-+91-9937148622 |

prerana_bgr@rediffmail.com |

  Saturday 17th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||      ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ    (16-Oct-2026)       ||      ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   (16-Oct-2026)       ||      ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   (16-Oct-2026)       ||      ବିଶ୍ୱ ହାତ ଧୋଇବା ଦିବସ ପାଳନ    (16-Oct-2026)       ||      ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ    (16-Oct-2026)       ||      ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   (16-Oct-2026)       ||      ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ    (16-Oct-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   (16-Oct-2026)       ||      ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   (16-Oct-2026)       ||      କଣ୍ଟାମାଳ କଲେଜ ଛାତ୍ର ସଂସଦ ନିର୍ବାଚନରେ ବାଜିମାରିନେଲା ଏବିଭିପି♦️ ୧୦ ରୁ ୧୦ଆସନ ପୋଛିନେଲା ଏବିଭିପି    (16-Oct-2026)       ||      ଜେଲ୍ ଗଲେ ପୂର୍ବତନ କାଉନସିଲର ♦️ଗୁଣ୍ଡାଗର୍ଦ୍ଦି ପଡ଼ିଲା ମହଙ୍ଗା   (16-Oct-2026)       ||      କାଉଡୋଲା କ୍ଳଷ୍ଟର ପକ୍ଷରୁ ଶିଶୁ ମହୋତ୍ସବ ସୁରଭି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ   (15-Oct-2026)       ||      *ଡାବୁଗାଁ ବ୍ଲକରେ ସେବା ସେତୁ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ*   (15-Oct-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ଛାତ୍ରୀ ସଂସଦର ନିର୍ବାଚନ: ସଭାନେତ୍ରୀ ହେଲେ ଶ୍ରୁତିଶ୍ରୀ ପ୍ରଧାନ, ସମ୍ପାଦିକା ହେଲେ ରୋଜାଲି ମହାକୁଡ଼    (15-Oct-2026)       ||      ବିନିକା ସିଦ୍ଧାର୍ଥ ଡିଗ୍ରୀ କଲେଜ ଛାତ୍ର ସଂସଦ ନିର୍ବାଚନ (ଆୟୁଷ୍ମାନ ସଭାପତି,ବାବୁଲୁ ସାଧାରଣ ସମ୍ପାଦକ)   (15-Oct-2026)       ||      ମାୟାବର୍ହା କ୍ଲଷ୍ଟର ସୁରଭି ସାହାଜବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ   (15-Oct-2026)       ||      ରେକଡୋଲରେ ଟେରାକୋଟା ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ୧୫ ମହିଳାଙ୍କୁ ମିଳିବ ୬ ମାସିଆ ମାଗଣା ପ୍ରଶିକ୍ଷଣ   (15-Oct-2026)       ||     

HOME   ରାଜ୍ୟ

ବଡବଡ଼ିଆ ଲୋକେ କାରରେ ଆସୁଥିଲେ, ନାନା ଆଳରେ ବ୍ଲାକ,ମ୍ୟାଲିଂ କରି ଭୁବନେଶ୍ୱର ବି ଝିଅଙ୍କୁ ପଠାଯାଉଥିବା ପରିବାର ଲୋକଙ୍କ ଗୁରୁତର ଅଭିଯୋଗ

19-Oct-2021



ଟିଟିଲାଗଡ଼ /କଳାହାଣ୍ଡି (ସନ୍ତୋଷ କୁମାର ନାଏକ) : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗର ସନସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାକୁ ୧୧ ଦିନ ବିତିଯାଇଥିଲେ ବି ତାଙ୍କର ପତ୍ତା ମିଳିନାହିଁ। ଏଭଳି ସ୍ଥଳେ ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ରବିବାର ରାତିରେ ଟିଟିଲାଗଡ଼ ପୋଲିସ ବାରାକ୍‌ରୁ ଫେରାର ହୋଇଯାଇଥିଲେ। ଏଥିରୁ ମମିତା ଙ୍କ ନିଖୋଜ ପଛରେ ସୁଚିନ୍ତିତ ଯୋଜନା ରହିଥିବା ସନ୍ଦେହ କରାଯାଇଥିଲା । ଏହା ସହ ଗୋବିନ୍ଦଙ୍କୁ କୋର୍ଟଚାଲାଣ କରା ନ ଯାଇ କାହିଁକି ୪ ଦିନ ଧରି ଅଟକ ରଖାଯାଇଥିଲା, ଏହି ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ଚର୍ଚ୍ଚା କେତେ ସତ, ସେନେଇ ଅନେକ ପ୍ରଶ୍ନ ଉଠିଥିଲା ।

ବଲାଙ୍ଗୀର ଜିଲା ତୁରେକେଲା ଥାନା ଝରଣୀ ଗ୍ରାମର ମମିତା ଗତ ୮ ତାରିଖରୁ ନିଖୋଜ ହୋଇଯାଇଛନ୍ତି। ମମିତାଙ୍କ ମା’ ତୁଳସୀ ମେହେରଙ୍କ କହିବାନୁଯାୟୀ, ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଗତ ୭ ତାରିଖରେ ମମିତାଙ୍କୁ ଫୋନ୍‌ କରିଥିଲେ। ମିଟିଂ ଥିବା କହି ସ୍କୁଲକୁ ଆସିବାକୁ କହିଥିଲେ ।  ୮ ତାରିଖ ସକାଳେ ଝରଣୀରୁ ମମିତା ମହାଲିଙ୍ଗ ଅଭିମୁଖେ ବାହାରିଥିଲେ । ଝରଣୀ ରୁ କଣ୍ଟାବାଞ୍ଜି ଆସିବା ପରେ ସକାଳ ପ୍ରାୟ ୫.୪୫ରେ କଣ୍ଟାବାଞ୍ଜି ବସ୍‌ଷ୍ଟାଣ୍ଡ ରୁ ମମିତା ମହାଲିଙ୍ଗ ଅଭିମୁଖେ ଯାଉଥିବା ବସ୍‌ରେ ବସିଥିଲେ। ପରେ ମାମିତାର କୌଣସି ପତା ମିଳିନଥିଲା । ଏନେଇ ମମିତାଙ୍କ ଭାଇ ବଣ୍ଟି ମେହେର ଗତ ୧୩ ତାରିଖରେ ସିନ୍ଧେକେଲା ଥାନାରେ ଏତଲା କରିଥିଲେ। ଅଭିଯୋଗ ପାଇବା ପରେ ସିନ୍ଧେକେଲା ଥାନା ପୋଲିସ ଏ ସଂକ୍ରାନ୍ତରେ ଆଇପିସି ଦଫା ୩୬୬(ଅପହରଣ)ରେ ଏକ ମାମଲା (୯୭/୨୦୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ୧୪ ତାରିଖରେ ସିନ୍ଧେକେଲା ପୋଲିସ ଗୋବିନ୍ଦଙ୍କୁ ପଚରାଉଚରା ପାଇଁ ଥାନାକୁ ଆଣି ଅଟକ ରଖିଥିଲା। ସନ୍ଦେହ ବଢ଼ିବାରୁ ଭୁବନେଶ୍ୱରରେ ଗୋବିନ୍ଦଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ପୋଲିସ ଯୋଜନା କରିଥିଲା। ଅଧିକ ପଚରାଉଚରା କରିବା ପାଇଁ ଗୋବିନ୍ଦଙ୍କୁ ରବିବାର ସିନ୍ଧେକେଲା ଥାନାରୁ ଅଣାଯାଇ ଟିଟିଲାଗଡ଼ ଥାନା ପଛପଟ ବାରାକ୍‌ରେ ରଖାଯାଇଥିଲା। ୪ଜଣ ପୋଲିସ ସୁରକ୍ଷା କର୍ମୀ ଏବଂ ଜଣେ ପୋଲିସ ଅଧିକାରୀ ତାଙ୍କ ଦାୟିତ୍ୱରେ ରହିଥିଲେ। ହେଲେ ରାତି ପ୍ରାୟ ୯ଟାରେ ହାତ ଧୋଇ ଆସୁଛି କହି ଗୋବିନ୍ଦ ସେଠାରୁ ଚମ୍ପଟ୍‌ ମାରିଥିଲେ । ଅନୁସନ୍ଧାନି କୁକୁର ଏକ ବାଡ଼ ଦେଇଥିବା ଓ ସେ କାନ୍ଦି,କାନ୍ଦି ଜୋର ରେ ଚାଲି,ଚାଲି ଯାଉଥିଲା ବୋଲି କିଛି ଲୋକେ ପୋଲିସ କୁ ଜଣେଇଥିଲେ । ଏହି ଖବର ଜଣାପଡ଼ିବା ପରେ ବଲାଙ୍ଗୀର ଏସ୍‌ପି ନୀତିନ କୁଶଲକରଙ୍କ ନିର୍ଦ୍ଦେଶରେ ଟିଟିଲାଗଡ଼ ସହର ଏବଂ ଆଖପାଖ ଅଞ୍ଚଳରେ ନାକାବନ୍ଦୀ କରାଯିବା ସହ ବିଭିନ୍ନ ସ୍ଥାନରେ ଯାଞ୍ଚ ଓ ଚଢ଼ାଉ କରାଯାଇଥିଲା । ଗୋବିନ୍ଦଙ୍କୁ ଠାବ କରିବା ପାଇଁ ଏସ୍‌ପି କୁଶଲକର ସ୍ବତନ୍ତ୍ର ଟିମ୍‌ ଗଠନ କରିଥିଲେ। ଗୋବିନ୍ଦ ସାହୁଙ୍କ ବାବଦରେ ସୂଚନା ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା। ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କରାଯିବା ପରେ ପ୍ରଥମେ ତାଙ୍କ ସଂପର୍କରେ ସୂଚନା ଦେଲେ ୨୦,୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି କୁହାଯାଇଥିଲା। ପରେ ଏହି ପୁରସ୍କାର ରାଶିକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହ ଗୋବିନ୍ଦ ସାହୁଙ୍କ ପୋଷ୍ଟର୍‌ ଜାରି କରିଥିଲା ପୋଲିସ । ବର୍ତ୍ତମାନ ପରିବାର ଲୋକେ ମୃତା ଙ୍କ ତିନି ଜଣ ସାଙ୍ଗ ଓ ବଡ,ବଡ଼ିଆ ଲୋକେ ଦାୟୀ ବୋଲି ଗୁରୁତର ଅଭିଯୋଗ କରିବା ସହ ବ୍ଲାକ, ମ୍ୟାଲିଂ ଦୀର୍ଘଦିନ ଧରି ଏପରି ଅନେକ ଝିଅ ଙ୍କ ଜୀବନ ବର୍ବାଦ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ଅଭିଯୁକ୍ତ ବିନା ପାଠ ପଢ଼ାରେ ପାସ କରେଇବା ସହ ମାର୍କ ବଢ଼େଇ ଦେବା କହି ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଥିବା ନେଇ ବିଗତ ଦିନରେ ଅଭିଯୋଗ ହୋଇ ମାମଲା ରୁଜ୍ଜୁ ହୋଇଥିବା ଓ ପରେ ପୁନଃ ଘଟଣା ଚପେଇ ତାର ପୂର୍ବବତ ଏ ସବୁ କାର୍ଯ୍ୟକଳାପ ଚଳାଇଥିବା ଚର୍ଚ୍ଚା ଜୋର ଧରିଥିଲା ।  ଅନେକ ଝିଅ ଙ୍କୁ ବସ ରେ କଟକ,ଭୁବନେଶ୍ୱର ନା,ନା ଆଳରେ  ପଠେଇବା ତଥା ଦାମୀ ବଡ,ବଡ ବ୍ୟକ୍ତି ଏ ଅଞ୍ଚଳକୁ କାର ରେ ଆସୁଥିବା ପରି ଗୁରୁତର ଅଭିଯୋଗ ପରିବାର ତରଫରୁ ହୋଇଛି । 

ଅନ୍ୟ ପକ୍ଷରେ କୌଣସି ସୂତ୍ରରୁ ସୂଚନା ପାଇ ପୋଲିସ ମଙ୍ଗଳବାର ସକାଳେ ସ୍କୁଲ ଷ୍ଟାଡିୟମରେ ଖୋଜାଖୋଜି ଆରମ୍ଭ କରିଥିଲା। ଜେସିବି ସାହାଯ୍ୟରେ ଖୋଳାଖୋଳି ଆରମ୍ଭ କରିଥିଲା ବେଳେ ମାତ୍ର ୩ ଘଣ୍ଟା ପରେ ୮-୧୦ ଫୁଟ ତଳୁ ଏକ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ପୋଡି ଯାଇଥିବାରୁ ତାହାକୁ ଚିହ୍ନିବା କଷ୍ଟକର ହୋଇ ପଡ଼ିଛି। ଉକ୍ତ ସ୍ଥାନକୁ ପୋଲିସ ଚାରିପଟୁ ସିଲ କରି ଦେଇଛି। ଘଟଣାସ୍ଥଳରୁ ମୃତଦେହ ବାଦ ଏକ ଧୂପକାଠି, ପାଉଁଜି, ସୁନା ଚେନ, ବ୍ରେସ୍‌ଲେଟ, ମୁଦି ଆଦି ସାମଗ୍ରୀ ଜବତ ହୋଇଛି। ଶବଟି ମମିତାଙ୍କର କି ନୁହେଁ ସେନେଇ ତନାଘନା ଆରମ୍ଭ ହୋଇଯାଇଛି । ମମିତାଙ୍କ ପରିବାର ଲୋକଙ୍କୁ ଶବ ଚିହ୍ନଟ ପାଇଁ ଡକାଯାଇଛି । ତେବେ ଶବଟି ପୋଡି ଯାଇଥିବାରୁ ଚିହ୍ନିବା କଷ୍ଟକର ହୋଇପାରେ । ତେବେ ଡିଏନଏ ଟେଷ୍ଟ କରାଯିବା ପରେ କିଛି ତଥ୍ୟ ମିଳିବ ବୋଲି ଆଶା କରାଯାଉଛି । କିନ୍ତୁ ପାରିପାଶ୍ୱିର୍କ ସ୍ଥିତିକୁ ଦେଖିଲେ ଯାହା ଆଶଙ୍କା କରାଯାଉଛି ଯେ, ଏହା ଏକ ଯୋଜନା ବଦ୍ଧ ହତ୍ୟା ଘଟଣା । ପରିବାର ଓ ବିଭିନ୍ନ ଅନୁଷ୍ଠାନ ତରଫରୁ ତିନୋଟି ଝିଅ ଓ ଉକ୍ତ ଅଭିଯୁକ୍ତ ଯୋଗୁଁ ଆମ ଝିଅ ମଲା ଏ ନେଇ ତଦନ୍ତ ସହ ନିରପେକ୍ଷ ତଦନ୍ତ ଦାବି କରାଯାଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   16-Oct-2026
  ଜିଲ୍ଲା  
ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ   16-Oct-2026
  ଜିଲ୍ଲା  
ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   16-Oct-2026
  ଜିଲ୍ଲା  
ଖପ୍ରାଖୋଲ ଉପ ଡାକଘର କର୍ମଚାରୀଙ୍କ ଭୋଜନ ସମୟରେ ବିକ୍ଷୋଭ ପ୍ରଦର୍ଶନ   16-Oct-2026
  ଜିଲ୍ଲା  
ମୁରିବାହାଲ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ   16-Oct-2026
  ଜିଲ୍ଲା  
ୟନେକ୍ସ ସନ୍‌ରାଇଜ ଓସବା ମିନି (୧୧ବର୍ଷରୁ କମ) ସବ୍ ଜୁନିୟର(୧୩ ବର୍ଷରୁ କମ ) ଚମ୍ପିୟାନସିପ୍ ହେଲା ଉଦଘାଟନ... * ଯୋଗଦେଲେ ସାରା ରାଜ୍ୟରୁ ୧୨୩ ଜଣ ବାଳକ ଓ ବାଳିକା ଖେଳାଳୀ   16-Oct-2026
  ଜିଲ୍ଲା  
ବିଶ୍ୱ ହାତ ଧୋଇବା ଦିବସ ପାଳନ   16-Oct-2026
  ଜିଲ୍ଲା  
ବଲାଙ୍ଗୀର ପୋଲିସର ତଦନ୍ତକୁ ନେଇ ପ୍ରଶ୍ନବାଚୀ ? ଗୀତାଞ୍ଜଳି ମର୍ଡରକେସ୍: ଗୁଣ୍ଡାସାହୁ ଅପହରଣ ମାମଲା  ଫରେଷ୍ଟର ଆତ୍ମହତ୍ୟାର ଉଦ୍ଦେଶ୍ୟ ଓ ଅନ୍ୟାନ୍ୟ   16-Oct-2026
  ଜିଲ୍ଲା  
ତୁଳାଗାଁ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୬ ଅନୁଷ୍ଠିତ   16-Oct-2026
  ଜିଲ୍ଲା  
ରୋଗୀ ଓ ଅସହାୟ ମାନଙ୍କୁ ସେବା ଯୋଗାଇବା ନିମନ୍ତେ ତିନୋଟି ବ୍ୟାଟେରୀ ଚାଳିତ ଗାଡ଼ି ଲୋକାର୍ପିତ   16-Oct-2026
  ଜିଲ୍ଲା  
*ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଚୋରି, ପୁଲିସର ତଦନ୍ତ ଆରମ୍ଭ, ତଦନ୍ତ ପାଇଁ ଆସିବେ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର*   16-Oct-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟରେ ବିସିଜେଡିର ବାଜିମାତ, ସଭାପତି ହେଲେ ରୋଶନ ମେହେର   16-Oct-2026

You Might Also Like