-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Jun-2021
ଲୋଇସିଂହା, (ବିନୋଦ କୁମାର ଦୀପ ): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ସକମା ପଂଚାୟତ କୁଟୁରାପାଲି ଠାରେ ଜମି ବିବାଦକୁ ନେଇ ଆଜି ସକାଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୂପ ଧାରଣ କରିଛି l ଜମିଜମା କଳହରୁ ସୂତ୍ରପାତ ହୋଇଥିବା ଏହି ସଂଘର୍ଷରେ ପ୍ରସନ୍ନ କୁମାର
ବାଗ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି l ଏଥିରେ ୫ ଜଣ ଦଶରଥ ବାଗ, କସରତ ବାଗକୁ ଲୋଇସିଂହାରୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯିବା ବେଳେ ଆକାଶ ବାଗ, ସୁନିଲ ବାଗ, କୈଳାସ ଷlଣ୍ଡ ଗୁରୁତର ଅବସ୍ଥାରେ ଲୋଇସିଂହା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି l ମୃତ ପ୍ରସନ୍ନ ବାଗଙ୍କ ପୁତୁରା ଆକାଶ ବାଗ କହିବା ଅନୁଯାୟୀ ପ୍ରସନ୍ନ ଆଜି ସକାଳେ ନିଜ ଜମିକୁ ଚାଷ କରିବାକୁ ଯାଇଥିଲା l ଏହି ସମୟରେ ଗାଁ ର ଅନ୍ୟ କିଛି ଲୋକ ଆସି ପ୍ରସନ୍ନଙ୍କ ଜମିରେ ଚାଷ କରିବା ଦେଖି ତାଙ୍କୁ ମନାକରିବାରୁ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଦେଖା
ଦେଇଥିଲା l ବାକ୍ ବିତଣ୍ଡା ପରେ ହଠାତ୍ ପ୍ରାୟ ୧୫-୧୬ ଜଣ ଲୋକ ମାରଣାସ୍ତ୍ର ଧରି ପ୍ରସନ୍ନଙ୍କ ଉପରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ l ଏହି ଘଟଣାକୁ ନେଇ ଲୋଇସିଂହା ଥାନାରେ ଏକ ମାମଲା ରୁଜୁ ହୋଇଛି l ଲୋଇସିଂହାର ପୋଲିସ ର ଏକ ଟିମ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି l