-+91-9937148622 |
prerana_bgr@rediffmail.com |
Tuesday 25th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
ଯାଜପୁର (ସୁଶାନ୍ତ କୁମାର ଖଟୁଆ) : ଯାଜପୁର ଜିଲ୍ଲା ସ୍ଵତନ୍ତ୍ର ସ୍କ୍ୱାର୍ଡ ଓ ଧର୍ମଶାଳା ଆଡିସନାଲ ତହସିଲଦାର ଦେବୀ ପ୍ରସାଦ ମହାନ୍ତି ୩୦ ତାରିଖ ଦିନ ସନ୍ଧ୍ୟାରେ ବରଡା ଓ ଡଙ୍କରୀ ପାହାଡ଼ରେ ଥିବା କଳା ପଥର ଖାଦାନରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଏହି ଚଢାଉରେ ୨ଜଣ ପଥର ମାଫିଆଙ୍କୁ ଗିରଫ କରିବା ସହ ୨ଟି ହିଟାଚି ମେସିନ୍, ଗୋଟିଏ ୱାଗନ୍ ମେସିନ୍, ଗୋଟିଏ ୧୫୦ ଲିଟର ପାଖାପାଖି ଡିଜେଲ ଲୋଡ୍ ଥିବା ପିକକ୍ ଭ୍ୟାନ, ଗୋଟିଏ ସ୍କୁଟି ଓ ଗୋଟିଏ C D Delux
ବାଇକ୍ ଜବତ କରି ଜେନାପୁର ଥାନା ଅଧୀନସ୍ଥ ଚଢ଼େଇ ଧରା ଫାଣ୍ଡି ଜୀମା ଦିଆଯାଇଥିଲା। ଗିରଫ ପଥର ମାଫିଆ ୨ଜଣକୁ ପରଦିନ କୋର୍ଟ ଚାଲାଣ କରାଯାଇଥିଲା । ଅନ୍ୟ ମାଫିଆ ମାନେ ଚକମା ଦେଇ ଫେରାର ହୋଇ ଯାଇ ଥିବା ସୂଚନା ମିଳିଛି ।