-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Sep-2026
ବରପାଲି: (ସୁଦାମ ଦୀପ )
ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବିଶିପାଲୀ ଗ୍ରାମରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଦିଲୀପ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ନୁଆଁଖାଇ ପର୍ବର ଭାଇଚାରା, ସାମାଜିକ ଏକତା ଓ ସାଂସ୍କୃତିକ ପରମ୍ପରାକୁ ନେଇ ଆୟୋଜିତ ଏହି ଭେଟଘାଟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫାର୍ମାସି୍ଟିକାଲ କଲେଜ ର ଚେୟାରମ୍ୟାନ ନରେନ୍ଦ୍ର କୁମାର ହୋତା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂଜୀବ ପଣ୍ଡା, ବଳଦେବ ସାହୁ, ଆଦିତ୍ୟ ପାଣିଗ୍ରାହୀ, ଡ଼. ଘନଶ୍ୟାମ ପାଣିଗ୍ରାହୀ ଓ ଦେବାନନ୍ଦ ସାହୁ ଉପସ୍ଥିତ ଥିଲେ। ଏଥିସହିତ ଲାଲମୋହନ ପଟେଲ ଓ ହିମାଂଶୁ ସାହୁ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା। ସଂଯୋଜକ ଆଶିଷ ପଧାନ ଓ କ୍ରିଷ୍ଣା ପଧାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। ଏହି ଅବସରରେ ବୀରେନ୍ ପଧାନ ଓ ମାନଭଞ୍ଜନ ପଧାନ ଉପସ୍ଥିତ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ।ନୁଆଁଖାଇ ଭେଟଘାଟ ଅବସରରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ପରିଶେଷରେ ଆୟୋଜିତ ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।