-+91-9937148622 |
prerana_bgr@rediffmail.com |
Thursday 15th October 2026 |
R.N.I. Regd No. ODIODI/2010/46693
Breaking News
15-Oct-2026
(ତ୍ରିନାଥ ବେଶ୍ରା )
କଲାହାଣ୍ଡି ଜିଲ୍ଲା କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନସ୍ଥ କାଉଡୋଲା କ୍ଳଷ୍ଟର ପକ୍ଷରୁ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ମେଳା ବାଞ୍ଜିବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବର ଉଦଘାଟନି ସଭାରେ କାଉଡୋଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ପଣ୍ଡା ସଭାପତିତ୍ବ କରିଥିଲାବେଳେ ଏବିଇଓ ଶ୍ରିମନ୍ତ ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଶିକ୍ଷକ ଶେଖର ଚନ୍ଦ୍ର ସାହୁ ମୁଖ୍ୟବକ୍ତା, ଏବଂ ଅବସର ପ୍ରାପ୍ତ ଶିକ୍ଷକ ପଦ୍ମଲୋଚନ ମାଝୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ମଞ୍ଚାସୀନ ହୋଇ ଥିଲେ। ଦ୍ଵିତୀୟ ପର୍ଯ୍ୟାୟ ତଥା ଉଦଯାପନୀ ସଭାରେ କାଉଡୋଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଶଙ୍କର ପାଠୀ ସଭାପତିତ୍ବ କରିଥିଲାବେଳେ। ଅବସର ପ୍ରାପ୍ତ ଅତିରିକ୍ତ ଶିକ୍ଷା ଅଧିକାରୀ ନିର୍ମଳ ପୂର୍ଣଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଧିର କୁମାର ପଣ୍ଡା ମୁଖ୍ୟବକ୍ତା, ଏବଂ ବାଞ୍ଜିବହାଲ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁର୍ଗା ପ୍ରସାଦ ନାଏକ, ସାମ୍ବାଦିକ ଚକ୍ରଧର ବେଶ୍ରା, ଶିକ୍ଷକ ଘନଶ୍ୟାମ ବେହେରା, କାଉଡୋଲା ସିଆରସିସି ମନୋରଞ୍ଜନ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ହୋଇ ଥିଲେ ।ଏହି କ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପ୍ରମାଣ ପତ୍ର ସହ ଟ୍ରଫି ଆଦି ଦେଇ ସମ୍ମାନିତ କରାଯାଇଥିଲା। ଶିକ୍ଷକ ନିଲାମ୍ବର ଦାସ ଓ ଶିକ୍ଷୟତ୍ରୀ ଯଶୋଧାରା ବାଗ ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ସ୍କୁଲ କର୍ମଚାରୀ ମାନେ ପରିଚାଳନାରେ ପୁର୍ଣ୍ଣ ସହଯୋଗ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଆନନ୍ଦ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ଶତାଧିକ ଛାତ୍ରଛାତ୍ରୀ ଙ୍କ ସହ ବହୁମାତ୍ରାରେ ଅବିଭାବକ ମାନେ ମଧ୍ୟ କାର୍ଯ୍ୟକ୍ରମରେ ସାମିଲ ହୋଇ ସମସ୍ତଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା ।