-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||      ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   (14-Aug-2026)       ||      ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   (14-Aug-2026)       ||      ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   (14-Aug-2026)       ||      ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||     

HOME   ରାଜ୍ୟ

ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ ଆରମ୍ଭ ହେଲା କାମ

26-Jun-2021



ଭୁବନେଶ୍ୱର(ଶୁଭାଶିଷ ନାୟକ): ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ Liquid Medical Oxygen ସଂପକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି।  ଏହାସହିତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଅକ୍‌ସିଜେନ ପ୍ଲାଣ୍ଟ ପାଇଁ କାମ ଆରମ୍ଭ ହୋଇଛି। ଆଗାମୀ ଦୁଇ ମାସ ମଧ୍ୟରେ ଏହିସବୁ ପ୍ଲାଣ୍ଟରୁ ସେବା ଯୋଗାଇ ଦିଆଯାଇପାରିବ।
ଆଜି ଭିତ୍ତିପ୍ରସ୍ତର ଦିଆଯାଇଥିବା ଜିଲ୍ଲାଗୁଡିକ ହେଲା – ଅନୁଗୁଳ, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଜପତି, ଭବାନୀପାଟଣା ଓ ନୂଆପଡା । ପ୍ରତ୍ୟେକ ସଂରକ୍ଷଣ ବ୍ୟବସ୍ଥାରେ ୬ କିଲୋଲିଟର ତରଳ ଅକ୍‌ସିଜେନ ସଂରକ୍ଷଣ ଓ ବଣ୍ଟନ କରାଯାଇପାରିବ । ଏହାସହିତ ମୁଖ୍ୟମନ୍ତ୍ରୀ ଆଠମଲ୍ଲିକ ଉପଖଣ୍ଡ ହସ୍‌ପିଟାଲରେ ଅକ୍‌ସିଜେନ ପାଇପ ସଂଯୁକ୍ତ କୋଭିଡ ୱାର୍ଡ; ପାଲଲହଡା ଉପଖଣ୍ଡ ହସ୍‌ପିଟାଲ, ମାଧପୁର ଓ କିଶୋରନଗରର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଠାକୁରମୁଣ୍ଡା ଓ ବଇଣ୍ଡାର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅକ୍‌ସିଜେନ ପାଇପ ସଂଯୁକ୍ତ ଆଇସୋଲେସନ୍‌ ୱାର୍ଡ, ଓ ତା ସହିତ ଦେବଗଡ ରାଜମୁଣ୍ଡାସ୍ଥିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟୀକା ଭଣ୍ଡାର ଗୃହର ଉଦ୍‌ଘାଟନ କରିଛନ୍ତି ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ମହାମାରୀ ସମୟରେ ରାଜ୍ୟ ସରକାରଙ୍କ ପାଇଁ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ହେଉଛି ସର୍ବାଧିକ ପ୍ରାଥମିକତା । ଜଣେ ବି କୋଭିଡ ରୋଗୀ ଯେପରି ସ୍ବାସ୍ଥ୍ୟସେବାରୁ ବଞ୍ଚିତ ନ ହୁଅନ୍ତି, ସେ ଦିଗରେ ଆମେ କାମ କରୁଛୁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀ ମାନଙ୍କୁ ପୁଣିଥରେ ଧନ୍ୟବାଦ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନାର ପ୍ରଥମ ଓ ଦ୍ବିତୀୟ ଲହରରୁ ଆମେ ଯେଉଁ ଅଭିଜ୍ଞତା ପାଇଛୁ, ତୃତୀୟ ଲହରର ମୁକାବିଲାରେ ତାହା ଆମ ପାଇଁ ନିଶ୍ଚୟ ସହାୟକ ହେବ। ଏହାସହିତ ଭିତ୍ତିଭୂମି କ୍ଷେତ୍ରରେ ଯେଉଁ କାମ ହେଉଛି, ତାହାଦ୍ବାରା କୋଭିଡ ବିରୁଦ୍ଧରେ ଆମର ଲଢେଇ ଆହୁରି ମଜବୁତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ, ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଶକ୍ତି ମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ର, ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ, ବୌଦ୍ଧ ବିଧାୟକ ଶ୍ରୀ ପ୍ରଦୀପ ଅମାତ, ନୂଆପଡା ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ ପ୍ରମୁଖ ରାଜ୍ୟରେ କୋଭିଡ ଯୁଦ୍ଧରେ ଓଡିଶାର ଉତ୍ତମ ପ୍ରଦର୍ଶନ ଓ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ  ଦକ୍ଷ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   15-Aug-2026
  ଜିଲ୍ଲା  
ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   15-Aug-2026
  ଜିଲ୍ଲା  
ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   14-Aug-2026
  ଜିଲ୍ଲା  
ଭାରିଯାନ ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ଜଣେ ଗୁରୁତର, ଅନ୍ୟ ଜଣେ ଆହତ   14-Aug-2026
  ଜିଲ୍ଲା  
ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ   14-Aug-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026

You Might Also Like