-+91-9937148622 |
prerana_bgr@rediffmail.com |
Tuesday 25th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
କଣ୍ଟାବାଞ୍ଜି (ଆନନ୍ଦ କୁମାର ମୋଟେ) ତୁରେକେଲା ବ୍ଲକ ହିଆଁଲ ଉନ୍ନତି ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଯାଦବ ସହାସଭା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିିତ ହୋଇଥିଲା । ଯାଦବ ମହାସଭା ରାଜ୍ୟ ପ୍ରଜେକ୍ଟ ସେଲ ସଭାପତି ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟ ପରିସରରେ ଫୁଲ, ଫଳ ଜାତିୟ ବୃକ୍ଷ ରୋପଣ କରାଯାଇଥିଲା । ଗତ ବର୍ଷ ଜୁଲାଇ ୧ ତାରିଖରେ ଏଭଲି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଏହି ପରିପେକ୍ଷିରେ ଆଜି ଠାରୁ ବୃକ୍ଷ ରୋପଣ ବିଭିନ୍ନ ସ୍ଥାନରେ ଜାରି ରହିବ ବୋଲି ମୁଖ୍ୟ ଅତିଥି ସୁଚନା ଦେଇଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯାଦବ ମହାସଭା ପଦାଧିକାରି, ସଦସ୍ୟ ସହ ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରି ପ୍ରମୁଖ ସାମିଲ ହୋଇଥିଲେ ।