-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
17-Sep-2026
ଲୋଇସିଂହା(ବିନୋଦ ଦୀପ): ବଲାଙ୍ଗୀର ଜିଲ୍ଲା କୁସଙ୍ଗସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଗୋପାଳଜୀ ସଂଗଠନ ପକ୍ଷରୁ ୨୫ତମ ନୂଆଖାଇ ଭେଟଘାଟ ଓ ଅନୁଷ୍ଠାନ ର ରୌପ୍ୟ ଜୟନ୍ତୀ ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଜତିନ୍ଦ୍ର ପଟେଲ, ସରପଞ୍ଚ ଗୀତାଞ୍ଜଳି
ପଟେଲ, ଗୌନତିଆ ବୃନ୍ଦାବନ ପଟେଲ ଏବଂ ସଂଗଠନର ସଦସ୍ୟ ସୁଭାଷ ଚନ୍ଦ୍ର ପଟେଲ ମଞ୍ଚାସୀନ ଥିଲେ।ସଭାକୁ ଦୂତିଆ ଦେହୁରୀ ସଂଯୋଜନା କରିଥିଲେ। କୃତୀ ଛାତ୍ରଛାତ୍ରୀ ଶ୍ୱେତା ରାଉତ, ପ୍ରୀତି ପ୍ରଣୀତା ପଟେଲ, ପୁରୁଷୋତ୍ତମ ଅଗ୍ରୱାଲ, ରିତିଶା ପଞ୍ଚମାଲି ଓ ସିଲି ସାହୁ ଓ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ଓ ଅବଦାନ ପାଇଁ ପ୍ରସନ୍ନ ତ୍ରିପାଠୀ, କ୍ଷମସାଗର ଭୂଏ ଶ୍ୟାମସୁନ୍ଦର ମେହେର, କ୍ଷୀର ସାଗର ଭୁଏ ,
ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ବନବିହାରୀ ପଟେଲ ଓ ପ୍ରେମାନନ୍ଦ ପଟେଲଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ରାହି ଦାସ, କାର୍ତ୍ତିକ ଭୋଇ ଓ ଫିରୋଜ ଦେହିରି ପରିଚାଳନା କରିଥିଲେ।ସଂଗଠନର ସଭାପତି ବିବେକାନନ୍ଦ ପଟେଲ ଓ ସମ୍ପାଦକ ନିରଞ୍ଜନ ବଡ଼ମାଳିଙ୍କ ସହଯୋଗରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।