-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
20-Sep-2021
ବଲାଙ୍ଗୀର,(ପ୍ରେରଣା ଖବର)- ଟିକ୍ରାପଡା ସ୍ଥିତ ଗାନ୍ଧି ପାଠାଗାରରେ ସମସ୍ତ ସଭ୍ୟ ତଥା ପଡାବାସୀଙ୍କ ଉପସ୍ଥିତରେ ନୁଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି । ଗାନ୍ଧି ପାଠାଗାରର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପାଠାଗାରର ବରିଷ୍ଠ ସଭ୍ୟ ବିକ୍ରମାନନ୍ଦ ବହିଦାର ଏବଂ ଅନ୍ୟ ବରିଷ୍ଠ ସଭ୍ୟଗଣ ସୁଧାନିଧି ହୋତା, ଜଗଦାନନ୍ଦ ଛୁରିଆ, ନିଳମଣି ମିଶ୍ର, ଭଗବାନ ବଗର୍ତ୍ତି, ନବୀନ ନନ୍ଦ ପ୍ରମୁଖ ମାଁ ସମଲେଶ୍ୱରୀଙ୍କ ଠାରେ ପ୍ରଦୀପ ପ୍ରଜ୍ଜଳନ କରି ବଲାଙ୍ଗିରବାସୀଙ୍କ ଶୁଭ ମାନସୀ ଥିଲେ ଏବଂ ସମସ୍ତଙ୍କୁ ନୁଆଁଖାଇର ଶୁଭେଚ୍ଛା ଜ୍ଞାପନ କରିଥିଲେ । ପ୍ରତିଷ୍ଠାତା ସଭ୍ୟ ବିକ୍ରମାନନ୍ଦ ବହିଦାର ଉଦ୍ବୋଧନ ଦେଇ କହିଲେ ଯେ ସମାଜ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଏହି ପାଠାଗାର ଆକୁ ଆଉ ବହୁତ କିଛି କରିବାକୁ ବାକି ଅଛି । ପାଠାଗାର ସମ୍ପାଦକ ପ୍ରଦୀପ ସାହୁ ଏବଂ ଉପ-ସଭାପତି ସନ୍ତକ ବହିଦାର ସମସ୍ତଙ୍କୁ ନୁଆଁଖାଇ ଜୁହାର ଜଣାଇବା ସହ ଆଗାମୀ ଦିନରେ ବଲାଙ୍ଗିରର ସମସ୍ତ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ପାଠାଗାର ସଂଶ୍ଲିଷ୍ଟ ରହିବ ବୋଲି କହିଥିଲେ ଏବଂ ପାଠାଗାରରେ ବରିଷ୍ଠ ନାଗରିକ ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ରେ ଲାଇବ୍ରେରୀ ର ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ଦେଇଥିଲେ । ସଭାପତି ଶ୍ରୀ ନେପାକ ଏହି ଗଣପର୍ବ ନୁଆଁଖାଇ ଅବସରରେ ସମସ୍ତ ମତଭେଦ ଭୁଲି ଭାଇଚାରର ବାର୍ତ୍ତା ସହ ସମାଜିକ କଲ୍ୟାଣ ପାଇଂ ପାଠାଗାର ସଭ୍ୟ ନିଜକୁ ନିୟୋଜିତ କରିବାକୁ ଆହ୍ୱାନ ଦେଇଥିଲେ । ବରିଷ୍ଠ ସଭ୍ୟ ବୈଷ୍ଣବ ସାହୁ, ରବି ବହିଦାର, ଭବାନୀ ଶଙ୍କର ଶତପଥି, ଅଶୋକ ରାଉତ, ଅଶୋକ ମେହେର, ବିଧୁଭୂଷଣ ତ୍ରିପାଠି, ସୁରୁଲାଲ ମଟାରି, ମହେନ୍ଦ୍ର ବାଗ, କୁନା ବାଗ, ଦେବାଶିଷ ମିଶ୍ର, ଦିଲିପ ସାହୁ, ତ୍ରିନାଥ ସାହୁ, କୈଳାସ ଅଗ୍ରୱାଲ, ଶିଶିର ଶତପଥି, ପ୍ରମୋଦ ସାହୁ ପ୍ରମୁଖ ନୁଆଁଖାଇର ଶୁଭେଚ୍ଛା ଜଣାଇବା ସହ ବିଭିନ୍ନ ପ୍ରସ୍ତାବ ମାନ ଦେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଚିତ୍ତ ସାହୁ, ସଂଗ୍ରାମ ବହିଦାର, ବାବୁ ଶ୍ରୀଚନ୍ଦନ, ଦାଶରଥି ସାହୁ, ରାଜେନ୍ଦ୍ର ପାଣି, ଅଜିତ ପଣ୍ଡା, ରିୟାଜ ଖାନ, ବାଦଲ ସାହୁ, ସୁରୁ ସାହୁ ସହଯୋଗ କରିଥିଲେ । ପାଠାଗାର ସଂପାଦକ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଠାଗାର ର ସମସ୍ତ ସଭ୍ୟ ତଥା ପଡାବାସୀ ଯୋଗଦାନ କରିଥିଲେ ।