-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ଅପରାଧ

ଆତ୍ମହତ୍ୟା ର କାରଣ ଖୋଲିବକି ସୁଇସାଇଡ୍ ନୋଟ୍ ହେଲେ ପୋଲିସ ର ଭୂମିକା ସନ୍ଦେହ ଘେରରେ

21-Nov-2021



ସାଲେପୁର:ଆଇ ଆମ୍ ସରି,ବାପା ମମ୍ମି। ମୁଁ ତମ ମାନଙ୍କୁ ବହୁତ ମିଛ କହିଛି, କିନ୍ତୁ ମତେ ତମେ ମାନେ କ୍ଷମା କରିଦେବ। ଜୀବନରେ ଗୋଟେ ଭଲ ଝିଅ ହୋଇ ପାରିଲିନି ମୁଁ। ସେ ସିପୁନ୍ ମୋତେ ବହୁତ ହଇରାଣ କଲା,ବ୍ଲାକ୍ ମେଲ ବି କଲା କାଳେ ତମ ମାନଙ୍କର କିଛି ଅସୁବିଧା ହବ ମୁଁ ସୁଇସାଇଡ୍ କରିବାକୁ ଠିକ୍ ମନେ କଲି। ଯେତେ କଷ୍ଟ ଦେଇଛୁ ଆମେ ଭାଈ, ଭଉଣୀ ତମେ ମାନେ ବହୁତ ସହିଛ।ସୋ ମୋତେ କ୍ଷମା କରିଦେବ।"

"ସିପୁନ୍ ତା ମା', ବାପା,ଭାଈ, ଭାଉଜ ସମସ୍ତେ ସବୁ କଥା ଜାଣନ୍ତି ବଟ୍ କିଛି ବୁଝିଲେନି।ସୋ ମୁଁ ଏତିକି ଚାହୁଁଛି ଯେ,ମୋ ମରିବା ପାଇଁ ଯିଏ ସବୁ ଦାୟୀ ତାକୁ କଠିନ ଦଣ୍ଡ ମିଳୁ"। ଏହା ଲେଖି ନିଜ ଘରେ ସିଲିଂ ଫ୍ୟାନ୍ ରେ ରଶି ଲାଗାଇ ଆତ୍ମହତ୍ୟା କଲେ।
 ଚଳିତ ମାସ ୯ ତାରିଖରେ କଟକ ଜିଲ୍ଲା ସାଲେପୁର ଥାନା ସୁନାଖଣ୍ଡି ଗାଁ ର ପ୍ରହଲ୍ଲାଦ ବେହେରା ଙ୍କ  ଝିଅ ସ୍ବୟଂପ୍ରଭା ବେହେରା ଓରଫ ଲିପି ଙ୍କ ଆତ୍ମହତ୍ୟା ଘଟଣାର ନୂଆ ମୋଡ଼। ଝିଅ ର ଆତ୍ମହତ୍ୟା ର ଦିନକ ପରେ ଅର୍ଥାତ୍ ଗତ ୧୦ ତାରିଖ ରେ ଝିଅ ରହୁଥିବା ରୁମ୍ ସଫା କଲା ବେଳେ ସୋଫା ତଳୁ ପରିବାର ଲୋକେ ଝିଅ ର ଏକ ସୁଇସାଇଡିଆଲ୍ ନୋଟ୍ ପାଇଲେ। ସେଥିରେ ମୃତକ ଲିପି ଲେଖିଥିଲେ ଯେ,"ତାଙ୍କ ମୃତ୍ୟୁ ପାଇଁ ସିଦ୍ଧାର୍ଥ ରାଉତ ଓରଫ୍ ସିପୁନ୍ ହିଁ ଦାୟୀ। ଏହା ପରେ ପରିବାର ଲୋକେ ସେହି ୧୦ ତାରିଖ ରେ ସୂଇସାଇଡିଆଲ୍ ନୋଟ୍ ସହ ଏକ ଲିଖିତ ଏତଲା ସାଲେପୁର ଥାନାରେ ଦେଇଥିଲେ।
ଚଳିତ ମାସ ୧୦ ତାରିଖ ରୁ ପରିବାର ଲୋକେ ସାଲେପୁର ଥାନା ରେ ଏତଲା ଦେଇଥିଲେ ମଧ୍ୟ ସାଲେପୁର ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ବରଂ ମୃତକ ଲିପି ଙ୍କ ପରିବାର ଲୋକଙ୍କୁ ସାଲେପୁର ଥାନା ଅଧିକାରୀ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।ପରେ ଏ ଘଟଣା ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀ ଙ୍କ ଦୃଷ୍ଟିକୁ ଆସିବାରୁ  ଅର୍ଥାତ୍ ୧୮ ତାରିଖ ରେ ସାଲେପୁର ଥାନା କେସ୍ ନମ୍ବର ୩୧୯/୨୦୨୧ ରେ ମାମଲା କରି ୩୦୬,୩୪ ଆଇପିସି ଧାରା ଲଗାଇ ଝାଡିଝୁଡି ହୋଇ ବସି ଯାଇଛି ସାଲେପୁର ପୋଲିସ। ଖାଲି ସେତିକି ନୁହେଁ ସାଲେପୁର ଥାନା ଅଧିକାରୀ ମୃଣ୍ମୟ ସେନାପତି ମୃତକା ସ୍ବୟଂପ୍ରଭା ବେହେରା ଓରଫ ଲିପି ଙ୍କ ବାପା ପ୍ରହଲ୍ଲାଦ ବେହେରା ଚଳିତ ମାସ ୧୦ ତାରିଖ ରେ ସାଲେପୁର ଥାନା ରେ ଦେଇଥିବା ଲିଖିତ ଏତଲା କୁ ସାଲେପୁର ଥାନା ଅଧିକାରୀ କିଭଳି ଇ-ରେଜର୍ ମାରି ତାରିଖ ବଦଳାଇ ୧୮ ତାରିଖ ଲେଖିଛନ୍ତି, ତାକୁ ଟିକେ ଦେଖନ୍ତୁ। ନିୟମ ଅନୁଯାୟୀ ଲିଖିତ ଏତଲା କୁ ଇ-ରେଜର୍ ମାରି ଲିଭାଇବା ଏକ ଦଣ୍ଡନୀୟ ଅପରାଧ। ଖୋଦ୍ ସାଲେପୁର ଥାନା ଅଧିକାରୀ ମୃଣ୍ମୟ ସେନାପତି ଯଦି ଏଭଳି କରନ୍ତି ତେବେ ତାଙ୍କ ପାଇଁ କ'ଣ ଆଇନି ଅଲଗା ? ପ୍ରଶ୍ନ ଉଠୁଛି ଝିଅ ହରାଇଥିବା ବାପା ଯଦି ୧୦ ତାରିଖ ରେ ଥାନା ରେ ଏତଲା ଦେଲେ ତେବେ ୮ ଦିନ ପରେ ଅର୍ଥାତ୍ ୧୮ ତାରିଖ ରେ କ'ଣ ପାଇଁ କେସ୍ ରେଜିଷ୍ଟ୍ରେସନ କଲା ସାଲେପୁର ପୋଲିସ ? କ'ଣ ଅଭିଯୁକ୍ତ ସିଦ୍ଧାର୍ଥ ରାଉତ ଓରଫ୍ ସିପୁନ୍ କୁ ଖସାଇ ଦେବା ପାଇଁ ଯୋଜନା କରିଥିଲା କି ସାଲେପୁର ପୋଲିସ ? ଏପଟେ ସିପୁନ୍ ତାଙ୍କ ପରିବାର ଙ୍କୁ  ଏ ଘଟଣା ବାବଦରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ ତାଙ୍କ ନିଜ ଘର ତାଲା ପଡ଼ିଥିଲା ଓ ମୋବାଇଲ୍ ସୁଇଜ୍ ଅଫ୍ ଥିବାରୁ ସମ୍ଭବ ହୋଇ ପାରିନଥିଲା। 
ସ୍ବୟଂପ୍ରଭା ସାଲେପୁର ଫାର୍ମାସିଷ୍ଟ କଲେଜର ବି ଫାର୍ମାସିଷ୍ଟ ରେ ଟପ୍ପର ଓ ମେଧାବୀ ଛାତ୍ରୀ ଥିଲେ। ତାଙ୍କୁ କିଭଳି ଆଉ କେଉଁ ପାଇଁ ସିପୁନ୍ ବ୍ଲାକ ମେଲିଂ କଲା ଯାହା ଫଳରେ ସ୍ବୟଂପ୍ରଭା ଓରଫ୍ ଲିପି ମୃତ୍ୟୁ ର ପଥ ବାଛି ନେଲେ ? ଏଠି ପୋଲିସ ର ସ୍ବଛତା କାଠଗଡ଼ାରେ। କାରଣ ଏଫଆଇଆର କୁ ସିଧାସଳଖ ଟାମ୍ପରିଙ୍ଗ୍ କରିଛନ୍ତି ସାଲେପୁର ଥାନା ଅଧିକାରୀ, ଯାହାକୁ ସିଧାସଳଖ ଅଭିଯୋଗ କରିଛନ୍ତି ଲିପି ଙ୍କ ବାପା। ତେଣୁ ତୁରନ୍ତ ଏବଂ ସଠିକ୍ ଢଙ୍ଗରେ ଯଦି ତଦନ୍ତ ନହେବ ତେବେ ଅକାଳରେ ଜଣେ ଯୁବକର ବ୍ଲାକ୍ ମେଲ ପାଇଁ ଜଣେ ମେଧାବୀ ଛାତ୍ରୀ ର ଜୀବନ ହରାଇବାର କାରଣ କାଳ କାଳକୁ ପୋଲିସ ଫାଇଲ୍ ତଳେ ରହିଯିବ


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like