-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
କନ୍ଧମାଳ,(ପ୍ରେରଣା ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ତ୍ରୀର ମୃତଦେହକୁ ସ୍ୱାମୀ ଏକାକୀ ବୋହି ଗାଡ଼ିରେ ରଖିବା ଘଟଣାରେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କନ୍ଧମାଳ ସିଡିଏମ୍ଓ । ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ୩ ଜଣଙ୍କ
ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଷ୍ଟାଫ ନର୍ସ ମାମିନା ପାତ୍ର ଓ ଆଟେଣ୍ଡାଣ୍ଟ ପ୍ରିୟଙ୍କା ମୁଖୀଙ୍କୁ ସିଡିଏମ୍ଓ ନିଲମ୍ବିତ କରିଥିବା ବେଳେ ଡେସ୍କ କର୍ମଚାରୀ ଅଜିତ କୁମାର କହଁରଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି । ଭବିଷ୍ୟତରେ ଏପରି ଅମାବନୀୟ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେ ନେଇ ଏଡିଏମ୍ଙ୍କୁ ତାଗିଦ କରିଛନ୍ତି ସିଡିଏମ୍ଓ। ଏଥିସହ ମେଡିକାଲ ଆସୁଥିବା ରୋଗୀ ଯେପରି ଉପଯୁକ୍ତ ସେବା ପାଆନ୍ତି ସେଥିପ୍ରତି ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।ସୂଚନା ଅନୁଯାୟୀ, ଜଣେ ମହିଳାଙ୍କର ଚିକିତ୍ସାଧିନ ଅବସ୍ଥାରେ ଫୁଲବାଣୀ ଡାକ୍ତରଖାନାରେ ମହିଳା ଭେଷଜ ବିଭାଗରେ ମୃତ୍ୟୁ ହୋଇଥିଲା । ତାଙ୍କର ନିକଟରେ ତାଙ୍କ ସ୍ୱାମୀ ଏବଂ ତାଙ୍କର ନବଜାତ ଶିଶୁକୁ ଧରିଥିଲେ ବୟସ୍କ ବାପା । ତେବେ ମୃତ ମହିଳାଙ୍କ ଶବକୁ ଡାକ୍ତରଖାନାର ୱାର୍ଡରୁ ମହାପ୍ରୟାଣ ଗାଡିକୁ ନେବାପାଇଁ ତାଙ୍କର ସ୍ୱାମୀ ଥିଲେ । ତାଙ୍କର ସ୍ୱାମୀ ଶବକୁ
ଉପର ମହଲାରୁ ତଳକୁ ବହୁତ କଷ୍ଟରେ ଆଣିଥିଲେ ହେଲେ ଜଣେ ମଧ୍ୟ ତାଙ୍କୁ ସହାୟତା କରିନଥିଲେ । ଶେଷରେ ସେହି ବ୍ୟକ୍ତି ଜଣକ ଏକୁଟିଆ ଶବକୁ ଆଣି ଷ୍ଟ୍ରେଚରରେ ରଖି ବହୁକଷ୍ଟରେ ମହାପ୍ରୟାଣ ଗାଡି ପାଖକୁ ନେଇଥିଲେ । ହେଲେ ଶବକୁ ଗାଡିରେ ରଖିବା ବେଳେ ମଧ୍ୟ ନିକଟରେ ଥିବା କୌଣସି ଲୋକ ତାଙ୍କୁ ସହାୟତା କରିନଥିଲେ । ଶେଷରେ ତାଙ୍କ ନବଜାତ ଶିଶୁକୁ ଧରିଥିବା ବାପା ବାଧ୍ୟହୋଇ ଶିଶୁକୁ ତଳେ ଶୁଆଇ ଶବକୁ ଗାଡି ଉପରକୁ ଟେକିବାରେ ସହାୟତା କରିଥିଲେ ।