-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
19-Sep-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ଙ୍କୁ ନିଜ ନିର୍ବାଚନ ମଣ୍ଡଳୀ ତରଭା ବ୍ରିଜ୍ ଛକରେ ଅତର୍କିତ ଭାବେ ହୋଇଥିବା ଅଣ୍ଡାମାଡ ଘଟଣା କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଯୁବ ଛାତ୍ର ଜନତା ଦଳ ତରଫରୁ ଦୃଢ଼ ନିନ୍ଦା କରାଯାଇଛି । ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାୟକ ଶ୍ରୀ ପୂଝାରୀ ଙ୍କ ଗଡ କୁହାଯାଉଥିବା ତରଭା ସହର ରେ ଏହି ଘଟଣା ଘଟିଥିବା ରୁ ବିଜେଡି ଏହାକୁ ଗୁରୁତର ସହ ନେଇଛି। ଜିଲ୍ଲା ବିଜେଡ଼ି ସଭାପତି
ଶ୍ରୀ ସରୋଜ କୁମାର କମ୍ପ ଙ୍କ ଅଧ୍ୟକ୍ଷତା ରେ ଟାଉନ୍ ସଭାପତି ଜନ୍ମେଜୟ ପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଜିଲ୍ଲା ପରିଷଦ ସଭ୍ୟ ମଧୁସୂଦନ ଓତା, ପ୍ରାକ୍ତନ ପୌରାଧ୍ୟକ୍ଷ କଇରୁ ସ୍ଵାଇଁ, ପ୍ରାକ୍ତନ ମତ୍ସ୍ୟ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଜିଲ୍ଲା ଯୁବ ଛାତ୍ର ବିଜେଡ଼ି ସଭାପତି ଅଭିଷେକ ଶର୍ମା ଯୋଗ ଦେଇ ବର୍ତ୍ତମାନ ର ସରକାର ଏବେ ସବୁକ୍ଷେତ୍ରରେ ବିଫଳ ହୋଇଥିବା ଘଟଣାକୁ ଜନସାଧାରଣ ଙ୍କ ଦୃଷ୍ଟିରୁ ହଟାଇବା ପାଇଁ ଏଭଳି ନାଟକ ଆରମ୍ଭ କରିଥିବା ପ୍ରକାଶ କରି ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ରେ ଲୋକେ ଏହାର ଦୃଢ ଜବାବ ନିଶ୍ଚିତ ଭାବରେ ଦେବେ ବୋଲି ଉପସ୍ଥିତ ନେତାମାନେ ପ୍ରକାଶ କରିଥିଲେ। ଶାନ୍ତି ପ୍ରିୟ ସୋନପୁର ନିର୍ବାଚନ ମଣ୍ଡଳୀ ରେ ଶାସକ ଦଳ ପକ୍ଷରୁ କ୍ରମାଗତ ଭାବରେ ଆମ ବିଜେଡ଼ି ନେତା ଙ୍କୁ ଚାରି ଚାରି ଥର ଆକ୍ରମଣ ଘଟଣା କୁ ସମସ୍ତେ ଦୃଢ଼ ନିନ୍ଦା କରିଥିଲେ। ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ବା କୌଣସି ଦଳ ସେ ଲୋକ ଙ୍କ ସେବା କରି ପାରେନି ବୋଲି ମତ ରଖି ସୁବର୍ଣ୍ଣପୁର ବିଜେପି ର ଏ ହିଂସା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ କମ୍ପ କହିଥିଲେ l ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ ବୋଲି ଉପାଧ୍ୟକ୍ଷ ନାରାୟଣ ଲୁହା ମତ ରଖି ଏ ଘଟଣା ରେ ରାଜ୍ୟ ସରକାର ଜିଲ୍ଲା ପୋଲିସ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନ ରେ ବିଜେଡି ମଧ୍ୟ ରାଜ ରାସ୍ତା କୁ ଓହ୍ଲାଇ ପୋଲିସ ଓ ପ୍ରଶାସନ କୁ ଅଚଳ କରିଦେବ ବୋଲି କହିଥିଲେ l