-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
26-May-2021
ଭୂବନେଶ୍ବର (ପ୍ରେରଣା ଖାବର ବ୍ୟୁରୋ) : ବାତ୍ୟା ୟାସ୍ ଶେଷାଂଶ ସ୍ଥଳଭାଗ ଛୁଇଁବା ସହିତ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ସମାପ୍ତ ହୋଇଛି। ଏହା ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରିଛି।ଭଦ୍ରକ, ବାଲେଶ୍ବରରେ ଏବେ ପବନର ବେଗ ହ୍ରାସ ପାଇବା ସହ ବର୍ଷା କମିଛି। ଏନ୍ଡିଆର୍ଏଫ୍, ଓଡ୍ରାଫ୍ ଏବଂ ଅଗ୍ନିଶମ ସେବା ସ୍ବତନ୍ତ୍ର ଦଳ ଉପୁଡି ପଡିଥିବା ଗଛ ଓ ଗଛଡାଳ ପ୍ରଭୃତି ରାସ୍ତା ଉପରୁ ହଟାଇବା କାର୍ଯ୍ୟ ଜାରି ରଖିଛନ୍ତି।
ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଯାଜପୁର ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟିନାହିଁ ବୋଲି ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଭଦ୍ରକରେ ରାସ୍ତା ଅବରୋଧ ହଟାଇବା କାର୍ଯ୍ୟ ଜାରି ରହିଛି। ବାତ୍ୟା ଯୋଗୁଁ ନୀଳଗିରି ଅଞ୍ଚଳରେ ଅଧିକ ଗଛ ଉପୁଡି ଯାଇଛି।
ଶିମିଳିପାଳ ଅଞ୍ଚଳରେ ଅଧିକ ବର୍ଷା ହୋଇଥିବା ଯୋଗୁଁ ବୁଢାବଳଙ୍ଗ ନଦୀରେ ବନ୍ୟା ହେବାର ଆଶଙ୍କା ନେଇ ଜଳ ସମ୍ପଦ ବିଭାଗ ବିଭାଗ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ବୁଢାବଳଙ୍ଗରେ ବିପଦ ସଙ୍କେତ ସର୍ବାଧିକ ୨୮ ମିଟର ମଧ୍ୟରୁ ଜଳସ୍ତର ଏବେ ୨୧ ମିଟରରେେ ସୀମିତ ରହିଛି। ତେବେ ଆଗୁଆ ସତର୍କତା ନିମନ୍ତେ ସଂପୃକ୍ତ ଅଞ୍ଚଳର ଏକାଧିକ ଗ୍ରାମର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।