-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
20-Sep-2021
ନୟାଗଡ଼,(ପ୍ରଦୀପ କୁମାର ପଣ୍ଡା): ନୟାଗଡ଼ ସଦରଥାନା ଅଧୀନ ଲକ୍ଷ୍ମୀପ୍ରସାଦରେ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଏବଂ ତାଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। ଫଳରେ ଉକ୍ତ ଗ୍ରାମର ଯୁବକ ତଥା ମହିଳାଙ୍କ ସମ୍ପର୍କୀୟ ଦିଅରଙ୍କୁ ଅଟକ ରଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀପ୍ରସାଦ ଗ୍ରାମର ସୁଜତା ମହାନ୍ତିଙ୍କୁ ପଡ଼ୋଶୀ ଦିଲ୍ଲୀପ ମହାନ୍ତି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏନେଇ ସୁଜତା , ସ୍ବାମୀ ପ୍ରକାଶଙ୍କୁ ଘଟଣା ବାବଦରେ ଜଣାଇଥିଲେ। ପ୍ରକାଶ ଏନେଇ ଦିଲ୍ଲୀପର ଘରକୁ ଯାଇ ତାକୁ ପଚାରିଥିଲେ। ହେଲେ ଦିଲ୍ଲୀପ ଘଟଣାକୁ ସଫା ମନା କରିଦେବା ସହିତ ଆକ୍ରମଣ କରି ପ୍ରକାଶଙ୍କ ମୁଣ୍ଡ ଫଟାଇ ଦେଇଥିଲା | ଏସମ୍ପର୍କ ରେ ଥାନାରେ ଅଭିଯୋଗ ହେବାପରେ ସଦରଥାନା ପୋଲିସ ଅଭିଯୁକ୍ତ ଙ୍କୁ ନିଜ ହେପାଜତ କୁ ଆଣିଛି । ଅଭିଯୁକ୍ତ ଦିଲ୍ଲୀପକୁ ଅଟକ ରଖାଯାଇଥିବା ସଦର ଥାନାଅଧିକାରୀ ସୂଚନା ଦେଇଛନ୍ତି |