-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2026
ବଲାଙ୍ଗୀର (ପ୍ରେରଣା ଖବର ): ଆଜି ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ ସରିଯାଇଛି । ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ କଲେଜ ପରିସରରେ ଭୋଟ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଫଳାଫଳ ବାହାରିଥିଲା । ମହିଳା ମହାବିଦ୍ୟାଳୟ ଷ୍ଟୁଡେଣ୍ଟସ ୟୁନିୟନର ସଭାନେତ୍ରୀ ଭାବରେ ସୁତିଶ୍ରୀ ପ୍ରଧାନ ୩୫୩ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଆକାଂକ୍ଷା ପ୍ରିୟଦର୍ଶିନୀ ବଘାର ୩୨୪ ଖଣ୍ଡ ଭୋଟ ପାଇ ପରାଜୟ ହୋଇଥିଲେ । ଠିକ ସେହିପରି ଉପସଭାପତି ଭାବରେ ଲଭଲି ପଟେଲ ୫୬୭ ଖଣ୍ଡ ଭୋଟ ପାଇ ବିଜୟ ଲାଭ କରିଛନ୍ତି । ସାଧାରଣ ସମ୍ପାଦକ ଭାବେ ରୋଜାଲି ମହାକୁର ୩୪୭ ଖଣ୍ଡ ଭୋଟ ପାଇ ବିଜୟ ଘୋଷଣା ହୋଇଛନ୍ତି । ଡେ ସ୍କେ।ଲାର ସେକ୍ରେଟେରୀ ଭାବରେ ସୃତିରେଖା ସାଏ ୫୫୦ ଖଣ୍ଡ ଭୋଟ ପାଇ ବିଜୟ ଘୋଷଣା ହୋଇଛନ୍ତି । ଫଳାଫଳ ଘୋଷଣା ହେବା ପରେ ଛାତ୍ରଛାତ୍ରୀମାନେ କଲେଜ ପରିସରରେ ବାଜା ବଜାଇ ଓ ବାଣ ଫୁଟାଇ ଵିଜୟ ଉତ୍ସବ ମନାଇଥିଲେ । ତେବେ ବିଜୟ ଘୋଷଣା ହେବା ପରେ ପରେ ବିଜେଡିର କର୍ମକର୍ତ୍ତାମାନେ ଏହାକୁ ବିରୋଧ କରି କଲେଜ ସମ୍ମୁଖରେ ନାରାବାଜି କରିଥିଲେ । ପ୍ରଥମେ କାଉଣ୍ଟିଙ୍ଗ ବେଳେ ଆକାଂକ୍ଷା ପ୍ରିୟଦର୍ଶିନୀ ଜିତୁଥିବା ବେଳେ ରିକାଉଣ୍ଟିଙ୍ଗ ନା ରେ ଏପଟ ସେପଟ କରି ବେନିୟମ ଭାବରେ ଶ୍ରୁତିଶ୍ରୀ ପ୍ରଧାନ ଙ୍କୁ ଜିତାଇ ଦିଆ ଯାଇଛି ବୋଲି ବିଜେଡି ଅଭିଯୋଗ କରିଛି । ଏହି ଘଟଣାକୁ ନେଇ କଲେଜ ସମ୍ମୁଖରେ ବିଜେଡି କର୍ମୀମାନେ ପ୍ରାୟ ଦୁଇ ଘଣ୍ଟା ଧରି ହୋହାଲ୍ଲା କରିଥିଲେ । ତେବେ ଟାଉନ୍ ପୋଲିସ ଏବଂ ଲକ୍ଷ୍ମୀଯୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଜେଡି କର୍ମୀମାନଙ୍କୁ ବୁଝାଶୁଝା କରିଥିଲେ ।
ତେବେ ସବୁଠାରୁ ବଡ଼ କଥା ହେଲା କଲେଜ କେମ୍ପସ୍ ରେ ଦୀର୍ଘ ୮ବର୍ଷ ପରେ ନିର୍ବାଚନ ହେଉଥିବାରୁ କଲେଜ ଗୁଡିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଛି । ଅନ୍ୟ ପକ୍ଷରେ ଏଥର ପ୍ରଥମ ଥର ପାଇଁ କେମ୍ପସ ନିର୍ବାଚନ ରେ ରାଜନୈତିକ ହସ୍ତକ୍ଷେପ ଓ ବିଭିନ୍ନ ଦଳୀୟ ନେତା ଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି