-+91-9937148622 |
prerana_bgr@rediffmail.com |
Monday 24th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ସୁବର୍ଣ୍ଣପୁର,(ମନୋରଞ୍ଜନ ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ, ସୋନପୁର ବ୍ଲକ ର ସାଗରପାଲି ଗ୍ରାମ ଗସ୍ତରେ ଯାଇ ବୟନ ଶିଳ୍ପ ଓ ହସ୍ତ ତନ୍ତ ଶିଳ୍ପ ଦକ୍ଷ୍ୟତା ବୃଦ୍ଧି ନିମନ୍ତେ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗାଇଦିଆଯାଉଥିବା ବୟନ ନିମନ୍ତେ ଆବଶ୍ୟକ କଞ୍ଚାମାଲ ଓ ବୟନ ଉପକରଣ ପ୍ରଭୁତି ପରିଦର୍ଶନ କରିଥିଲେ l ରେଶମ ବାନ୍ଧ ଶାଢ଼ୀ ଓ ତତସମ୍ୱନ୍ଧୀୟ ସାମଗ୍ରୀ ପ୍ରସ୍ତୁତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରି ଜିଲ୍ଲାର ବୁଣାକାର ମାନଙ୍କ ଦ୍ୱାରା ପ୍ରସ୍ତୁତ ରେଶମ ଶାଢ଼ୀ ର ଚାହିଦାକୁ ଅନଲାଇନ ବଜାର ମାଧ୍ୟମରେ ରାଜ୍ୟ,ତଥା ଦେଶ ବିଦେଶ ରେ ଉପଲବ୍ଧ କରାଇବାକୁ ଜିଲ୍ଲାପାଳ ବିଭାଗୀୟ ସହକାରୀ ବୟନ ଶିଳ୍ପ ନିର୍ଦେଶକ ଙ୍କୁ ପରାମର୍ଶ ଦେଇଛନ୍ତି l ବୟନ ଶିଳ୍ପକୁ ଜିଲ୍ଲାରେ ଆହୁରି ଲୋକାଭିମୁଖୀ ତଥା ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ର ସୁବ୍ୟବସ୍ଥିତ ଓ ସୁଦୂର ପ୍ରସାରି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି l ସେ ଏହି ପରିପ୍ରେକ୍ଷୀରେ କହିଛନ୍ତି କି ଦକ୍ଷ୍ୟତା ବୃଦ୍ଧିରେ ନୁଆଁ ନୁଆଁ ଡିଜାଇନ କୁ ସାମିଲ କରି ଉତ୍ପାଦିତ ବୟନ, ହସ୍ତତନ୍ତ ସାମଗ୍ରୀକୁ ବିକଶିତ କରିବା କୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି l ଜିଲ୍ଲପାଳ ଗସ୍ତ ଅବସରରେ ସାଗରପାଲି ସ୍ଥିତ ମାଁ ତନ୍ତୁବାୟ ସହଯୋଗ ସମିତି ଓ ଗଙ୍ଗାଧର ତନ୍ତୁବାୟ ସହଯୋଗ ସମିତି ର ବୁଣାକାର କର୍ମଶାଳା ପରିଦର୍ଶନ କରି ବୁଣାକାର,ଓ ସମ୍ପୃକ୍ତ କର୍ମକର୍ତ୍ତା ଙ୍କ ସହ ବୟନତନ୍ତ ସମ୍ୱନ୍ଧୀୟ ଆଲୋଚନା କରିଥିଲେ l ଏହି ଅବସରରେ ସହକାରୀ ବୟନ ଶିଳ୍ପ ନିର୍ଦେଶକ ଉମେଶ ଚନ୍ଦ୍ର ଦାଶ, ବୁଣାକାର ତତ୍ୱାବଧାରକ ଧ୍ରୁବରାଜ ମେହେର, ବୟନ ନିରୀକ୍ଷକ ସତ୍ୟ ନାରାୟଣ ମହାଲିକ, ବୈଷୟିକ ସହାୟକ ସମ୍ଭୁପ୍ରସାଦ କୁମୁରା ଓ ବିଭାଗୀୟ କର୍ମଚାରୀ, ସମିତି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l