-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ସମ୍ବଲପୁର,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳରେ ଅଶ୍ୱିନୀ ହସ୍ପିଟାଲ ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲ ରେ ଜଣେ ମୃତ କରୋନା ରୋଗୀ ଙ୍କ ଠାରୁ ସୁନା ଚୋରୀ ଘଟଣା ରେ ଆଜି ଚୋରୀ ସୁନା ମୁଦି କୁ ହସ୍ପିଟାଲ କର୍ତୃପକ୍ଷ ଫେରାଇଛନ୍ତି I ମୃତ ରୋଗୀ ଙ୍କ ସମ୍ପର୍କୀୟ ଙ୍କୁ ଡାକି ଚୋରୀ ଘଟଣା କୁ ସ୍ୱୀକାର କରିବା ସହିତ ଚୋରୀ ସୁନା ମୁଦି ଫେରାଇଥିଲେ I ଏଠାରେ ସୂଚନା ଯୋଗ୍ୟ ଯେ ସମ୍ବଲପୁର ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅଶ୍ବିନୀ ହସ୍ପିଟାଲ ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲ ରେ ସ୍ଥାନୀୟ ମୋଦିପଡା ବାସିନ୍ଦା ସରକାରୀ ଇଲେକ୍ଟ୍ରିକାଳ କଣ୍ଟ୍ରାକ୍ଟର ବିଶ୍ୱନାଥ ମହାରଣା (୬୧) ଙ୍କ ଗତ ୨୧ ତାରିଖ ଚିକିତ୍ସାଧିନ ଅବସ୍ଥା ରେ ଦେହାନ୍ତ ହୋଇଥିଲା I ସ୍ଥାନୀୟ ରାଜଘାଟ ରେ ବିଶ୍ୱନାଥ ମହାରଣା ଙ୍କ ଶବ ସତ୍କାର ଅନ୍ତିମ ଦର୍ଶନ ସମୟରେ ତାଙ୍କ ଡାହାଣ ହାତ ରେ ପିନ୍ଧିଥିବା ସୁନା ମୁଦି ନ ଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ I ଏ ସମ୍ପର୍କ ରେ ଅଶ୍ୱିନୀ ହସ୍ପିଟାଲ ପରିଚାଳନା ମୁଖ୍ୟ ଙ୍କୁ ସ୍ୱର୍ଗତ ବିଶ୍ୱନାଥ ମହାରଣା ଙ୍କ ତାଙ୍କ ପୁଅ ଆଲୋକ ମହାରଣା ଗତକାଲି ଲିଖିତ ଅଭିଯୋଗ କରିବା ସହିତ ସୁନା ମୁଦି ତାଙ୍କୁ ଫେରାଇ ଦିଆ ନ ଗଲେ ଆଇନ ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଥିଲେ I
ତେବେ, ସିସି ଟିଭି ଯାଞ୍ଚ ଆଧାର ରେ ମୃତ କରୋନା ରୋଗୀ ବିଶ୍ୱନାଥ ମହାରଣା ଙ୍କ ଚୋରୀ ସୁନା ମୁଦି ଜଣେ ହାଉସ କିପିଙ୍ଗ ଷ୍ଟାପ ଙ୍କ ଠାରୁ ଉଦ୍ଧାର କରାଯାଇଥିବା ଏବଂ ତାଙ୍କ ସମ୍ପକୀୟ ଙ୍କୁ ପ୍ରଦାନ କରାଯାଇଥିବା ଅଶ୍ବିନୀ କୋଭିଡ ହସ୍ପିଟାଲ ପରିଚାଳକ ରିତେଶ ପୁହାଣ ପ୍ରକାଶ କରିଛନ୍ତି I