-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Sep-2021
ବଲାଙ୍ଗୀର (ପ୍ରେରଣା ଖବର ): ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଆଲୁମ୍ନି ‘ରାଜେନ୍ଦ୍ରଭିଆନ୍ସ’ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଆସନ୍ତା ୧୭ ଅକ୍ଟୋବର ରବିବାର ଆୟୋଜିତ ହେବ। ଦ୍ବିବାର୍ଷିକ ନିର୍ବାଚନ ଛଡ଼ା ଉକ୍ତ ବୈଠକର ଅନ୍ୟାନ୍ୟ କାର୍ଯ୍ୟସୂଚୀ ପୂର୍ବରୁ ଘୋଷିତ ହେବ। ଗତ ୧୯ ସେପ୍ଟେମ୍ବର ରବିବାର ଆଲୁମ୍ନିର ସଭାପତି ଡ.ଅଭିମନ୍ୟୁ ମିଶ୍ରଙ୍କ ପୋୖରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ଏହି ମର୍ମରେ ନିଷ୍ପତ୍ତି ହୋଇଛି। ବୈଠକରେ ବିଶ୍ବବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ମିଳିଥିବା ଓ ମିଳିବାକୁ ଥିବା ସରକାରୀ ଅନୁଦାନ, ୟୁଜିସି ଅଧିନିୟମ ୧୨(ଖ) ଅନୁସାରେ ଅନୁଦାନ ପାଇଁ ଆବଶ୍ୟକ ଯୋଗ୍ୟତାର ସମସ୍ତ ମାପଦଣ୍ଡ ପୂରଣ, ଜବରଦଖଲ ଉଚ୍ଛେଦ ସହ ବିଶ୍ବବିଦ୍ୟାଳୟ ନାମରେ ଜମିପଟ୍ଟା ଚୂଡ଼ାନ୍ତ, ପ୍ରେକ୍ଷାଳୟ ନିର୍ମାଣ, ପ୍ଲାଟିନମ୍ ଜୁବୁଲି ସ୍ମରଣିକା ବଣ୍ଟନ
ପ୍ରକ୍ରିୟା ଇତ୍ୟାଦି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ତୁରନ୍ତ ‘ମୋ କଲେଜ’ ଅଭିଯାନକୁ ତ୍ବରାନ୍ବିତ କରିବା ସହ ନୂଆ ବିଶ୍ବବିଦ୍ୟାଳୟର ଆଖିଦୃଶିଆ ଶୖକ୍ଷିକ ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ସଂପୃକ୍ତ କରି ଖୁବ୍ ଶିଘ୍ର ଏକ ୱେବିନାର କିମ୍ବା ପ୍ରକୃତ ବୈଠକ ଆୟୋଜନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ସାଧାରଣ ସଂପାଦକ ଅରବିନ୍ଦ ଦାସ ବିବରଣୀ ପ୍ରଦାନ କରିଥିଲେ। କୋଷାଧ୍ୟକ୍ଷ ଡ.ଶ୍ରୀକର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।