-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
24-May-2021
-ଟାଙ୍ଗୀ(ପ୍ରେରଣା ଖବର ବ୍ୟୁରୋ) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡ଼ା ଘାଟ ସିଣ୍ଡିକେଟ/କାନାଡ଼ା ବ୍ୟାଙ୍କ ପରିସରରେ ଥିବା ଏଟିଏମ୍ କୁ କୌଣସି ଲୁଟେରା ଯୁବକ ଶାବଳ ଦ୍ୱାରା ଭାଙ୍ଗି ଟଙ୍କା ଲୁଟିବା ଉଦ୍ୟମ ବିଫଳ ହୋଇଛି।ପ୍ରାପ୍ତ ସୂଚନା ମୁତାବକ ରବିବାର ରାତି ୧.୫୮ ମିନିଟ ରେ ଜଣେ ୩୦ ରୁ ୩୫ ବର୍ଷୀୟ ଯୁବକ ସାଇକେଲ ଯୋଗ ଆସି ଏଟିଏମ୍ ଭାଙ୍ଗିଥିଲା।ଯୁବକ ଜଣକ ଏଟିଏମ୍ ର ସମସ୍ତ
ଜିନିଷ ଭାଙ୍ଗି ଦେଇଥିଲେ ବି ଟଙ୍କା ଭର୍ତ୍ତି ଡ୍ର କୁ ଖୋଲିବାରେ ବିଫଳ ହୋଇଥିଲା।ଲକ୍ ଡାଉନ ଏବଂ ସଟ୍ ଡାଉନ ପରିସ୍ଥିତି ରେ କୌଣସି ସ୍ଥାନୀୟ ଯୁବକ ଏ କାଣ୍ଡଟି କରୁଥିବା ଅନୁମାନ କରାଯାଉଛି।ସିସିଟିଭି ରେ ୧୫ ମିନିଟର ଭାଙ୍ଗିବା ଦୃଶ୍ୟ ଉତ୍ତୋଳନ ହୋଇଥିଲେବି
ଚେହେରା ଢାଙ୍କି ହୋଇଥିବାରୁ ପରିଚୟ ଅସ୍ପଷ୍ଟ ରହିଛି।ଘଟଣା ସ୍ଥଳରେ ତଦନ୍ତକାରୀ ଅଧିକାରୀ ପୁଷ୍ପଲତା ବେହେରା ତଦନ୍ତ କରିବା ସହ ଅଧିକ ଖୋଲତାଡ଼ କରୁଛି ଟାଙ୍ଗୀ ପୋଲିସ।