-+91-9937148622 |

prerana_bgr@rediffmail.com |

  Tuesday 8th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ    (08-Sep-2026)       ||      ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ    (08-Sep-2026)       ||      ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   (08-Sep-2026)       ||      *ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   (08-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ    (07-Sep-2026)       ||      ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (07-Sep-2026)       ||      ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   (07-Sep-2026)       ||      ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   (07-Sep-2026)       ||      ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     (07-Sep-2026)       ||      ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   (07-Sep-2026)       ||      ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   (07-Sep-2026)       ||      ବରପାଲି ରେଲୱେ ଷ୍ଟେସନ ନିକଟରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ରେଲୱେ ପୋଲିସର ତଦନ୍ତ ଜାରି   (07-Sep-2026)       ||      ଆଦିବାସୀଙ୍କ ଜମି–ଜଙ୍ଗଲ–ଜୀବିକା ସୁରକ୍ଷା ପାଇଁ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ   (07-Sep-2026)       ||      ପୀଠ ପରିଷଦ ର ପ୍ରଥମ ବୈଠକ    (07-Sep-2026)       ||      *ଡାବୁଗାଁ ଠାରେ ମନରେଗାର ସାମାଜିକ ସମିକ୍ଷା ଓ ବ୍ଲକସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ*   (07-Sep-2026)       ||      ୧୨ ବର୍ଷ ପରେ ସଭାପତି ପଦରେ ବ୍ରେକ୍,ସଚିବ,କୋଷାଧ୍ୟକ୍ଷଙ୍କ ପାଇଁ ୮ ବର୍ଷ ସୀମା,ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା   (07-Sep-2026)       ||      କ୍ରୀଡ଼ା ସଂଗଠନରେ ନୂଆ ପିଢ଼ିକୁ ସୁଯୋଗ:ରାୟଗଡ଼ା ଦେଖାଇଲା ବାଟ,ବଲାଙ୍ଗୀରରେ କେବେ ଖୋଲିବ ଦ୍ୱାର?   (07-Sep-2026)       ||      ଜୀବନରେ ମାତାପିତାଙ୍କ ପରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ    (07-Sep-2026)       ||      ୮୪ ଘର ଅଘରିଆ ସମାଜ ବଲାଙ୍ଗୀର ଜିଲ୍ଲା ଟ୍ରଷ୍ଟର ମେଧା ଅନ୍ବେଷଣ ଓ ପ୍ରତିଭା ସମ୍ବର୍ଦ୍ଧନା ସଭା    (07-Sep-2026)       ||     

HOME   ଦେଶ ବିଦେଶ

ଦିଲ୍ଲୀ ହାଉଜଖାସ ମନ୍ଦିରରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଆୟୋଜନ

20-Apr-2025



ନୁଆଦିଲ୍ଲୀ(ପ୍ରେରଣା ଖବର): ନୁଆଦିଲ୍ଲୀର ହାଉଜଖାସ ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ମହାସମାରୋହରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରର ଶୁଭାରମ୍ଭ ହୋଇଛି। ଏପ୍ରିଲ ୧୮ ତାରିଖ ସନ୍ଧ୍ୟାରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ ମହୋତ୍ସବ ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି। ଏହି ପବିତ୍ର ପାର୍ବଣ ଉପଲକ୍ଷେ ଉତ୍ସବସ୍ଥଳ ମନ୍ଦିରର ବେସମେଣ୍ଟକୁ ଖୁବ ସୁନ୍ଦର ଭାବରେ ସଜା ଯାଇଥିବା ଦେଖାଯାଇଥିଲା। ପ୍ରଖ୍ଯାତ ଆଧ୍ୟାତ୍ମିକ ପ୍ରବଚକ ବାବା ସତ୍ୟାନନ୍ଦ ଦାସ ମହାରାଜ ଏହି ପଞ୍ଚରାତ୍ରରେ  ସ୍କନ୍ଦପୁରାଣକୁ ଆଧାର କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି, ଦର୍ଶନ, ମହିମା ଏବଂ ଅଲୌକିକ ଲୀଳା ସମ୍ପର୍କରେ ବହୁ ସାରଗର୍ଭକ ତଥ୍ୟ ଉପରେ ଆଲୋକପାତ କରିବେ ବୋଲି ଜଣାଯାଇଛି। ମନ୍ଦିର ପରିଚାଳନା କମିଟି ଶ୍ରୀ ନୀଳାଚଳ ସେବାସଙ୍ଘର ଆନୁକୁଲ୍ୟରେ ଆୟୋଜିତ ଏହି ଧାର୍ମିକ ଅନୁଷ୍ଠାନକୁ ସୁରଖୁରରେ ସମ୍ପନ୍ନ କରାଯିବାରେ ସଙ୍ଘର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ରବୀନ୍ଦ୍ରନାଥ ପ୍ରଧାନ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି। ପଞ୍ଚରାତ୍ରର ପ୍ରଥମ ଦିବସରେ ସ୍ଥାନୀୟ ବିଧାୟକ ସତୀଶ ଉପାଧ୍ୟାୟ ଏବଂ ଦ୍ଵିତୀୟ ଦିବସରେ କସ୍ତୁରବା ନଗରର ବିଧାୟକ ନୀରଜ ବସୋୟା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବରେ ଏହି ପ୍ରବଚନ ପର୍ଯ୍ୟାୟକୁ ଉଦଘାଟନ କରିଥିଲେ। ଉଭୟ ସନ୍ଧ୍ୟାରେ ଉପସ୍ଥିତ ଥିବା ଅନ୍ୟ ସମ୍ମାନିତ ଅତିଥିବୃନ୍ଦଙ୍କ ମଧ୍ୟରେ ବେଙ୍ଗାଲୁରୁ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଶ୍ଵବିଦ୍ୟାଳୟର କୁଳାଧିପତି ଡ଼ଃ ଏଚ୍. ଆର. ନଗେନ୍ଦ୍ର, ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ଵିବେଦୀ, ଉଦୟ ଇଣ୍ଡିଆ ଗ୍ରୁପର ସମ୍ପାଦକ ଦୀପକ ରଥ ଓ ପଣ୍ଡିତ ଅଶୋକ ଆଚାର୍ଯ୍ୟ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। 

ପ୍ରଥମ, ଦ୍ଵିତୀୟ ଓ ତୃତୀୟ ରାତ୍ରରେ ବାବା ସତ୍ୟାନନ୍ଦ ଦାସ ମହାରାଜ ତାଙ୍କର ପ୍ରବଚନରେ ବେଦବ୍ୟାସଙ୍କ ଦ୍ୱାରା ରଚିତ ସ୍କନ୍ଦପୁରାଣକୁ ଉଦ୍ଧାର କରି  ପୁରୁଷୋତ୍ତମ କ୍ଷେତ୍ରର ମହାତ୍ମ୍ୟ, ଶ୍ରୀଜଗନ୍ନାଥଙ୍କର ଦାରୁ କଳେବର ଧାରଣର ରହସ୍ୟ, ମାଳବ ଦେଶର ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର ବ୍ରହ୍ମ ଜିଜ୍ଞାସା ଏବଂ ଚତୁର୍ଦ୍ଧାମୂର୍ତ୍ତି ନୀଳାଚଳ ଧାମରେ ବିରାଜମାନ କରୁଥିବାର ସୂଚନା ଜଟିଳ ସନ୍ୟାସୀ ବେଶରେ ଇନ୍ଦ୍ରଦ୍ୟୁମ୍ନଙ୍କୁ ପ୍ରଦାନ କରିବା ଆଦି ଉପାଖ୍ୟାନଗୁଡ଼ିକୁ ବେଶ ପ୍ରାଞ୍ଜଳ ଏବଂ ନିଖୁଣ ଭାବରେ ବର୍ଣ୍ଣନା କରିଥିଲେ। ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କର କୁଳ ପୁରୋହିତ ବିଦ୍ୟାପତିଙ୍କର ନୀଳାଚଳ ଆଗମନ, ବିଶ୍ଵାବସୁଙ୍କ ସହିତ ମିତ୍ରତା ସ୍ଥାପନ ଏବଂ ନୀଳ ମାଧବଙ୍କର ଦିବ୍ୟ ଦର୍ଶନ ସାରି ମହାପ୍ରଭୁଙ୍କର ଆଜ୍ଞାମାଳକୁ  ଧାରଣ କରି ମାଳବକୁ ପ୍ରତ୍ୟାବର୍ତ୍ତନ ଆଦି ଘଟଣାବଳୀର ଉପସ୍ଥାପନା ଅତ୍ୟନ୍ତ  ଭାବୋଦ୍ଦୀପକ ଥିଲା। ପରେପରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଉତ୍କଳ ପ୍ରାନ୍ତରେ ପଦାର୍ପଣ କରି  ସହସ୍ର ଅଶ୍ଵମେଧ ଯଜ୍ଞ ସମାପନ କରିବା ପରେ ଭଗବାନ ଦାରୁବ୍ରହ୍ମଙ୍କର ଆବିର୍ଭାବ ଘଟିବାର ବିଷୟବସ୍ତୁକୁ ଶତାଧିକ ଭକ୍ତଙ୍କର ସମ୍ମୁଖରେ ବାବା ସତ୍ୟାନନ୍ଦ ଖୁବ ସରଳ ଓ ସୁନ୍ଦର ଭାବରେ ବ୍ୟାଖ୍ୟାନ କରିଥିଲେ। ଶ୍ରୀ ଜଗନ୍ନାଥ ପଞ୍ଚରାତ୍ରକୁ ସଫଳତାର ସହିତ ଆୟୋଜନ କରିବାରେ ଅଶୋକ ପ୍ରଧାନ, ବାଳକୃଷ୍ଣ ପଣ୍ଡା,  ନିର୍ମଳ ଧଳ,

ଗୋବର୍ଦ୍ଧନ ଧଳ, ବିଭୁ ସାହୁ,  ମନ୍ଦିରର ପରିଚାଳକ ରଶ୍ମୀ ରଞ୍ଜନ ବେହେରା ଏବଂ ସହ ପରିଚାଳକ ଶଶିକାନ୍ତ ସାହୁ ପ୍ରମୁଖ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ। ବିଭିନ୍ନ ରାତ୍ରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଫେସର ସତ୍ୟ ଦାଶ, ଲକ୍ଷ୍ମୀନାରାୟଣ ବେବର୍ତ୍ତା,  ଅସିତ କର, ପ୍ରିୟତମା କର, ଚକ୍ରପାଣି ପରିଡ଼ା, ଅର୍ଚ୍ଚନା ପରିଡ଼ା, ବିପିନ ଦଳେଇ, ସଞ୍ଜୟ ମିଶ୍ର ଏବଂ ପ୍ରସନ୍ନ ପରିଡ଼ା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଂଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   08-Sep-2026
  ଜିଲ୍ଲା  
ବୟସର ଅପରାହ୍ନରେ ମଧ୍ୟ ବେଶ ଚଳଚଞ୍ଚଳ କବି ଙ୍କ ଲେଖନୀ ମୂନ♦️ ବରିଷ୍ଠ କବି ଶଶୀ ଭୂଷଣ ମିଶ୍ର ଙ୍କ ପୁସ୍ତକ ପୁଷ୍ ପୂତର୍ ରାମ୍ ଲୋକାର୍ପିତ   08-Sep-2026
  ଜିଲ୍ଲା  
ସିନାପାଲି ଅଞ୍ଚଳର ଗର୍ବ ଓ ଗୌରବ, ଏ ମାଟିର ବରପୁତ୍ର ରଚିଲେ ଇତିହାସ ନୂଆ ଦାୟିତ୍ୱରେ ଆରମ୍ଭ ହେଲା ନୂଆ ଯାତ୍ରା — ସହ-ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବେ ଯୋଗଦେଲେ ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର   08-Sep-2026
  ଜିଲ୍ଲା  
*ଉମରକୋଟ ରେ ୩୦ ଟି ଦଳ କୁ ନେଇ ଫୁଟବଲ ଟୁର୍ଣ୍ଣାମେଣ୍ଟ*   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଜୋନ ଫାଇନାଲ ମ୍ୟାଚ   08-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଷଷ୍ଠ ଦିବସ   07-Sep-2026
  ଜିଲ୍ଲା  
ଆର ଏମ ସିରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   07-Sep-2026
  ଜିଲ୍ଲା  
ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେଲେ ବାଚସ୍ପତି ଓ ଓଡ଼ିଶାର ବିଧାୟିକାଗଣ   07-Sep-2026
  ଜିଲ୍ଲା  
ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ   07-Sep-2026
  ଜିଲ୍ଲା  
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍‌, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍‌ସି     07-Sep-2026
  ଜିଲ୍ଲା  
ମଣିଭଦ୍ର ନୋଡାଲ ଉପ୍ରା ବିଦ୍ୟାଳୟ ର ଦୀର୍ଘ ପାଞ୍ଚ ଦିନ ହବ ମଧ୍ୟ୍ୟନଭୋଜନ ମିଲିନି   07-Sep-2026
  ଜିଲ୍ଲା  
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   07-Sep-2026

You Might Also Like