-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
19-Sep-2026
(ପ୍ରିୟଦର୍ଶିନୀ ପାତ୍ର)
ଭାରତର ଉଦ୍ୟୋଗୀ ବିକାଶ ସଂସ୍ଥା (ଇଡି ୨), ଅହମ୍ମଦାବାଦ ଏବଂ ର ମିଳିତ ସହଯୋଗରେ ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମ୍ ଏସ ଡିପି) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବରେ, ଇଡି ୨I ପକ୍ଷରୁ ୦୯ ଅଗଷ୍ଟ ରୁ ୧୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଖଣ୍ଡଗିରି ବାରି ସ୍ଥିତ କମ୍ୟୁନିଟି ହଲ୍ ଠାରେ ହସ୍ତନିର୍ମିତ ଅଳଙ୍କାର ଶିଳ୍ପରେ ୫୫ ଜଣ ମହିଳା ଉଦ୍ୟୋଗୀଙ୍କ ପାଇଁ ୨୬ ଦିନିଆ ଏମ୍ ଏସ ଡିପି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ପ୍ରୋଗ୍ରାମ ପ୍ରଶିକ୍ଷକ | ଆର୍ ସିଟି ପ୍ରଶିକ୍ଷକ ପ୍ରିୟଦର୍ଶିନୀ ମିଶ୍ର | ଏବଂ ଜସ୍ନା ଦାସ ପ୍ରୋଗ୍ରାମ ପ୍ରଶିକ୍ଷକ ପ୍ରୋଗ୍ରାମ୍ ଚିଫ୍ - ସାଇକଟ୍ ସୂତ୍ରଧର ଙ୍କ ଦ୍ଵାରା ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମର ୨୩ ସେପ୍ଟେମ୍ବର ୨୦୨୬ ଅପରାହ୍ନ ୩ଘ ରୁ ୫ଘ ପର୍ଯ୍ୟନ୍ତ ଚାଲିବ।
କାର୍ଯ୍ୟକ୍ରମ ମହିଳା ସଶକ୍ତିକରଣ ଏବଂ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ସହ ସ୍ଥାନୀୟ କୌଶଳ, ଜ୍ଞାନ, ସୃଜନଶୀଳତା ଏବଂ ସାଂସ୍କୃତିକ ଐତିହ୍ୟକୁ ସ୍ଥାୟୀ ଉଦ୍ୟୋଗ ମାଧ୍ୟମରେ ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ଏହି ପଦକ୍ଷେପ "ବିକଶିତ ଭାରତ", "ହର ଘର ଉଦ୍ୟମ" ଏବଂ "ଭୋକାଲ ଫର ଲୋକାଲ" ର ଦୂରଦୃଷ୍ଟି ସହ ସମନ୍ୱିତ ।