-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
24-Oct-2020
*ମାଲକାନଗିରି, ଖବର ଅନୁଯାୟୀ ଜିଲ୍ଲାର ସମସ୍ତ ଭୋଟରଙ୍କର ଥିବା ଲୋଜିକାଲ ଏରର ସଂଶୋଧନ, ଡବଲ ଏଣ୍ଟ୍ରି, ଡିଏସଇ ଇତ୍ୟାଦି କାର୍ଯ୍ୟ କରିବାକୁ ପୂର୍ବରୁ ବିଡିଓ ଓ ମ୍ୟୁନିସିପାଲିଟି ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିପାଇଁ ସମୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାରେ ବିଫଳ ହେବାରୁ ଶନିବାର ମାଲକାନଗିରି, କାଲିମେଳା, ଚିତ୍ରକୋଣ୍ଡା ଓ କୋରକୋଣ୍ଡାର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ମାଲକାନଗିରି ମ୍ୟୁନିସିପାଲିଟିର ସହକାରୀ ଅଧିକାରୀଙ୍କ ଚଳିତ ମାସର ଦରମା ବନ୍ଦ କରାଯାଇଛି। ଟ୍ରେଜେରୀମାନଙ୍କୁ ମଧ୍ୟ ପରବର୍ତ୍ତି କ୍ଲିୟରାନ୍ସ ମିଳିବା ପର୍ଯ୍ୟନ୍ତ ଚଳିତ ମାସର ଦରମା ନ କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଖଇରପୁଟ ବ୍ଲକର ବିଇଓ ଓ ବିଡିଓଙ୍କ ଟିମ୍ ୱର୍କ ହେତୁ ଏଠାକାର ବିଡିଓଙ୍କ କାର୍ଯ୍ୟ ସନ୍ତୋଷଜନକ ଥିବା ଜଣାପଡିଛି।*