-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
I
ସମ୍ବଲପୁର,(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ): ବିଭିନ୍ନ ଚାଷୀ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଶୁକ୍ରବାର ସମ୍ବଲପୁର ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରାଓ କରାଯାଇଥିଲା । କାର୍ଯ୍ୟାଳୟ ସମ୍ମୁଖରେ ଦୀର୍ଘ ଦୁଇ ଘଣ୍ଟାର ଧାରଣା ପରେ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟା ଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଥିଲା । ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ସମୀର ରଞ୍ଜନ ବାବୁଙ୍କ ନେତୃତ୍ୱରେ ହୋଇଥିବା ଆଜିର ଏହି ଆନ୍ଦୋଳନରେ ରେଙ୍ଗାଲି ବିଧାୟକ ନାଉରି ନାଏକ, କୁଚିଣ୍ଡା ର ପୂର୍ବତନ ବିଧାୟକ ରବି ନାରାୟଣ ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ଜିଲ୍ଲା ସଭାପତି ଗିରିଷ ପଟେଲ, କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଚନ୍ଦ୍ର ଶେଖର ପଣ୍ଡା , ଆଦିତ୍ୟ ପଣ୍ଡା, ରାମ ଚନ୍ଦ୍ର ମେହେର, ଅନିଲ ବେହେରା, ମାନସ ରଞ୍ଜନ ବକ୍ସି, ଅନ୍ନପୂର୍ଣ୍ଣା ବାରିକ, ଧନକଉଡା ବ୍ଲକ ଅଧ୍ୟକ୍ଷା ସୀତା ଛୁରିଆ, ଉପାଧ୍ୟକ୍ଷା ସୁଷମା ସାହୁ, ଜିଲ୍ଲା ପରିଷଦ ସଦସ୍ୟା ସଂଯୁକ୍ତା ପ୍ରଧାନ, ପ୍ରଭାତ ପଣ୍ଡା, ରମେଶ ପ୍ରଧାନ, ଦେବେନ୍ଦ୍ର ନାଏକ, ପ୍ରକାଶ ପ୍ରଧାନ, ମୁରଲୀ ଛୁରିଆ, ଅରବିନ୍ଦ ନାଏକ, ଜାନୁ କୁମାର ନାୟକ, ଦିବ୍ୟରାଜ କିଷାନ, ଉପେନ୍ଦ୍ର ପଟେଲ, ବୃଷବ ଡୁଡୁ, ରାଧେଶ୍ୟାମ ପ୍ରଧାନ, କୁଶ ବଗର୍ତ୍ତି, ରାମ କୃଷ୍ଣ ଗୋକିନା, ରୁନୁ ପ୍ରଧାନ, ବିଜୟଲକ୍ଷ୍ମୀ ଜେନା, ସଲୀଳା ପଣ୍ଡା, ପ୍ରଭାସିନୀ ଦାଶ, ରିଙ୍କି ସାହୁ, ସୁବର୍ଣ୍ଣ କୁଅଁର, ଜାପାମାଲି ପାଗଡ଼, ତାପସ୍ୱିନୀ ଜଗଦଲା ପ୍ରମୁଖ ଉପସ୍ଥିତ ଥିଲେ ।