-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
16-Sep-2026
ପଶ୍ଚିମ ଓଡିଶାର ଶିଘା ତିହାର ନୁଆଁଖାଇ ଉପଲକ୍ଷେ ବିଗତ ବର୍ଷ ମାନଙ୍କ ପରି ଏ ବର୍ଷ ମଧ୍ୟ ଓଡ଼ିଶାର ଅଗ୍ରଣୀ ସମାଜସେବୀ ସଂଗଠନ ମାଁ ମାହେଶ୍ବରୀ ସେନା ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ଭୀମଭୋଇ ମେଡିକାଲ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଠାରେ ମାଗଣା ଖାଦ୍ୟବଣ୍ଟନ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ରେ ସାରା ପଶ୍ଚିମ ଓଡିଶା ର ସମସ୍ତ ହୋଟେଲ,ଦୋକାନ ବଜାର, ବସ ସେବା ବନ୍ଦ ରହୁଥିବାରୁ ହସ୍ପିଟାଲ ରେ ଥିବା ରୋଗି ଏବଂ ତାଙ୍କର ପରିବାର ପରିଜନ
ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି ।ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଉପରେ ବର୍ତ୍ତମାନ ପଶ୍ଚିମ ଓଡ଼ିଶାର,ବଲାଙ୍ଗୀର ନୂଆପଡ଼ା, ସୋନପୁର, କଳାହାଣ୍ଡି, ବୌଦ୍ଧ କନ୍ଧମାଳ ର କିଛି ଅଞ୍ଚଳ ନିର୍ଭରଶୀଳ ଏଣୁ ଏହାକୁ ଦୃଷ୍ଟିରେ ରଖି ମାଁ ମାହେଶ୍ବରୀ ସେନା ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ଦୁଇ ମୁଖ୍ୟ ହସ୍ପିଟାଲ ଭୀମ ଭୋଇ
ମେଡ଼ିକାଲ କଲେଜରେ ଓ ହସ୍ପିଟାଲ ଏବଂ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଠାରେ ମାଗଣା ଖାଦ୍ୟବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା ।ଏହି ଖାଦ୍ୟବଣ୍ଟନରେ ହସ୍ପିଟାଲରେ ଥିବା ତଥା ଆଖପାଖ ରେ ଥିବା ଅସହାୟ ତିନିହଜାର ରୁ ଅଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା । ସେବା ସହଯୋଗ ସମର୍ପଣ ମନୋଭାବ କୁ ନେଇ ଆୟୋଜିତ ହୋଇଥିବା ଏହି ଅଭିନବ ପ୍ରୟାସ ଅଞ୍ଚଳବାସୀ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶଂସିତ ହୋଇଅଛି । ଆଗାମୀ ବର୍ଷ ଗୁଡିକରେ ବି ସେବା ଅବ୍ୟାହତ ରହିଥିବ ବଳି ସଙ୍ଗଠନ ପକ୍ଷ ରୁ ସୂଚନା ଦିଆ ଯାଇଛି ।