-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
06-Nov-2020
ଟିଟିଲାଗଡ଼(ପ୍ରେରଣା ଖବର) ଟିଟିଲାଗଡ଼ ରେଳ ଷ୍ଟେସନ ନିକଟରେ ଜଣେ ଯୁବକ କୁ ମରଣାନ୍ତକ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଛାଡ଼ି ଫେରାର ହୋଇଯାଇଥିବା ଜଣାଯାଇଛି। ଉକ୍ତ ଯୁବକ ରକ୍ତ ଯୁଡୁ ,ବୁଡୁ ଅବସ୍ଥାରେ ପ୍ରାୟ ଦୁଇ ଘଣ୍ଟା ଧରି ଅଚେତ ହୋଇ ପଡିରହିଥିବା ବେଳେ ଟିଟିଲାଗଡ଼ ରକ୍ତଦାତା ସଙ୍ଘ ର କିଛି ସଦସ୍ୟ ତାଙ୍କୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବା ଦେଖି ଏକ ରିକ୍ସା ଯୋଗେ ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚାଇ ଥିଲେ । ଉପସ୍ଥିତ ଡ଼ଃ ଓମପ୍ରକାଶ ହୋତା ତୁରନ୍ତ ତାଙ୍କୁ ଭର୍ତ୍ତି କରାଇ ଚିକିତ୍ସା ଆରମ୍ଭ କରିଥିବା ବେଳେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ହୋଇଥିବା ଓ ସେ ଚିକିତ୍ସା ପାଇ କିଛି ମାତ୍ରାରେ ସ୍ୱାସ୍ଥ୍ୟ ରେ ଉନ୍ନତି ହୋଇଥିବା ଜଣାଯାଇଛି । ତେବେ ସ୍ୱାସ୍ଥ୍ୟଵସ୍ଥା ରେ ଉନ୍ନତି ଦେଖି ଚିକିତ୍ସା କରାଯିବ ନଚେତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରେ ବୋଲି ସୂଚନା ମିଳିଛି। ତେବେ ଆଉ କିଛି ବିଳମ୍ବ ହୋଇଥିଲେ ଉକ୍ତ ଯୁବକ ଙ୍କ ମୃତ୍ୟୁ ଘଟିଥାନ୍ତା। ସୂଚନା ଅନୁଯାୟୀ ଉକ୍ତ ଯୁବକ ଟିଟିଲାଗଡ଼ ହାଇସ୍କୁଲ ପଡା ର ଲବ ମାଝୀ(୨୮) ଓ ସେ ଗାଡି ଡ୍ରାଇଭର ବୋଲି ଜଣାଯାଇଛି। ଦିନ ପ୍ରାୟ୧୨ ଟା ସମୟରେ ତାଙ୍କୁ ରେଳ ଷ୍ଟେସନ ନିକଟରେ ଥିବା ବେଳେ କିଛି ଯୁବକ ତାଙ୍କୁ ମିଳିତ ଭାବେ ବିଭିନ୍ନ ମାରଣାସ୍ତ୍ର ରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକଙ୍କ ନିକଟରୁ ସୂଚନା ମିଳିଛି। ତେବେ ସେମାନେ କିଏ ଓ କେଉଁ କାରଣରୁ ତାଙ୍କୁ ଆକ୍ରମଣ କରାଯାଇଛି ସେ ନେଇ କିଛି ଜଣାପଡିନାହିଁ।