-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
13-Nov-2021
ବଲାଙ୍ଗୀର-ବରଗଡ଼ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲା ଗସ୍ତ କରିବେ । ତାଙ୍କ ଗସ୍ତ ସୂଚୀ ଚୂଡ଼ାନ୍ତ ହୋଇଛି । ସକାଳ ୧୦.୧୫ରେ ସେ ନବୀନ ନିବାସରୁ ବାହାରି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବେ । ସେଠାରୁ ୧୦.୨୫ରେ ଏୟାରକ୍ରାଫ୍ଟରେ ବସି ୧୧.୦୫ରେ ପଦ୍ମପୁର ନିକଟସ୍ଥ ସତୀଭଟା ଏୟାରଷ୍ଟ୍ରିପ୍ରେ ଅବତରଣ କରିବେ । ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସେଠାରୁ ବାହାରି ଦିନ ୧୧.୩୦ରେ ସେ ବିଜେପୁରଠାରେ ହେଲିପ୍ୟାଡ୍ରେ ଅବତରଣ କରିବେ । ଦିନ ୧୧.୫୯ଟାରେ ଗଣ୍ଡପାଲି ନିକଟସ୍ଥ ପଡ଼ିଆକୁ ପହଂଚି କାର୍ଯ୍ୟକ୍ରମରେ ସାମିଲ ହେବେ । ସେଠାରେ ପାଖାପାଖି ୨୫ ମିନିଟ୍ ରହିବା ପରେ ପୁଣି ଫେରିବେ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨ଜଣ ଅତିରିକ୍ତ ଏସ୍ପି, ୧୦ ଜଣ ଡିଏସ୍ପି, ୩୦ ଜଣ ଏସ୍ଆଇ, ୪୦ ଜଣ ଏସ୍ଆଇ ଏବଂ ୨୦ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ । ଏଣେ ବିରୋଧୀ ଦଳ ଗୁଡିକ ମମିତା ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରାଯିବ ବୋଲି ଘୋଷଣା କରିଛନ୍ତି । ଯଦିଓ ମୁଖ୍ୟମନ୍ତ୍ରୀ କେବଳ ବିଜେପୁରରୁ ଗଣ୍ଡପାଲି ଯାଏ କାର୍ରେ ଯିବେ, ତେଣୁ ଏହି ରାସ୍ତା ଉପରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।
(ବଲାଙ୍ଗୀର ଜିଲ୍ଲାରୁ ଅନ୍ତର୍ୟାମୀ ସାହୁଙ୍କ ରିପୋର୍ଟ)