-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||     

HOME   ରାଜ୍ୟ

କରୋନା ମହାମାରି ପ୍ରସଙ୍ଗ:ସରକାରଙ୍କ ପରିଚାଳନାଗତ ତ୍ରୁଟି ଯୋଗୁଁ ଦେଶବାସୀ ଦୟନୀୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି-ନିରଞ୍ଜନ

09-Jun-2021



ଭୁବନେଶ୍ୱର(ପ୍ରେରଣା ଖବର ବ୍ୟୁରୋ) : ଗତ ଦୁଇବର୍ଷ ଧରି ସାରା ପୃଥିବୀରେ ବିଶେଷ କରି ଆମ ଦେଶ ଭାରତରେ କରୋନା ମହାମାରୀ ଯେପରି ଭାବେ ବ୍ୟାପିଛି ଏହିପରି ରୋଗ ପୃଥିବୀ ଇତିହାସରେ କେବେ ଦେଖାଯାଇନଥିଲା।କରୋନା ମହାମାରିରେ ସଂକ୍ରମିତ ହୋଇ ଲକ୍ଷ ଲକ୍ଷ ଲୋକ ମୂର୍ତ୍ୟୁମୁଖରେ ପଡିଚାଲିଛନ୍ତି।ଅର୍ଥନୈତିକ ଦୃଷ୍ଟିରୁ ହୀନସ୍ଥା ହେଉଛନ୍ତି।ବର୍ତ୍ତମାନ ଭାରତବର୍ଷ ସାରାପୃଥିବୀରେ କରୋନା ସଂକ୍ରମିତ ରେ ପ୍ରଥମ ସ୍ଥାନ ଅଧିକାର କରିଛି।ଏହା କେବଳ କେନ୍ଦ୍ର ସରକାରଙ୍କ ପାରଦର୍ଶିତା ର ଅଭାବ,ଦୂରଦୃଷ୍ଟି ର ଅଭାବ ଏବଂ ସାଧାରଣ ଲୋକଙ୍କ ପ୍ରତି ଦରଦର ଅଭାବ ଯୋଗୁଁ ଏପରି ପରିସ୍ଥିତି ଦେଖାଦେଇଛି ବୋଲି ଆଜିର ଏକ ପ୍ରେସବାର୍ତ୍ତାରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।ସେ କହିଛନ୍ତି କେନ୍ଦ୍ରସରକାରଙ୍କ ର ଦୂରଦୃଷ୍ଟି ଅଭାବ ରୁ ଲୋକମାନେ ଟୀକା ପାଉନାହାନ୍ତି।ବିଭିନ୍ନ ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି କରୋନା ମାହାମାରୀଙ୍କୁ ନେଇ କେନ୍ଦ୍ରସରକାରଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଥିବା ବେଳେ ଗତ କିଛିଦିନ ତଳେ ସର୍ବପ୍ରଥମେ ଶ୍ରୀ ଗାନ୍ଧୀ  ନିଶୁଳ୍କ ସାର୍ବଜନୀନ ଟୀକା ପ୍ରଦାନ ପାଇଁ ଦାବି କରିବା ଏବଂ  ଭାରତବର୍ଷର ବିଭିନ୍ନ ଅଣବିଜେପି ରାଜ୍ୟସରକାରଙ୍କ ଦାବି ସାଙ୍ଗକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ଆଦି କୁ ନେଇ ମୋଦି ସରକାର ବାଧ୍ୟ ହୋଇ ସମସ୍ତ ଜନସାଧାରଣଙ୍କୁ ମାଗଣା ଟୀକା ଦିଆଯିବ ବୋଲି ନିଷ୍ପତି ଗ୍ରହଣ କଲେ।କରୋନା ର କ୍ଷତି ଭରଣା ପାଇଁ ଯଦି କେନ୍ଦ୍ରସରକାର ଆଗରୁ ସମସ୍ତଙ୍କୁ ନିଶୁଳ୍କ ଟୀକା ଦିଆଯିବା ନିଷ୍ପତି ନେଇଥାନ୍ତେ ଏବଂ ଟିକାର ବ୍ୟବସ୍ଥା କରିଥାନ୍ତେ ତେବେ ଆଜି ଭାରତବର୍ଷରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡି ମୃତ୍ୟୁ ବରଣ କରିନଥାନ୍ତେ।

     ସେହିପରି ନିଜର କ୍ଷତି ଭରଣା ପାଇଁ ଦେଶର ୮୦ କୋଟି ଲୋକଙ୍କୁ ଚାଉଳ ଦେବେ ବୋଲି କେନ୍ଦ୍ର ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରୀ ପଟ୍ଟନାୟକ। ସେ କହିଛନ୍ତି ଗରିବ ଲୋକ ତ ଆଗରୁ ୧ ଟଙ୍କାରେ ଚାଉଳ ପାଉଛନ୍ତି।ତେବେ ଏବେ କଣ ସେହି ୧ ଟଙ୍କା ଛାଡ଼ କରିବା ପାଇଁ କେନ୍ଦ୍ରସରକାର ନିଷ୍ପତି ନେଇଛନ୍ତି ଯଦି ହଁ ତେବେ ଏହା ବଡ଼ ଦୁଖଦାୟକ କଥା ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ର ସହ କହିଛନ୍ତି।କରୋନା ମହାମାରିରେ ଆକ୍ରାନ୍ତ ହୋଇ ଲକ୍ଷ ଲକ୍ଷ ଲୋକ ଚାକିରୀ ହରେଇ ବସିଛନ୍ତି ସେହିପରି ଲକ୍ଷ ଲକ୍ଷ ଛୋଟ ବେପାରିଠୁଁ ଆରମ୍ଭ କରି ଗରିବ ଲୋକ ପର୍ଯ୍ୟନ୍ତ ଏବଂ ମଧ୍ୟବିତ୍ତ ଓ ନିମ୍ନମଧ୍ୟବିତ୍ତ ଲୋକ ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତିକରୁଛନ୍ତି।ସେମାନଙ୍କ ପାଇଁ କିଛି ଆଜି ସାହା ଭରଷା ନାହିଁ କି କିଛି ଯୋଜନା ନାହିଁ।ବର୍ତ୍ତମାନ ସାଧାରଣ ଲୋକଟିଏ ଜୀବିକା ହରେଇ ଜୀବନ ବଞ୍ଚେଇବା ପାଇଁ ସଂଘର୍ଷ କରୁଥିବା ବେଳେ କେନ୍ଦ୍ରସରକାର,ରାଜ୍ୟସରକାର ଡିଜେଲ, ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ ର ଅହେତୁକ ଦର ବୃଦ୍ଧି କରିଚାଲିଛନ୍ତି ଏପରିକି କେତେକ ସ୍ଥାନରେ ପେଟ୍ରୋଲ,ଡିଜେଲ ଲିଟର ପିଛା ୧୦୦ ଟଙ୍କାରୁ ଉର୍ଦ୍ଧ୍ବ ହେଲାଣି। ଯାହା ଫଳରେ କି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପାଉଛି।ଲୋକମାନେ ହନ୍ତସନ୍ତ ହେଉଛନ୍ତି।ଏହା ବର୍ତ୍ତମାନ  ସାଧାରଣ ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡା ସଦୃଶ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଗରିବ ଜନସାଧାରଣ ଙ୍କ ସହ କଂଗ୍ରେସ ଦଳ ସଦାସର୍ବଦା ରହିଛି ଆଗକୁ ମଧ୍ୟ ରହିବ।ସେଥିପାଇଁ ପେଟ୍ରୋଲ, ଡିଜେଲ,ରନ୍ଧନ ଗ୍ୟାସ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ର ଅହେତୁକ ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ରାଜ୍ୟର ସମସ୍ତ ପେଟ୍ରୋଲ  ଟାଙ୍କି ଆଗରେ ଆସନ୍ତା ୧୧ ତାରିଖ ଦିନ ସକାଳ ୭ ଠାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ୪ ଘଣ୍ଟିଆ ଧାରଣା ସହ ବିକ୍ଷୋଭ କରିବ ବୋଲି ପିସିସି ନିଷ୍ପତି ଗ୍ରହଣ କରିଛି।ଏହି ପରିପେକ୍ଷିରେ ଶ୍ରୀ ପଟ୍ଟନାୟକ ସରକାରଙ୍କ ସମସ୍ତ କରୋନା ନୀତିନିୟମ ମାନି ପେଟ୍ରୋଲ ଟାଙ୍କି ଆଗରେ ବିକ୍ଷୋଭ ପଦର୍ଶନ କରିବାକୁ ସମସ୍ତ ଜିଲ୍ଲା ,ସମସ୍ତ ବ୍ଲକ ଓ ନଗର କଂଗ୍ରେସ କମିଟି ର ନେତୃବୃନ୍ଦଙ୍କୁ ନିବେଦନ କରିଛନ୍ତି ଏବଂ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜନସାଧାରଣଙ୍କ ସାହାଯ୍ୟ ଓ ସମର୍ଥନ ଲୋଡିଛନ୍ତି। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଯଦି ପ୍ରକୁତରେ ଜନସାଧାରଣଙ୍କ ପ୍ରତି ଆନ୍ତରିକତା ଓ ଦରଦ ଅଛି ତେବେ ଏକ୍ସସାଇଜି ଡିଉଟି ଓ ଭ୍ୟାଟ କମେଇ ଲୋକଙ୍କୁ କମ ଦରରେ ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସ ଯୋଗେଇବେ ବୋଲି ଆଶା ଓ ବିଶ୍ୱାସ ରଖିଛନ୍ତି ଶ୍ରୀ ପଟ୍ଟନାୟକ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026

You Might Also Like