-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
20-Jun-2021
କଣ୍ଟାବାଞ୍ଜି ( ଆନନ୍ଦ ମୋଟେ ) ବଲାଙ୍ଗିର ତୁରେକେଲା ଥାନା ଜାମକି ଗାଁରେ ଘଟିଛି ଅଭାବନିୟ ଘଟଣା । ଗାଁର ଜଣେ ବୃଦ୍ଧଙ୍କୁ ସେହି ଗାଁର ବାପ-ପୁଅ ହତ୍ୟା କରି ଗଛରେ ଟାଂଗି ଦେଇଥିବା ଅଭିଯୋଗ ହେଇଛି । ମୃତ ବୃଦ୍ଧ ଜଣକ ହେଲେ ଜାମକି ଗାଁର ଦଶରଥ ପୁଟେଲ । ତୁରେକେଲା ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ଅଧିକ ତଦନ୍ତ ଆରମ୍ଭ କରି ଦେଇଛି । ମୃତ ଦଶରଥଙ୍କ ପରିବାର ଲୋକ ଅଭିଯୋଗ ଅନୁସାରେ ଶନିବାର ଦିନ ଦଶରଥ ପୁଟେଲ ଏବଂ ସେହି ଗାଁରେ ଆତ୍ମାଶୀତଲ ମାଝି ଗାଁରେ ବୁଲାବୁଲି କରୁଥିଲେ । ଦୁଇ ଜଣ ମଦ ପିଇ ଗାଁରେ ବୁଲା ବୁଲି କରୁଥିବା ଗାଁ ଲୋକ ମଧ୍ୟ ଦେଖିଛନ୍ତି । ଆତ୍ମାଶୀତଲ ମାଝିଙ୍କ ପୁଅ ପୁରଣ ମାଝି ରାଜ୍ୟ ବାହାରକୁ କାମ ପାଇଁ ଯାଇଥିବା ବେଳେ ଅପରାହ୍ନରେ ଗାଁକୁ ପହଂଚିଥିଲେ । ବରୁଣ ଗାଁରେ ପହଂଚିବା ପରେ ସେ ଏବଂ ତାଙ୍କ ବାପା ଆତ୍ମାଶୀତଲ ମିଶି ଗା ଦାଣ୍ଡରେ ଦଶରଥଙ୍କୁ ମାଡ ମାରିଥିଲେ । ତେବେ କାହିକିଁ ଏମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଗାଁ ଲୋକ ଜାଣିନଥିବା କହିଛନ୍ତି । ଦଶରଥଙ୍କ ପୁଅଁ ମୋଁ ବାପାକୁ କାହିକିଁ ମାରୁଛି ବୋଲି ନିଜ ବାପାକୁ ନିଜ ଘର ନେବାକୁ ଚେଷ୍ଟା କରୁଥିବା ବେଳେ ଆତ୍ମାଶୀତଳ ଏବଂ ତାଙ୍କ ପୁଅ ବରୁଣ ଦଶରଥଙ୍କ ପୁଅକୁ ମଧ୍ୟ ମାଡ ମାରିଥିଲେ । ତେବେ ସେ ଜିବନ ଭୟରେ ଘରକୁ ପଲେଇ ଯାଇଥିବା କହିଛନ୍ତି । ଦଶରଥ ରାତି ନିଜ ଘରକୁ ଫେରିନଥିବା ବେଳେ ପରିବାର ଲୋକ ବହୁତ ଖୋଜାଖୋଜି କଲେ ହେଲେ କୌଣସିି ପତ୍ତା ମିଲିଲାନାହିଁ । ସକାଳ ସମୟରେ ଆତ୍ମାଶୀତଳଙ୍କ ଘରର ବାଡି ପାଖ ଏକ ଗଛରେ ଦଶରଥଙ୍କ ମୃତ ଦେହ ଝୁଲୁଥିବା ଦେଖିବାକୁ ମିଲିଥିଲା । ମୃତ ଦଶରଥଙ୍କ ପୁଅଁ ତାଙ୍କ ବାପାଙ୍କୁ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ପାରସ୍ପାରିକ ସ୍ଥିତିକୁ
ଦେଖିଲେ ହତ୍ୟା ପରେ ଆତ୍ମହତ୍ୟାର ରୁପ ଦେବାକୁ ଗଛରେ ଏକ ଧୌଡି ସାହାର୍ଯ୍ୟରେ ଦଶରଥଙ୍କୁ ଝୁଲାଇ ଦିଆଯାଇଥିବା ସଂଦେହ କରାଯାଉଛି । ତେବେ ହତ୍ୟା ନା ଆତ୍ମହତ୍ୟା ଶବ ବ୍ୟବଚ୍ଛେଦ ଓ ତଦନ୍ତ ପରେ ହିଁ ଜଣା ପଡିବ ବୋଲି ତୁରେକେଲା ଥାନା ଅଧିକାରି କମଳ ଲୋଚନ ବେହେରା କହିଛନ୍ତି ।