-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
25-May-2021
ଲୋଇସିଂହା, (ବିନୋଦ କୁମାର ଦୀପ): ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ କୋଭିଡ଼ ମହାମାରୀ ସମୟରେ ଲୋକଙ୍କୁ ଅଯଥାରେ ଘରୁ ନ ବାହାରିବାକୁ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ଏହାଦ୍ୱାରା କୋଭିଡ଼ ସଂକ୍ରମଣ କମ ହେବ ବୋଲି କୁହାଯାଉଛି । ତେବେ ଏପରି ଏକ ସମୟରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କୋଭିଡ଼ ଗାଇଡ଼ଲାଇନକୁ ଉଲ୍ଲଂଘନ କରି ଜିଲ୍ଲାର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ ପରଧିଆପାଲି ଗ୍ରାମବାସୀଙ୍କୁ ସାତଦିନ ମଧ୍ୟରେ ଗାଁ ଓ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛି । କରୋନା ମହାମାରୀ ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବିସ୍ଥାପିତଙ୍କ ପ୍ରତି ପ୍ରଶାସନ ର ନିର୍ଦୟତାକୁ ବିଭିନ୍ନ ମହଲରେ କଡା ନିନ୍ଦା କରାଯାଇଛି l ଜିଲ୍ଲା ପ୍ରଶାସନର ଏଭଳି ଚିତ୍ର ଓ ଅମାନବିୟ ନିର୍ଦ୍ଦେଶକୁ ନେଇ ପରଧିଆପାଳି ଗ୍ରାମବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ବିରୋଧ କରିଛନ୍ତି ।