-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ବୌଦ୍ଧ (ପ୍ରେରଣା ଖବର ବ୍ୟୁରୋ) :ଦିନକୁଦିନ ଚୋରା ଦେଶୀ ମଦ କାରବାର ବଢ଼ୁଥିବାରୁ ଓ ଅବକାରୀ ବିଭାଗ ଓ ପୋଲିସ ବିଭାଗ କୁ ଚୋରା ମଦ ବେପାରୀ ଖୋଲା ଚ୍ୟାଲେଞ୍ଜ ଦେଉଥିବାରୁ ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ଜ଼ିଲ୍ଲା ର ହରଭଙ୍ଗା, କଣ୍ଟାମାଲ, ମନମୁଣ୍ଡା ଥାନା ଅଂଚଳରେ ଚଳିତ ମାସ ରେ ମାରାଥନ ଚଢ଼ାଉ ଜାରିରଖିଛି l ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର, ଓ ଅବକାରୀ ଅଧିକ୍ଷକ କ୍ରିଷ୍ନା ନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଗତ ସପ୍ତାହରେ ମନମୁଣ୍ଡା ଥାନା ଦୀନବନ୍ଧୁପୁର ଗାଁ ରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଜୋରଦାର ଚଢ଼ାଉ କରି ବେଟିଖିଆ ବେହେରା (୬୫) ଙ୍କ ଠାରୁ ୫ ଲିଟର ଦେଶୀମଦ ଓ କପାସିରା ଗାଁ ର ରବୀନ୍ଦ୍ର ମହାନନ୍ଦ ଙ୍କ ଠାରୁ ୧୦ ଲିଟର ଦେଶୀମଦ ଜବତ ଜବତ କରାଯିବା ସହ ଦୁଇ ଆସାମୀ ଙ୍କୁ ଗିରଫ କରିଛି l ବୌଦ୍ଧ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ସ୍ପନ୍ଦନ ମହାନ୍ତି ଙ୍କ ନେତୃତ୍ୱ ରେ ଏ ଅଭିଯାନ ରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ର କର୍ମଚାରୀ ସକ୍ରିୟ ସାମିଲ ଥିଲେ l ସେହିପରି ଏ ମାସର ପ୍ରଥମ ସପ୍ତାହରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ୫୭ ର ଲଇଗାଁ ଠାରେ ଅବକାରୀ ସ୍କ୍ୱାର୍ଡ ର ଯାଞ୍ଚ ବେଳେ ଏକ ଟାଟା ଟିଗୋର କାର ଓ ଡି .୦୨. ବି ଟି ୬୨୩୧ ନମ୍ବର ଗାଡ଼ିରୁ ୧୨ କିଲୋଗ୍ରାମ ଗଂଜେଇ ଜବତ କରି ବୌଦ୍ଧ ଜିଲ୍ଲା ବନ୍ଧାପଥର ଗ୍ରାମର ନିରଞ୍ଜନ ସାହୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ଗତ ୬ ତାରିଖରେ କଣ୍ଟାମାଲ ଅଂଚଳରେ ଚଢ଼ାଉ କରାଯାଇ 3 ଜଣ ଚୋରା ମଦ ବେପାରୀଙ୍କୁ ଗିରଫ କରାଯାଇଥିବା ବେଳେ ୪ ତାରିଖ ରେ ହରଭଙ୍ଗା ଅଂଚଳରେ ଜଣେ ମହିଳା ଚୋରl ମଦ ବେପାରୀ ଙ୍କ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି l ଅଧିକ ଲାଭ ଓ ଅଧିକ ନିଶା ବୃଦ୍ଧି କରିବା ପାଇଁ
ଚୋରା ମଦ ବେପାରୀ ମାନେ ଦେଶୀ ମଦ ରେ କିଛି ରାସାୟନିକ ଦ୍ରବ୍ୟ ମିଶାଇ ଅଭିନଵ କୌଶଳ ସବୁ ଆପଣାଉ ଥିବା ବେଳେ ଏହି କାରବାର କୁ ସମ୍ପୂର୍ଣ ରୋକିବାକୁ ଜିଲ୍ଲାର ବିଭିନ୍ନ ଅଂଚଳରେ ବୌଦ୍ଧ ଜ଼ିଲ୍ଲା ଅବକାରୀ ଇନ୍ସପେକ୍ଟର ସାଗରୀକା ପ୍ରଧାନ, ସ୍ପନ୍ଦନ ମହାନ୍ତି, ଏ ଏସ ଆଇ ରୁପେଶ ମୁଖୀ ଙ୍କ ନେତୃତ୍ୱ ରେ ଓ ଅନ୍ୟ କର୍ମଚାରୀ ଙ୍କ ସହଯୋଗ ରେ ସବୁ ଅଂଚଳ ରେ ଚୋରା ମଦ ବେପାରୀ ଙ୍କ ଉପରେ ମାରାଥନ ଚଢ଼ାଉ ଜାରି ରଖିଥିବାରୁ ବୌଦ୍ଧ ଜ଼ିଲ୍ଲା ଅବକାରୀ ବିଭାଗ କୁ ଖୁବ ସଫଳତା ମିଳିଛି l