-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
25-May-2021
ଲକ୍ଷ୍ନୌ, ଏବେ ବି’ ଲୋକଙ୍କ ମନରୁ ଯାଇନି କରୋନା ଟିକାର ଭୟ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବାରାବାଙ୍କି ଜିଲା ସିସୋଦା ଗ୍ରାମରେ। ଏହି ଗାଁରେ ଲୋକଙ୍କୁ ଟିକାକରଣ କରାଇବା ପାଇଁ ରବିବାର ପହଞ୍ଚିଥିଲା ମେଡିକାଲ ଦଳ। ସେମାନଙ୍କୁ ଦେଖି ଗ୍ରାମର ପ୍ରାୟ ୨ ଶହ ଲୋକ ନଦୀକୁ ଡେଇଁ ପଡିଥିଲେ।
ଘଟଣା ସମ୍ପର୍କରେ ରାମନଗର ତହସିଲ୍ର ସବ୍ ଡିଭିଜିନାଲ ମାଜିଷ୍ଟ୍ରେଟ୍ ରାଜୀବ କୁମାର ଶୁକ୍ଳା ଏହି ସୂଚନା ଦେଇଛନ୍ତି। ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ ସଚେତନ କରାଯିବାର ଉଦ୍ୟମ କରାଯାଉଛି। ଟିକା ପ୍ରତି ଅବିଶ୍ୱାସ ଯୋଗୁ ଗାଁର ୧୫୦୦ ଲୋକଙ୍କ ମଧ୍ୟରୁ ମାତ୍ର ୧୮ ଲୋକଙ୍କୁ ଟିକା ଦିଆଯାଇ ପାରିଛି। ଲୋକଙ୍କ ଭୟ ଯୋଗୁ ଟିକାକରଣ ଅଭିଯାନ ଆଗେଇ ପାରୁ ନ ଥିବା ରାଜୀବ ଶୁକ୍ଳା କହିଛନ୍ତି। ରାଜ୍ୟର ଗ୍ରାମାଞ୍ଚଳରେ ଟିକାକରଣ ଅଭିଯାନକୁ ସଫଳ କରିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ‘ମେରା ଗାଓଁ-କରୋନା ମୁକ୍ତ ଗାଓଁ’ ଅଭିଯାନ ଘୋଷଣା କରାଯାଇଛି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)