-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Sep-2021
ଲୋଇସିଂହା, (ବିନୋଦ କୁମାର ଦୀପ ) : ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଠାରେ ପରିମଳ ବ୍ୟବସ୍ତା ସୁଧାର ପାଇଁ ୩ ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି ଲୋଇସିଂହା ବ୍ଲକ ସାମ୍ବାଦିକ ସଂଘ l ଗତ 15 ତାରିଖରେ ଲୋଇସିଂହା ସରପଞ୍ଚ, ବିଡ଼ିଓ, ତହସିଲଦାର, ଲୋଇସିଂହା ଆଇଆଇସିଙ୍କୁ ଲିଖିତ ଆକାରରେ ଜଣାଇଥିଲେ l ଉକ୍ତ ସମସ୍ୟାର ସମାଧାନ ପାଇଁ 19 ତାରିଖ ପର୍ଯ୍ୟନ୍ତ ମହଲତ ଦିଆଯାଇଥିଲା ନଚେତ 20 ତାରିଖରୁ ବ୍ଲକ ଅଫିସ ସମ୍ମୁଖରେ ଧାରଣା ଦେବାକୁ ଘୋଷଣା କରିଥିଲେ l ଏବେ ଇତି ମଧ୍ୟରେ ମହଲତ ଅବଧି ସରିଯାଇଥିଲେ ହେଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ନିଆନଯିବାରୁ ଆଜି ବ୍ଲକ ସାମ୍ବାଦିକ ସଂଘ ବିଡ଼ିଓ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ l 3ଦଫା ଦାବୀହେଲା - ସ୍ଥାୟୀ ଡ଼ମ୍ପିୟାର୍ଡ଼ ପାଇଁ ତହସିଲଦାର ସ୍ଥାନ ଚି଼ହ୍ନଟ କରନ୍ତୁ l ତୁରନ୍ତ ଡ଼ମ୍ପିୟାର୍ଡ଼ ନିର୍ମାଣ କରାଯାଉ l ପ୍ରତିମାସ ଲୋଇସିଂହାର ବିଭିନ୍ନ ସ୍ଥାନରୁ ଆବର୍ଜନା ଉଠାଇ ଡ଼ମ୍ପିୟାର୍ଡ଼ରେ ପକାଇବାର ସ୍ଥାୟୀ ବ୍ୟବସ୍ଥା କରାଯାଉ l
ଉପସ୍ଥିତ ଥିଲେ ସଂଘ ସଭାପତି ସରୋଜ ବିଶ୍ୱାଳ, ସମ୍ପାଦକ ସୁଶାନ୍ତ ବାରିକ, ଶ୍ୟାମସୁନ୍ଦର ମେହେର, ବିମଳ ଚନ୍ଦ୍ର ହୋତା, ସାରଙ୍ଗ ଭୋଇ, ବିମଳେନ୍ଦୁ ସାହୁ, ଅଭିଳାଶ ହୋତା, ବିନୋଦ ଦୀପ, ଦେବାନନ୍ଦ ପୁଟେଲ, ସରୋଜ ପଧାନ ଓ ମହେଶ୍ୱରୀ ସଂଗଠନର ସଭାପତି ଦେବାଶିଷ ବିଶୋଇ, ପ୍ରତିଜ୍ଞା ସଂଗଠନ, ସୁରସଂଗମ ସମ୍ପାଦକ ସରୋଜ ମହାକୁର ପ୍ରମୁଖ ଉପସ୍ଥିତ ରହି ଧାରଣାକୁ ସଫଳ କରିଥିଲେ