-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
19-Sep-2026
ବରପାଲି (ସୁଦାମ ଦୀପ)ବରଗଡ଼ ଜିଲ୍ଲା ବରପାଲି ସହରରେ ଚାଲିଥିବା ବିଭିନ୍ନ ଗଣେଶ ପୂଜା ଓ ବିଶ୍ୱକର୍ମା ପୂଜା ଅବସରରେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗଡ଼ତୀୟା ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ପୂଜା ମଣ୍ଡପରେ ପହଞ୍ଚି ପ୍ରଭୁ ଶ୍ରୀଗଣେଶ ଓ ଭଗବାନ ବିଶ୍ୱକର୍ମାଙ୍କ ଦର୍ଶନ କରିବା ସହ ଆୟୋଜକ ଓ ଭକ୍ତମାନଙ୍କ ସହ ଆଲୋଚନା କରିଥିଲେ।ବିଧାୟକ ଶ୍ରୀ ଗଡ଼ତୀୟା ବିଭିନ୍ନ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରି ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ। ଏଥିସହ ପୂଜା କମିଟିର ସଦସ୍ୟ, ଯୁବକ ଓ ସ୍ଥାନୀୟ ଲୋକଙ୍କ ସହ ଭାବବିନିମୟ କରି ପୂଜା ଆୟୋଜନ ସମ୍ପର୍କରେ ଜାଣିଥିଲେ। ତାଙ୍କ ପରିଦର୍ଶନକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଥିଲା।ଏହି ଅବସରରେ ଭାରତର ଯଶସ୍ୱୀ ଓ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ପାଳନ ଅବସରରେ ବିଧାୟକ ଶ୍ରୀ ଗଡ଼ତୀୟା ‘ଆଶୀର୍ବାଦ ଦୀପ’ ପ୍ରଜ୍ୱଳନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ ସହ ଦେଶର ନିରନ୍ତର ପ୍ରଗତି ଓ ସମୃଦ୍ଧି କାମନା କରିଥିଲେ।ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ ସମୟରେ ବିଧାୟକଙ୍କ ସହ ସ୍ଥାନୀୟ ଜନପ୍ରତିନିଧି, ପୂଜା କମିଟିର କର୍ମକର୍ତ୍ତା, ଦଳୀୟ କର୍ମୀ ଓ ବହୁ ସଂଖ୍ୟକ ଅଞ୍ଚଳବାସୀ ଉପସ୍ଥିତ ଥିଲେ। ଗଣେଶ ପୂଜା ଓ ବିଶ୍ୱକର୍ମା ପୂଜାକୁ ନେଇ ବରପାଲିର ବିଭିନ୍ନ ଅଞ୍ଚଳରେ ଉତ୍ସବମୁଖର ପରିବେଶ ଦେଖିବାକୁ ମିଳିଥିଲା। ଏହି ଅବସରରେ ବରପାଲି ନଗର ମଣ୍ଡଳ ସଭାପତି ପ୍ରତାପ କେଶରୀ ସିଂ, ଧୀରୋଜ ପଧାନ, ଜଟାଶଙ୍କର ଗୁପ୍ତା ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ l