-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2026
(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ପରିସରରେ ଗୁରୁବାର ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଯୋଗଦେଇ ଏହି ଅଭିଯାନ ବିଷୟରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜୋନ-୧ ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା, ଜୋନ-୨ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, କଂଗ୍ରେସ ବ୍ଲକ ସଭାପତି ଜି ସାଇ ରାଜୁ,ନବରଙ୍ଗପୁର ଜିଲ୍ଲା ସମବାୟ ସମିତି ଉପ-ନିବନ୍ଧକ ଶରତ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମ ବିଷୟରେ ଆଲୋକପାତ କରିଥିଲେ।ଏହି ଅବସରରେ ଡାବୁଗାଁ ବ୍ଲକର ବିଭିନ୍ନ ପଞ୍ଚାୟତର ଏସଏଚଜି ମହିଳାମାନଙ୍କ ଦ୍ୱାରା ରଙ୍ଗୋଲି ପ୍ରତିଯୋଗିତା କରାଯାଇଥିଲା।
ଏଥିରେ ଡଙ୍ଗରିଗୁଡ଼ା ପଞ୍ଚାୟତ ପ୍ରଥମ, ଅଞ୍ଚଳା ପଞ୍ଚାୟତ ଦ୍ୱିତୀୟ ଓ ଡାବୁଗାଁ ପଞ୍ଚାୟତ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସମସ୍ତଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।କାର୍ଯ୍ୟକ୍ରମକୁ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ପରିଚାଳନା କରିଥିଲେ। ଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ପଦ୍ମନାଭ ଭାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।