-+91-9937148622 |
prerana_bgr@rediffmail.com |
Friday 16th October 2026 |
R.N.I. Regd No. ODIODI/2010/46693
Breaking News
16-Oct-2026
ରିପୋର୍ଟ : ଜୟ କୁମାର ମହାରଣା
କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ସଦର ପଞ୍ଚାୟତ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପି ପ୍ରାର୍ଥୀଙ୍କ ବିପୁଳ ବିଜୟ ହୋଇଛି l ମୋଟ ୧୦ ଟିରୁ ୧୦ଟି ଆସନ ରେ ଏବିଭିପି ପ୍ରାର୍ଥୀ ତାଙ୍କ ନିକଟତମ ବିସିଜେଡି ପ୍ରାର୍ଥୀଙ୍କୁ ପରାସ୍ତ କରି କ୍ଲିନ ସୁଇପ କରିଛି l କଲେଜ ପକ୍ଷରୁ ଘୋଷିତ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଅନୁସାରେ ସଭାପତି ପଦବୀରେ ବିସିଜେଡି ପ୍ରାର୍ଥୀ ଶୁଭମ କୁମାର ପଲିଆ ୩୨୩ଖଣ୍ଡ ଭୋଟ ପାଇ ଥିବା ବେଳେ ଏବିଭିପି ପ୍ରାର୍ଥୀ ବିକାଶ ରଣା ୪୦୮ଖଣ୍ଡ ଭୋଟ ପାଇ ୮୫ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି l ଅନ୍ୟତମ ସଭାପତି ପ୍ରାର୍ଥୀ ସଦାନନ୍ଦ କର୍ମୀ ମାତ୍ର ୪୫ଟି ଭୋଟ ପାଇ ଅମାନତ
ହରାଇଛନ୍ତି l ସାଧାରଣ ସମ୍ପାଦକ ରେ ଶିଖା ଛତ୍ରିଆ ୪୧୧ଖଣ୍ଡ ଭୋଟ ପାଇ ତାଙ୍କ ନିକଟତମ ପ୍ରାର୍ଥୀ ରାହୁଲ ମୁଦୁଲି ଙ୍କୁ ୪୭ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ , ଉପସଭାପତି ରେ ଏବିଭିପି ପ୍ରାର୍ଥୀ ଶ୍ରୀତମ ସାହୁ ୪୨୦ଖଣ୍ଡ ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ତପସ୍ୱିନୀ କୁମ୍ଭାର ଙ୍କୁ ୬୫ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି l ସେହିପରି ସାଂସ୍କୃତିକ ସମ୍ପାଦକ ରେ ଏବିଭିପି ର ସୁଶୀଲ ନାଗ ୪୧୪ଟି ଭୋଟ ପାଇ ନିକଟତମ ପ୍ରତିଦ୍ବନ୍ଦୀ ବିସିଜେଡି ର ବିଜୁ କୁମ୍ଭାର ଙ୍କୁ ୫୩ଖଣ୍ଡ ଭୋଟ ବ୍ୟବଧାନରେ ଓ କ୍ରୀଡା ସମ୍ପାଦକ ରେ ଏବିଭିପିର ଆକାଶ କୁମାର ସାହୁ ୪୭୪ଖଣ୍ଡ ଭୋଟ ପାଇ ନିକଟତମ ପ୍ରାର୍ଥୀ ଜଗା ମହାନନ୍ଦ ଙ୍କୁ ୧୭୨ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଥିବା ପ୍ରକାଶ । ସେହିପରି ସହ ସାଧାରଣ ସମ୍ପାଦକ, ପ୍ରଥମ ବର୍ଷ, ଦ୍ୱିତୀୟ ବର୍ଷ, ତୃତୀୟ ବର୍ଷ ର ପ୍ରତିନିଧି ଓ ଛାତ୍ରୀ ପ୍ରତିନିଧି ଆଦି ୫ପଦବୀ ରେ ଯଥାକ୍ରମେ ରବୀନ୍ଦ୍ର ସାହୁ, ମାନସ ପ୍ରଧାନ, ଚନ୍ଦନ ବାଥ୍ରୋଡ଼, ଆଲୋକ ନାଏକ ଓ ନିରୁପମା ଭୋଇ ଆଦି ଏବିଭିପି ପ୍ରାର୍ଥୀ ଅପ୍ରତିଦ୍ବନ୍ଦି
ଭାବେ ପୂର୍ବରୁ ନିର୍ଦ୍ୱନ୍ଦ୍ବ ରେ ନିର୍ବାଚିତ ହୋଇଛନ୍ତି l ଏହି ନିର୍ବାଚନରେ କଲେଜ ର ମୋଟ ୮୬୫ଜଣ ଭୋଟର ଥିବାବେଳେ ସେଥିମଧ୍ୟରୁ ମୋଟ ୭୮୫ଜଣ ନିଜର ମତଦାନ ସାବ୍ୟସ୍ତ କରିଥିବା କଲେଜ ସୂତ୍ରରୁ ଘୋଷିତ ତଥ୍ୟରୁ ଜଣାଯାଇଛି l ଏବିଭିପି ପ୍ରାର୍ଥୀଙ୍କ ଏହି ବିପୁଳ ବିଜୟ ପରେ ବାଣ ରୋଷଣୀ ସହ ଏକ ବିଜୟ ଶୋଭାଯାତ୍ରା ରେ ବହୁ ଛାତ୍ରଛାତ୍ରୀ ଓ ବିଜେପି କର୍ମକର୍ତ୍ତା ଯୋଗଦେଇଥିଲେ l କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କହ୍ନାଇ ଚରଣ ଡାଙ୍ଗ ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ କଲେଜର ଉନ୍ନତି ପାଇଁ ସମ୍ମିଳିତ ଭାବେ କାମ କରିବାକୁ ପରାମର୍ଶ ଦେଇଥିଲେ l