଘଟଣା କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ସାଲେପୁର ପୋଲିସ ସିପୁନ୍ କୁ ଧରିବାରେ ସଫଳ ହୋଇଛି।ଏ ନେଇ ସାଲେପୁର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।