-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
09-Jun-2021
ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) ତୃତୀୟ ଲହର ପାଇଁ ଆମକୁ ପ୍ରସ୍ତୁତ ହୋଇ ରହିବାକୁ ପଡିବ l କୋଭିଡ ନିୟମ ମାନିବାକୁ ପଡିବ, ମାସ୍କ, ସାମାଜିକ ଦୂରତା ବଜାୟ ରଖିବା ସହ ଭିଡ଼ ସ୍ଥାନକୁ ଯିବା ନାହିଁ l ତୃତୀୟ ଲହର କେବେ ଆସିବ ତାହାର କୌଣସି ତଥ୍ୟ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି l ଏହା ପିଲାକୁ ଅଧିକ ଆକ୍ରାନ୍ତ କରିବା ନେଇ କୌଣସି ତଥ୍ୟ କି ଗବେଷଣା ନାହିଁ l ଦ୍ୱିତୀୟ ଲହରରେ ଆମେ ଢିଲା ମାରିଲେ ବୋଲି ଅଧିକ ସଂକ୍ରମଣ ହେଲା, ଲୋକେ ମଲେ l ତେଣୁ ଆଗକୁ ଆମକୁ ଅଧିକ ସଚେତନ ହେବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ସୂଚନା ଦେଇଛନ୍ତି l