-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
19-Oct-2021
ଢେଙ୍କାନାଳ (ତାପସ ଦାସ): ଧରାପୃଷ୍ଠରେ ଅବତାରଣ କଲେ ମା ଧନଲକ୍ଷ୍ମୀ । ଢେଙ୍କାନାଳ ଜିଲ୍ଲା ସମଗ୍ର ଓଡ଼ିଶାରେ ଲକ୍ଷ୍ମୀପୂଜା ପାଇଁ ପ୍ରସିଦ୍ଧ । ଆଜିଠାରୁ ଢେଙ୍କାନାଳ ଜିଲ୍ଲାରେ ଲକ୍ଷ୍ମୀପୂଜା ଆରମ୍ଭ ହୋଇଯାଇଛି । ମା ଧନଲକ୍ଷ୍ମୀ ଜଗତକୁ ଉଦ୍ଧାର କରିବା ପାଇଁ ତଥା ସୁଖ ସମୃଦ୍ଧି ରେ ଜଗତବାସୀଙ୍କୁ ତାଙ୍କ କୃପା ବୃଷ୍ଟି କରିବାପାଇଁ ଆଜି ଧରା କୁ ଓଲ୍ହାଇ ଆସିଛନ୍ତି
। ଆଜିଠାରୁ ଢେଙ୍କାନାଳରେ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ମାଙ୍କୁ ଢେଙ୍କାନାଳ ସହରର ୩୮ଟି ପୂଜାମଣ୍ଡପରେ ପୂଜା କରାଯିବ । ବିଭିନ୍ନ ପୂଜାବଜାର କମିଟି ତରଫରୁ ସମସ୍ତ କୋଭିଡ଼ ନୀତିନିୟମ କୁ ପାଳନ କରି ବିଦ୍ଧି ବଦ୍ଧ ଭାବେ ପୂଜାକାର୍ଯ୍ୟ ଆରମ୍ଭ ହୋଇଯାଇଛି । ପ୍ରଥମେ ସନ୍ଧ୍ୟାରେ ପୂଜାକାର୍ଯ୍ୟ ସାରି କଳସ ବୁଡାଇ ଆଣିବା ପରେ ପୂର୍ଣ୍ଣ କଳସ ସ୍ଥାପନ କରାଯାଇ ଥିଲା । ଏହାପରେ ସନ୍ଧ୍ୟା ୮ଘଟିକା ସମୟରେ ପୂଜାକାର୍ଯ୍ୟ ଆରମ୍ଭ କରାଯାଇଥିଲା । କୋରନା ନୀତିନିୟମ ଅନୁସାରେ ମଣ୍ଡପ ମଧ୍ୟରେ କେବଳ ୭ ଜଣ ରହିବାସହ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି। କୋରନା ହେତୁ କେବଳ ବିଦ୍ଧିବଦ୍ଧ ଭାବେ ପୂଜା କରାଯିବା ବ୍ୟତୀତକୌଣସି ପ୍ରକାରର
ବଡ ତୋରଣ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ବାରଣ କରାଯାଇଛି ।ପୂର୍ବ ବର୍ଷ ଗୁଡିକର ତୁଳନାରେ ନିରାଡ଼ାମ୍ବରପୁର୍ଣ ଭାବେ ମାଙ୍କୁ ପୂଜାକରାଯାଉଥିବା ବେଳେ ଭକ୍ତ ମାନଙ୍କ ମଧ୍ୟରେ ପୂଜାବୁଲିବାକୁ ଆଗ୍ରହ କମିଯାଇଥିଲେ ମଧ୍ୟ ମାଙ୍କ କୃପହେଲେ ଆସନ୍ତା ବର୍ଷ କୋରନା ରାକ୍ଷସର ବିନାଶ ହେବା ସହ ବଡ଼ ଧୁମଧାମରେ ପୂଜା ହେବବୋଲି ଆଶାବ୍ୟକ୍ତ କରିଛନ୍ତି ।