-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jul-2021
କେନ୍ଦ୍ରାପଡା (ଶିବପ୍ରସାଦ ସେନାପତି) : କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ଭାରିଗୋଳ ଗ୍ରାମର ଦେବତୀ ମା ବୁଢୀ ଜାଗୁଳାଇ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଗତ ଦୁଇ ଦିନ ଧରି ଏହି ଉତ୍ସବ ବିଧିବଦ୍ଧ ଭାବରେ ଅନୁଷ୍ଠିତ ହୋଇଥିଲା। ବୁଧବାର ଦିନ ଜଳଯାତ୍ରା, ଅଙ୍କୁରାରୋପଣ ଆଦି କାର୍ଯ୍ୟ ହୋଇଥିଲା। ଗୁରୁବାର ଦିନ ସୂର୍ଯ୍ୟ ପୂଜା,ପାଶ୍ବ ଦେବତା ସ୍ଥାପନ, ମନ୍ଦିର ପ୍ରତିଷ୍ଠା,
ଯଞ ଓ ପୂଣ୍ୟାହୂତି ଆଦି କାର୍ଯ୍ୟ ସମାପନ ହୋଇଯାଇଛି। ଏହି ଅବସରରେ ଗ୍ରାମରେ ଏକ ପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ସମଗ୍ର ବିଶ୍ବରୁ କରୋନା ମହାମାରିର ପ୍ରାଦୁର୍ଭାବ ଦୂରେଇ ଯିବା ପାଇଁ ଗ୍ରାମବାସୀ ମାନେ ମା ବୁଢୀ ଜାଗୁଳାଇଙ୍କ ନିକଟରେ ପ୍ରାର୍ଥନା କରିଥିଲେ।